ETV Bharat / sports

ଚର୍ଚ୍ଚାରେ ପ୍ରେମିକ ରୋନାଲ୍ଡୋ, ବୁର୍ଜ ଖଲିଫାରେ ବାନ୍ଧବୀଙ୍କୁ ଖାସ୍‌ ଉପହାର

ବିଶ୍ବର ଉଚ୍ଚତମ ବିଲ୍ଡିଂ ବୁର୍ଜ ଖଲିଫାର ଲେଜର ସୋ'ରେ 'ହାପି ବର୍ଥ ଡେ ଜିଓ' ଲେଖି ଚର୍ଚ୍ଚାରେ ବିଶ୍ବର ତାରକା ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ(Ronaldo) । ଅଧିକ ପଢନ୍ତୁ

author img

By

Published : Jan 28, 2022, 5:28 PM IST

Updated : Jan 28, 2022, 6:32 PM IST

Ronaldo lights up Burj Khalifa on girlfriend's birthday; spends 50,000 pounds
ଚର୍ଚ୍ଚାରେ ପ୍ରେମିକ ରୋନାଲ୍ଡୋ, ବୁର୍ଜ ଖଲିଫାରେ ବାନ୍ଧବୀଙ୍କୁ ଖାସ୍‌ ଉପହାର

ହାଇଦ୍ରାବାଦ: ନିଜର ପ୍ରିୟତମା ପ୍ରେମିକାଙ୍କ ମନଜିଣିବା ପାଇଁ ପ୍ରେମିକର ନିଆରା ପ୍ରୟାସର ଅନେକ ଖବର ପୂର୍ବରୁ ସାମ୍ନାକୁ ଆସିଛି । ତେବେ ଯଦି ପ୍ରିୟ ମଣିଷର ଜନ୍ମଦିନ ହୋଇଥାଏ, ତେବେ କଥା ସରିଲା, ଦେବାକୁ ପଡେ ମନଲୋଭା ଉପହାର । ଏହି ତାଲିକା ବେଶ ଲମ୍ବା ହୋଇଥିବାବେଳେ ଏଥିରେ ସଦ୍ୟ ଯୋଡିହୋଇଛନ୍ତି, ବିଶ୍ବର ଅନ୍ୟତମ ଶ୍ରେଷ୍ଠ ତାରକା ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ।

ମାଞ୍ଚେଷ୍ଟର ୟୁନାଇଟେଡ୍‌ ଷ୍ଟାର ଫୁଟବଲର ରୋନାଲ୍ଡୋ ନିଜର ବାନ୍ଧବୀ ଜିଓରଜିନା ରୋଡ୍ରିଗୁଏଜଙ୍କୁ ତାଙ୍କର ଜନ୍ମଦିନରେ(girlfriend's birthday) ସ୍ବତନ୍ତ୍ର ଉପହାର ଭେଟିଦେଇଛନ୍ତି । ଦୁବାଇରେ ଥିବା ବିଶ୍ବର ଉଚ୍ଚତମ ବିଲ୍ଡିଂ, ବୁର୍ଜ ଖଲିଫାର(Burj Khalifa) ଲେଜର ସୋ'ରେ ବାନ୍ଧବୀଙ୍କୁ ପ୍ରଦର୍ଶିତ କରିଛନ୍ତି ।

ପାଞ୍ଚ ଥର 'Ballon d'Or' ପୁରସ୍କାର ବିଜେତା ରହିଥିବା ରୋନାଲ୍ଡୋ ଦୁବାଇର ହୃଦୟରେ ରହିଥିବା ଏହି ଐତିହାସିକ ଟାୱାରରେ ପ୍ରେମିକାଙ୍କୁ ପ୍ରମୋସନାଲ ଉପହାର ପାଇଁ ପ୍ରାୟ ୫୦,୦୦୦ ପାଉଣ୍ଡ ଖର୍ଚ୍ଚ କରିଥିବା ଜଣାପଡିଛି । ଭାରତୀୟ ମୁଦ୍ରାରେ ଏହା 5,028,586.69 ଟଙ୍କା ହୋଇପାରେ ।

ଏହାମଧ୍ୟ ପଢନ୍ତୁ: IPL 2022: ଚେନ୍ନାଇରେ ପହଞ୍ଚିଲେ ମାହି, ଖେଳାଳି ନିଲାମ ପୂର୍ବରୁ କରିବେ ମାଷ୍ଟରପ୍ଲାନ

370 ନିୟୁତ ପାଉଣ୍ଡସର ମୂଲ୍ୟ ଥିବା 36 ବର୍ଷୀୟ ରୋନାଲଡୋ ଐତିହାସିକ ଟାୱାରରେ ଏକ ୩୦ ସେକେଣ୍ଡର ଭିଡିଓ ଓ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କର ୨୮ ବର୍ଷୀୟା ମଡେଲ ଗର୍ଲଫ୍ରେଣ୍ଡ ରହିଛନ୍ତି । ଉଭୟ ରୋନାଲ୍ଡୋ ଓ ଜିଓରଜିନାଙ୍କର ଏକ ୪ ବର୍ଷର ସନ୍ତାନ ମଧ୍ୟ ରହିଛି । ଇଂଲିସ ପ୍ରିମିୟର ଲିଗ୍‌ର ଶୀତକାଳୀନ ବ୍ରେକ୍‌ ସମୟରେ ଦୁବାଇରେ ପରିବାର ସହ ରହିଛନ୍ତି । ଏହି ଲାଇଟ୍‌ ଓ ଲେଜର ଶୋ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ପୂର୍ବତନ ରିଅଲ ମାଦ୍ରିଦ ଓ ଜୁଭେଣ୍ଟସ ଷ୍ଟାରଙ୍କ ଗର୍ଲଫ୍ରେଣ୍ଡଙ୍କ ନାମ ଟାଓ୍ବାରେ ଲେଖାଯିବା ସହ 'ହାପି ବର୍ଥ ଡେ ଜିଓ' ମେସେଜ୍‌ରେ ଶେଷ ହେଉଛି ।

mirror.co.ukର ଏକ ରିପୋର୍ଟ ଅନୁଯାୟୀ, ରାତ୍ରି ସମୟରେ ଏହି ଉଚ୍ଚତମ ଡିସପ୍ଲେ ସ୍କ୍ରିନ୍‌ ଥିବା ଟାୱାରରେ ୩ ମିନିଟ୍‌ର ପ୍ରମୋସନାଲ ବିଜ୍ଞାପନ କିମ୍ବା ମେସେଜ ପ୍ରଦର୍ଶିତ କରିବାକୁ ଅତିକମରେ ୫୦,୦୦୦ ପାଉଣ୍ଡ୍‌ସ ଖର୍ଚ୍ଚ କରିବାକୁ ପଡୁଛି । ତେବେ ସପ୍ତାହନ୍ତରେ ଏହି ମୂଲ୍ୟରେ ବୃଦ୍ଧି ମଧ୍ୟ ହୋଇଥାଏ ବୋଲି ନିକଟରେ କିଛି ରିପୋର୍ଟରେ ଦର୍ଶାଯାଇଛି ।

ଆର୍ଜେଣ୍ଟିନା ଜନ୍ମିତ ଜିଓରଜିନା ବର୍ଷ ୨୦୧୭ରେ ରୋନାଲ୍ଡୋଙ୍କୁ ଲା ଲିଗା ଟୁର୍ନାମେଣ୍ଟ ସମୟରେ ରିଅଲ ମାଦ୍ରିଦ କ୍ୟାମ୍ପ୍‌ରେ ଥିବାବେଳେ ଭେଟିଥିଲେ । ରୋନାଲ୍ଡୋଙ୍କ ଖାସ୍‌ ଉପହାରକୁ ନିଆରା ଅନ୍ଦାଜରେ ପ୍ରଶଂସା ମଧ୍ୟ କରିଛନ୍ତି ବାନ୍ଧବୀ ଜିଓରଜିନା । ତାଙ୍କର ଏହି ପ୍ରେମଭରା ଇନଷ୍ଟାଗ୍ରାମ ପୋଷ୍ଟକୁ ପ୍ରାୟ ୨୭ ମିଲିଅନରୁ ଅଧିକ ୟୁଜର୍ସ ପସନ୍ଦ କରିସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 28, 2022, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.