ETV Bharat / sports

SAFF Championship: ଲେବାନନକୁ ହରାଇ ଫାଇନାଲରେ ଭାରତ, କୁଏତ ବିପକ୍ଷରେ ଫାଇନାଲ ଫାଇଟ - ଭାରତ ବନାମ ଲେବାନନ

ସାଫ ଫୁଟବଲ ଚମ୍ପିଆନସିପ ଫାଇନାଲରେ ପ୍ରବେଶ କରିଛି ଭାରତ । ସେମିଫାଇନାଲରେ ଲେବାନନକୁ ପରାସ୍ତ କରି ଫାଇନାଲରେ ସ୍ଥାନ ହାସଲ କରିଛି ଭାରତୀୟ ଫୁଟବଲ ଦଳ । ଅଧିକ ପଢନ୍ତୁ

SAFF Championship
India vs Lebanon
author img

By

Published : Jul 2, 2023, 7:17 AM IST

ବେଙ୍ଗାଲୁରୁ: ମୈଦାନରେ ଥିଲେ ସେହି ଦୁଇ ଦଳ । ଭାରତ ଓ ଲେବାନନ । ସେଦିନ ଥିଲା ଇଣ୍ଟର କଣ୍ଟିନେଣ୍ଟାଲ କପ ଫୁଟବଲ ଫାଇନାଲ ଆଉ ଏହା ସାଫ ଚମ୍ପିଆନସିପ ସେମିଫାଇନାଲ । ଇଣ୍ଟର କଣ୍ଟିନେଣ୍ଟାଲ କପ ଫୁଟବଲ ଫାଇନାଲରେ ଭାରତ ଲେବାନନକୁ ହରାଇ ଚମ୍ପିଆନ ହୋଇଥିଲା ଏଥର ସାଫ ଚମ୍ପିଆନସିପରେ ସେମି ଫାଇନାଲରେ ଲେବାନନକୁ 4-2 ପେନାଲ୍ଟି ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଫୁଟବଲ ଦଳ । ଆସନ୍ତା ଜୁଲାଇ 4 ତାରିଖରେ କୁଏତ ବିପକ୍ଷରେ ସାଫ ଚମ୍ପିଆନସିପ ଫାଇନାଲ ଖେଳିବ ଭାରତ ।

ଭାରତ ବନାମ ଲେବାନନ: ମ୍ୟାଚ ଆରମ୍ଭରୁ ଲେବାନନ ପ୍ରଭାବ ବିସ୍ତାର କରିଥିଲା । ପ୍ରଥମ ମିନିଟରେ ନାଦିର ମାତର ଭାରତୀୟ ଗୋଲ କୋଷ୍ଟକୁ ଆଟାକ କରିଥିଲେ । ସେହିପରି ଅଷ୍ଟ ମିନିଟରେ ଜେନ ଫାରାନଙ୍କ ଗୋଲ ସଟକୁ ଭାରତୀୟ ଗୋଲ କିପର ଗୁରପ୍ରୀତ ଅଟକାଇବାରେ ସଫଳ ହୋଇଥିଲେ । ପ୍ରଥମ 15 ମିନିଟ ପରେ ଭାରତ ଟ୍ରାକକୁ ଫେରିଥିଲା । 15ତମ ମିନିଟରେ ଭାରତ ଗୋଲ ସୁଯୋଗ ସୃଷ୍ଟି କରିଥିଲେ ସୁଦ୍ଧା ବିଫଳ ହୋଇଥିଲା । ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟରେ ଗୋଟିଏ ଗୋଟିଏ ମିନିଟରେ ରୋମାଞ୍ଚ ଭରିଥିଲା । ସେମିଫାଇନାଲ ସଂଘର୍ଷପୂର୍ଣ୍ଣ ରହିଥିଲା । 120 ମିନିଟରେ ଗୋଲ ସମ୍ଭବ ହୋଇନଥିଲା ।

ଅତିରିକ୍ତ 30 ମିନିଟ ଖେଳ ଆରମ୍ଭ ହୋଇଥିଲା । 94 ତମ ମିନିଟରେ ସୁନୀଲ ଛେତ୍ରୀଙ୍କ ଏକ ପ୍ରୟାସକୁ ଲେବାନନ ଗୋଲ କିପର ଅଟକାଇ ଦେଇଥିଲେ । ସେହିପରି 96 ଓ 101ତମ ମିନିଟରେ ଭାରତ 2ଟି ପ୍ରୟାସ କରି ବିଫଳ ହୋଇଥିଲା । 120 ମିନିଟ ଶେଷ ହୋଇଥିଲା ମାତ୍ର ଦୁଇ ଦଳ ଗୋଲ କରିପାରିନଥିଲେ । ଶେଷରେ ଭାରତ 4-2 ଟାଇବ୍ରେକର ଗୋଲରେ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ସୁନୀଲ ଛେତ୍ରୀ ପ୍ରଥମ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ ।

ଜବାବରେ ଲେବାନନର ହାସାନ ମାତୌକଙ୍କ ପେନାଲ୍ଟିକୁ ଗୁରପ୍ରୀତ ଅଟକାଇ ଦେଇଥିଲେ । ଭାରତ 1-0 ଗୋଲରେ ଆଗୁଆ ଥିଲା । ଏହା ପରେ ଭାରତର ଅନୱାର ଅଲି ଓ ଲେବାନନର ହାସନ ସୌର ଗୋଲ କରିଥିଲେ । ଭାରତ 2-1 ଗୋଲରେ ଆଗୁଆ ଥିଲା । ତୃତୀୟ ରାଉଣ୍ଡରେ ଭାରତ ପକ୍ଷରୁ ମହେଶ ଓ ଲେବାନନ ପକ୍ଷରୁ ମହମ୍ମଦ ଗୋଲ ସ୍କୋର କରିଥିଲେ । ସ୍ଥିତି 3-2ରେ ଥିଲା । ଭାରତର ବିଜୟ ନିଶ୍ଚିନ୍ତ ଥିଲା । ଚତୁର୍ଥ ରାଉଣ୍ଡରେ ଭାରତର ଉଦାନ୍ତ ସିଂ ଗୋଲ କରିଥିଲେ । ଲେବାନନ ଏହି ରାଉଣ୍ଡରେ ବିଫଳ ହୋଇଥିଲା । ଭାରତ 4-2 ଗୋଲରେ ବିଜୟ ହାସଲ କରିଥିଲା ।

କୁଏତ ବନାମ ବାଂଲାଦେଶ: ସାଫ ଚମ୍ପିଆନସପିର ଅନ୍ୟ ଏକ ସେମିଫାଇନାଲ ମ୍ୟାଚ କୁଏତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ବାଂଲାଦେଶକୁ 1- 0ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି କୁଏତ । ଭାରତ ବିପକ୍ଷରେ ଜୁଲାଇ 4 ତାରିଖରେ ଫାଇନାଲ ଖେଳିବ କୁଏତ ।

ଏହା ବି ପଢନ୍ତୁ...FIFA Ranking: 5 ବର୍ଷ ପରେ 100ତମ ସ୍ଥାନରେ ଭାରତ

ଏହା ବି ପଢନ୍ତୁ...ଟିମ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକରୁ ହଟିଲା BYJU's , ସ୍ଥାନ ନେଲା Dream11

ପ୍ରକାଶଥାଉ କି, ଜୁନ 21 ତାରିଖରୁ ବେଙ୍ଗାଲୁରୁର ଶ୍ରୀକାନ୍ତୀରବି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ସାଫ ଫୁଟବଲ ଚମ୍ପିଆନସିପରେ ଭାରତ ତାର ପ୍ରଥମ ମ୍ୟାଚରେ ପାକିସ୍ତାନକୁ 4-0 ଗୋଲରେ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚରେ ନେପାଳକୁ 2-0 ଗୋଲରେ ହରାଇଥିଲା । ତୃତୀୟ ମ୍ୟାଚ କୁଏତ ବିପକ୍ଷରେ ଖେଳିଥିଲା ତାହା 1-1ରେ ଡ୍ର ହୋଇଥିଲା । ସେମିଫାଇନାଲରେ ଲେବାନନକୁ 4-2 ପେନାଲ୍ଟି ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.