ETV Bharat / sports

କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର: ପିଟର ତିର୍କୀ ଲାଇଫଟାଇମ୍‍, ହରିପ୍ରସାଦ ଶ୍ରେଷ୍ଠ କୋଚ୍ ପାଇଁ ମନୋନୀତ - ସହିଦ ସ୍ପୋର୍ଟିଂ

ବିଶିଷ୍ଟ କ୍ରିକେଟ କୋଚ୍‌ ସ୍ବର୍ଗତ କମଲ ଗାଙ୍ଗୁଲୀଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଶହୀଦ ସ୍ପୋର୍ଟିଂ ପକ୍ଷରୁ ୨୦୧୨ ମସିହାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଅଧିକ ପଢନ୍ତୁ...

Saheed Sporting nominates Peter Tirkey and coach Hari Prasad Pattanayak for kamal ganguly memorial sports awards 2020-21 season
କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର: ପିଟର ତିର୍କୀ ଲାଇଫ ଟାଇମ୍‍, ହରିପ୍ରସାଦ ଶ୍ରେଷ୍ଠ କୋଚ୍ ମନୋନୀତ
author img

By

Published : Sep 27, 2021, 3:48 PM IST

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ଆନ୍ତର୍ଜାତୀୟ ହକି ଖେଳାଳି ପିଟର ତିର୍କୀ ଏବଂ ରାଜ୍ୟର ଜଣାଶୁଣା କୋଚ୍‌ ହରିପ୍ରସାଦ ପଟ୍ଟନାୟକଙ୍କୁ ୨୦୨୦-୨୧ କ୍ରୀଡ଼ା ସିଜିନ୍‍ର କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ କରାଯାଇଛି । ବିଶିଷ୍ଟ କ୍ରିକେଟ କୋଚ୍‌ ସ୍ବର୍ଗତ କମଲ ଗାଙ୍ଗୁଲୀଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଶହୀଦ ସ୍ପୋର୍ଟିଂ ପକ୍ଷରୁ ୨୦୧୨ ମସିହାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ୨୦୨୦-୨୧ ବର୍ଷ ପାଇଁ ଲାଇଫ ଟାଇମ୍‍ ପୁରସ୍କାର ପାଇଁ ପିଟର ତିର୍କୀ ଏବଂ ଶ୍ରେଷ୍ଠ କୋଚ୍‌ ପୁରସ୍କାର ପାଇବେ ହରିପ୍ରସାଦ ।

୧୯୮୨ ମସିହାରେ ମାଲେସିଆରେ ଅନୁଷ୍ଠିତ ଜୁନିୟର ହକି ବିଶ୍ବକପ୍‌ରେ ଭାରତୀୟ ଦଳରୁ ଖେଳି ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ହକି ଖେଳାଳି ହେବାର ଗୌରବ ଲାଭ କରିଥିଲେ ପିଟର ତିର୍କୀ । ୧୯୮୪ ଲସ୍‍ ଏଞ୍ଜେଲସ ଅଲମ୍ପିକ୍‍ କ୍ୟାମ୍ପରେ ବି ସେ ସାମିଲ ଥିଲେ । ରାଉରକେଲା ସେଲ ଏକାଡ଼େମୀ ସହ ଏବେ ବି ଜଡ଼ିତ ଥିବା ପିଟର ତିର୍କୀ ଖେଳାଳି ଜୀବନ ପରେ କୋଚ୍‌ ଭାବ ସକ୍ରିୟ ଅଛନ୍ତି । ୨୦୨୦-୨୧ ସିଜିନ୍‍ ପାଇଁ ସେ ଶହୀଦ ସ୍ପୋର୍ଟିଂ ଲାଇଫ୍‍ ଟାଇମ୍‍ ପୁରସ୍କାର ପାଇବେ । ସେହିପରି କରାଟେ ସହ ସୁଟିଂ, ୱେଟ ଲିଫ୍ଟ ଏବଂ ପାୱାର ଲିଫ୍ଟ ଭଳି ଏକାଧିକ କ୍ରୀଡ଼ାର ପ୍ରସାରରେ ସମର୍ପିତ ଥିବା କ୍ରୀଡ଼ା ବ୍ୟକ୍ତିତ୍ବ ଡକ୍ଟର ହରିପ୍ରସାଦ ପଟ୍ଟନାୟକଙ୍କୁ ଏଥରର କମଲ ଗାଙ୍ଗୁଲୀ ସ୍ମାରକୀ ଶ୍ରେଷ୍ଠ କୋଚ ପୁରସ୍କାର ପ୍ରଦାନ କରାଯିବ ।

ଶହୀଦ ସ୍ପୋର୍ଟିଂ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଦୁଇ ସଫଳ କ୍ରୀଡ଼ା ବ୍ୟକ୍ତିତ୍ବଙ୍କୁ ୨୦୨୦-୨୧ କ୍ରୀଡ଼ା ବର୍ଷ ପାଇଁ ମନୋନୀତ କରାଯାଇଛି । କମଲ ଗାଙ୍ଗୁଲୀ ସ୍ମାରକୀ ଶ୍ରେଷ୍ଠ କୋଚ୍‌ ପୁରସ୍କାର ୨୦୧୨ରେ ବିଶିଷ୍ଟ କ୍ରିକେଟ କୋଚ୍‌ କିଶୋର ମାଣିଆ, ୨୦୧୩ରେ ରୋଇଂ କୋଚ୍‌ ଜୋସ ଜ୍ୟାକବ, ୨୦୧୪ରେ ଫୁଟବଲ କୋଚ୍‌ ନନ୍ଦ କିଶୋର ପଟ୍ଟନାୟକ, ୨୦୧୫ରେ ଆଥଲେଟିକ୍ସ କୋଚ୍‌ ନୀଳମାଧବ ଦେଓ, ୨୦୧୭ରେ ଜିମ୍ନାଷ୍ଟିକ୍‍ କୋଚ୍‌ ଅଶୋକ ମିଶ୍ର, ୨୦୧୮ ପାଇଁ କ୍ରିକେଟ କୋଚ୍‌ ରଶ୍ମିତା ମହାନ୍ତି ଏବଂ ୨୦୧୯ ପାଇଁ ଶ୍ରେଷ୍ଠ କୋଚ୍‌ ପୁରସ୍କାର ପାଇଥିଲେ ପାରା ବ୍ୟାଡମିଣ୍ଟନ କୋଚ୍‌ ଶିବ ପ୍ରସାଦ ଦାସ ।

୨୦୧୪ରୁ ଲାଇଫ ଟାଇମ୍‍ ପୁରସ୍କାର ପ୍ରଦାନ କରାଯାଉଥିଲା ବେଳେ ପ୍ରଥମ ବର୍ଷ ମଦନମୋହନ ମହାନ୍ତି, ୨୦୧୫ରେ ବିଜୟ ଶତପଥୀ, ୨୦୧୭ରେ ଅରୂପାନନ୍ଦ ରାଉତରାୟ, ୨୦୧୮ରେ ଅଶୋକାନନ୍ଦ ଜେନା ଏବଂ ୨୦୧୯ରେ ଅଶୋକ ମହାନ୍ତି ଏହାକୁ ହାସଲ କରିସାରିଛନ୍ତି । ନିକଟରେ କ୍ଲବ ପରିସରରେ ଆୟୋଜିତ ହେବାକୁ ଥିବା ବିଶେଷ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.