ETV Bharat / sports

SAFF Championship: ଛେତ୍ରୀଙ୍କ ହ୍ୟାଟ୍ରିକରେ ଜିତିଲା ଭାରତ, ପାକିସ୍ତାନର ଶୋଚନୀୟ ପରାଜୟ - ସାଫ ଚମ୍ପିଆନସିପ ଫୁଟବଲ 2023

ସାଫ ଚମ୍ପିଆନସିପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ପାରମ୍ପିିରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ 4-0 ଗୋଲରେ ପରାସ୍ତ କରିିଛି । ଅଧିକ ପଢନ୍ତୁ

SAFF Championship
ସାଫ ଚମ୍ପିଆନସସିପ
author img

By

Published : Jun 22, 2023, 8:11 AM IST

ବେଙ୍ଗାଲୁରୁ: ଫୁଲ ଫର୍ମରେ ଅଛି ଭାରତୀୟ ଫୁଟବଲ ଦଳ । ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ ଚମ୍ପିଆନ ପରେ ସାଫ ଚମ୍ପିଆନସିପରେ ଦମଦାର ଆରମ୍ଭ କରିଛି ଭାରତ । ବେଙ୍ଗୁଲୁରୁର ଶ୍ରୀକାନ୍ତୀରବି ଷ୍ଟାଡିୟମରେ ସାଫ୍‌ ଚମ୍ପଆନସିପ ଫୁଟବଲ 2023ରେ ବିଜୟରୁ ଆଭିଯାନ ଆରମ୍ଭ କରିଛି ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତ । ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ 4-0 ଗୋଲରେ ହରାଇଛି । ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ ଗୋଲ ବଳରେ ଭାରତ ବିଜୟୀ ହୋଇଛି । ପାକିସ୍ତାନ ଖାତା ଖୋଲିବାରେ ବିଫଳ ହୋଇଛି । ସେହିପରି ଚମ୍ପିଆନସପିର ଅନ୍ୟ ଏକ ମ୍ୟାଚରେ ନେପାଳ ବିପକ୍ଷରେ 3-1 ଗୋଲର ବିଜୟ ହାସଲ କରିଛି କୁଏତ ।

ଏହା ବି ପଢନ୍ତୁ...ଫଟୋରେ ଖବର, ଦେଖନ୍ତୁ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ ଫାଇନାଲର ଦୃଶ୍ୟ

ଭାରତ ବନାମ ପାକିସ୍ତାନ: ସାଫ ଚମ୍ପିଆନସିପ ବା ସାଉଥ ଏସିଆ ଫୁଟବଲ ଫେଡେରେସନର 14 ତମ ସଂସ୍କରଣ ପ୍ରଥମ ଦିବସର ଦ୍ବିତୀୟ ମ୍ୟାଚରେ ପାକିସ୍ତାନ ଭାରତ ମୁହାମୁହିଁ ହୋଇଥିଲେ । ଦୀର୍ଘ 5 ବର୍ଷ ପରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ମ୍ୟାଚ୍‌ଟି ମୋଟ 90ମିନିଟ ଖେଳାଯାଇଥିଲା । ଭାରତ ଫୁଲ ଆଟାକିଂ ମୋଡ୍‌ରେ ଥିଲା । ଭାରତ ଅଭିଜ୍ଞ ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ କରି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ସେହିପରି ଉଦାନ୍ତ ସିଂହ ଚତୁର୍ଥ ତଥା ଅନ୍ତିମ ଗୋଲ ଦେଇଥିଲେ । ମ୍ୟାଚର 10ମିନିଟରେ ସୁନୀଲ ଫିଲ୍ଡ ଗୋଲ ଦେଇ ଖାତା ଖୋଲିଥିଲେ । ପାକିସ୍ତାନ ସୁଯୋଗ ସୃଷ୍ଟି କରିଥିଲେ ସୁଦ୍ଧା ଗୋଲ କରିବାକୁ ସଫଳ ହୋଇନଥିଲା । ସୁନୀଲ ମ୍ୟାଚ୍‌ର 16 ଓ 73ତମ ମିନିଟରେ ଆଉ ଦୁଇଟି ଗୋଲ ଦେଇଥିଲେ । ଶେଷରେ 81ତମ ମିନିଟରେ ଉଦାନ୍ତ ସିଂହ ଶେଷ ଗୋଲ ଦେଇ ବିଜୟ ବ୍ୟବଧାନକୁ ବଢାଇଥିଲେ । ଗୋଲ କରିବାକୁ ସୁଯୋଗ ଉଣ୍ଡାଳୁ ଥିବା ପାକିସ୍ତାନ ବିଫଳ ହୋଇଥିଲା ଭାରତର ବିଜୟ ହୋଇଥିଲା । ସମ୍ପୂର୍ଣ୍ଣ ମ୍ୟାଚରେ ଛେତ୍ରୀ ପ୍ରଭାବ ବିସ୍ତାର କରିଥିଲେ । ହ୍ୟାଟ୍ରିକ ଗୋଲ ସ୍କୋର କରିବାରେ ଛେତ୍ରୀ ଚତୁର୍ଥ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରର ବିବେଚିତ ହୋଇଛନ୍ତି । ଭାରତ ପାଇଁ ସେ 138ଟି ମ୍ୟାଚ୍‌ ଖେଳି 90ଟି ଗୋଲ୍‌ ସ୍କୋର କରିଛନ୍ତି ।

ଏହା ବି ପଢନ୍ତୁ...BWF Ranking: କ୍ୟାରିଅରର ଶ୍ରେଷ୍ଠ ର଼୍ୟାଙ୍କିଂରେ ସାତ୍ତ୍ବିକ-ଚିରାଗ

ନେପାଳ ବମାନ କୁଏତ: ସାଫ ଚମ୍ପିଆନସିପ ପ୍ରଥମ ମୁକାବିଲାରେ ନେପାଳ ଓ କୁଏତ ପରସ୍ପରକୁ ଭେଟିିଥିଲେ । 3-1 ଗୋଲରେ ଉକ୍ତ ମ୍ୟାଚକୁ ଜିତି ନେଇଛି କୁଏତ । 23ମିନିଟରେ କୁଏତ ପ୍ରଥମ ଗୋଲ ଦେଇ ଆଗୁଆ ରହିଥିଲା । 41ତମ ମିନିଟରେ କୁଏତ ଆଉ ଏକ ଗୋଲ ଦେଇଥିଲା । ଦ୍ବିତୀୟାର୍ଦ୍ଧର 65ତମ ମିନିଟରେ କୁଏତ ଆଉ ଏକ ଗୋଲ ଦେଇ 3-0ରେ ଆଗୁଆ ରହିଥିଲା । 68ତମ ମିନିଟରେ ନେପାଳ ଗୋଟିଏ ଗୋଲ ପରିଶୋଧ କରିଥିଲା ହେଲେ କୁଏତ ମ୍ୟାଚଟିକୁ ଜିତି ନେଇଥିଲା ।

ପ୍ରକାଶଥାଉ କି, ସଦ୍ୟ ସମାପ୍ତ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲରେ ଭାରତ ଚମ୍ପିଆନ ହୋଇଥିଲା । ଜୁନ୍‌ 9ରୁ ଭୁବନେଶ୍ବରର 4ଟି ଦଳକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ଅପରାଜେୟ ରହିଥିଲା । ଫାଇନାଲରେ ଲେବାନନକୁ 2-0 ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଥିଲା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତ । 46 ବର୍ଷ ପରେ ଲେବାନନକୁ ପରାସ୍ତ କରିଥିଲା ଭାରତ । ସାଫ ଚମ୍ପିଆନସିପ୍‌ରେ ପାକିସ୍ତାନକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆଗାମୀ ସମସ୍ତ ମ୍ୟାଚ ଜିତିବା ଲକ୍ଷ୍ୟରେ ରହିଛି । ଆସନ୍ତା 24 ତାରିଖରେ ନେପାଳ ବିପକ୍ଷରେ ଦ୍ବିତୀୟ ମ୍ୟାଚ ଖେଳିବ ଭାରତ । ସେହିପରି ପାକିସ୍ତାନ କୁଏତ ବିପକ୍ଷରେ ଖେଲିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.