ଟୋକିଓ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲମ୍ପିକ୍ସର ଟର୍ଚ୍ଚ ରିଲେ କାର୍ଯ୍ୟକ୍ରମ । ଏନେଇ ଆୟୋଜକଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ତେବେ ଏହି କାର୍ଯ୍ୟକ୍ରମରେ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ଟୋକିଓ 2020 ସଭାପତି ।
ମାର୍ଚ୍ଚ 25ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ସୂଚୀ ରହିଛି । ଜାପାନର 47ଟି ସ୍ଥାନରେ ଏହା ପ୍ରଦର୍ଶିତ ହେବାନେଇ ଜଣାପଡିଛି ।
ତେବେ ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଗାଇଡଲାଇନ ଓ କୋଭିଡ-19 କଟକଣା, ଭିଡ ନିୟନ୍ତ୍ରଣ, ସ୍ବାସ୍ଥ୍ୟ ପରୀକ୍ଷା ନେଇ ବିଶେଷ ଧ୍ୟାନ ଦିଆଯାଉଥିବା କହିଛନ୍ତି ସୈକୋ ହାସିମୋଟୋ ।
ଚଳିତ ବର୍ଷ ଜୁଲାଇ ମାସରେ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ କ୍ରୀଡା ଆରମ୍ଭ ହେବାର ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ