ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ବନ୍ଦ ହୋଇପଡିଥିବା ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ(ସାଇ)ର କେନ୍ଦ୍ର ଗୁଡିକ କ୍ବାରେଣ୍ଟାଇନ ସୁବିଧା ଭାବେ ବ୍ୟବହୃତ ହେବ । ତେବେ ଏହି ସୂଚନା ଦେଇଛି କ୍ରୀଡ଼ା ମନ୍ତ୍ରଣାଳୟ । ସମସ୍ତ ଆଞ୍ଚଳିକ କେନ୍ଦ୍ର, ଷ୍ଟାଡିୟମ୍ ଏବଂ ହଷ୍ଟେଲଗୁଡିକୁ କ୍ବାରେଣ୍ଟାଇନ ସୁବିଧା ଭାବରେ ବ୍ୟବହାର ପାଇଁ ଅନୁମତି ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାଇକୁ ଅନୁରୋଧ କରିଛି ।
‘‘ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅନୁରୋଧ ପରେ ଆମେ ସମସ୍ତ କେନ୍ଦ୍ରକୁ କ୍ବାରେଣ୍ଟାଇନ ସୁବିଧା ଭାବରେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛୁ । ତେବେ ସମସ୍ତ କେନ୍ଦ୍ର ଗୁଡିକ ସର୍ବସାଧାରଣ ସମ୍ପତ୍ତି, ତେଣୁ ଏହା ଲୋକଙ୍କ ସେବା କରିବା’’ ବୋଲି କ୍ରୀଡ଼ା ସଚିବ ରାଡି ଶ୍ୟାମ ଜୁଲାନିଆ କହିଛନ୍ତି । ଏଥି ସହିତ ଏହି ସଙ୍କଟ ପରିସ୍ଥିତି ସରକାର ଯାହା ଆବଶ୍ୟକ କରିବେ ଆମେ ତାହା ଯୋଗାଇବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ତେବେ ଏହି କେନ୍ଦ୍ର ଗୁଡ଼ିକ କେବେ ବ୍ୟବହାର କରାଯିବ ତାହା ଜୁଲାନିଆ ସ୍ପଷ୍ଟ କରି ନାହାଁନ୍ତି । ଜାତୀୟ ରାଜଧାନୀରେ 10 ଟି ଆଞ୍ଚଳିକ କେନ୍ଦ୍ର ଏବଂ ପାଞ୍ଚଟି ଷ୍ଟାଡିୟମ୍ ଅଛି | ସରକାରୀ ଆକଳନ ଅନୁଯାୟୀ ଅତି କମରେ 2,000 ଲୋକଙ୍କ ପାଇଁ କ୍ବାରେଣ୍ଟାଇନ ସୁବିଧା ସୃଷ୍ଟି କରିବାରେ ସକ୍ଷମ ହେବ ।