ETV Bharat / sports

ରୋହିତ ଟି-ଟ୍ବେଣ୍ଟି ଅଧିନାୟକ ପଦରୁ ବିରତି ନେବା ଆବଶ୍ୟକ: ସେହ୍ବାଗ - ରୋହିତଙ୍କ ଅଧିନାୟକ ପଦ ଉପରେ ସେହ୍ବାଗଙ୍କ ମନ୍ତବ୍ୟ

ଭାରତର ପୂର୍ବତନ ବ୍ୟାଟର ବିରେନ୍ଦ୍ର ସେହ୍ବାଗଙ୍କର ହିଟ ମ୍ୟାନ ରୋହିତ ଶର୍ମାଙ୍କ ପ୍ରତି ବୟାନ । ସେହ୍ବାଗ ତାଙ୍କ ବୟାନରେ କହିଛନ୍ତି ରୋହିତ ଶର୍ମା ଟି-ଟ୍ବେଣ୍ଟି ଅଧିନାୟକ ପଦରୁ ବିରତି ନେଇଯିବା ଦରକାର । କାରଣ ରୋହିତଙ୍କ କାର୍ଯ୍ୟଭାର ଅଧିକ ହେବାରୁ ସେ ଠିକ ଭାବରେ ଫିଟ ହୋଇପାରୁନାହାନ୍ତି । ଯାହା ଫଳରେ ରୋହିତ ନିକଟରେ ଖେଳାଯାଇଥିବା ପ୍ରାୟ ମ୍ୟାଚରୁ ବାଦ ପଡିଛନ୍ତି । ଅଧିକ ପଢନ୍ତୁ

ରୋହିତ ଟି-ଟ୍ବେଣ୍ଟି ଅଧିନାୟକ ପଦରୁ ବିରତି ନେବା ଦରକାର:ସେହ୍ବାଗ

author img

By

Published : Jun 29, 2022, 7:41 AM IST

ହାଇଦ୍ରାବାଦ: ଭାରତର ପୂର୍ବତନ ବ୍ୟାଟର ବିରେନ୍ଦ୍ର ସେହ୍ବାଗଙ୍କର ହିଟ ମ୍ୟାନ ରୋହିତ ଶର୍ମାଙ୍କ ପ୍ରତି ମନ୍ତବ୍ୟ । ସେହ୍ବାଗ ତାଙ୍କ ବୟାନରେ କହିଛନ୍ତି ରୋହିତ ଶର୍ମା ଟି-ଟ୍ବେଣ୍ଟି ଅଧିନାୟକ ପଦରୁ ବିରତି ନେଇଯିବା ଆବଶ୍ୟକ । କାରଣ ରୋହିତଙ୍କ କାର୍ଯ୍ୟଭାର ଅଧିକ ହେବାରୁ ସେ ଠିକ ଭାବରେ ଫିଟ ହୋଇପାରୁନାହାନ୍ତି । ଯାହା ଫଳରେ ରୋହିତ ନିକଟରେ ଖେଳାଯାଇଥିବା ପ୍ରାୟ ମ୍ୟାଚରୁ ବାଦ ପଡିଛନ୍ତି । ସେହ୍ବାଗ ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାରରେ କହିଛନ୍ତି, ‘ଯଦି ଆଉ କାହାକୁ ଟି-ଟ୍ବେଣ୍ଟି ଅଧିନାୟକ କାର୍ଯ୍ୟଭାର ଦିଆଯାଏ ତାହାଲେ ରୋହିତଙ୍କୁ ଟି-ଟ୍ବେଣ୍ଟି ଅଧିନାୟକ ପଦରୁ ବିରତି ମିଳିପାରେ । ଯାହା ଫଳରେ ରୋହିତ ତାଙ୍କ ବୟସ ଅନୁଯାୟୀ କାର୍ଯ୍ୟଭାର ସମ୍ଭାଳିବା ଫିଟ ରହିପାରିବେ । ଏହା ସହିତ ସେହ୍ବାଗ କହିଛନ୍ତି ଟି-ଟ୍ବେଣ୍ଟି ଅଧିନାୟକ ପଦ ପାଇଁ ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦେବା ଦରକାର । ଯାହା ଫଳରେ ହିଟ ମ୍ୟାନ ରୋହିତ ଟେଷ୍ଟ କ୍ରିକେଟ ଏବଂ ଦିନିକିଆ କ୍ରିକେଟ ମ୍ୟାଚରେ ସହଜରେ ଅଧିନାୟକ ନେତୃତ୍ବ ତୁଲାଇ ପାରିବେ ।

ସେହ୍ବାଗ ତାଙ୍କ ବୟାନରେ ଆହୁରି ମଧ୍ୟ କହିଛନ୍ତି, ‘ତିନୋଟି ଫର୍ମାଟରେ ଅଧିନାୟକ ସମ୍ଭାଳିବା ହିଟ ମ୍ୟାନ ରୋହିତ ଶର୍ମା ଉପଯୁକ୍ତ ବ୍ୟକ୍ତିତ୍ବ । ତାଙ୍କ ଉପରେ ଭରସା ରହିଛି । ବିରେନ୍ଦ୍ର ସେହ୍ବାଗ ଅଧିନାୟକ ପଦକୁ ନେଇ ପ୍ରସଙ୍ଗ ଉଠାଇଛନ୍ତି କି ଅଧିନାୟକ ପଦରେ ଅଧିକ ଚାପ ରହୁଛି ଯାହା ଫଳରେ ଖେଳାଳିମାନେ ଖେଳରେ ଠିକ ଭାବରେ ଧ୍ୟାନ ନ ଦେଇ ଦଳ ନେତୃତ୍ବରେ ଅଧିକ ଧ୍ୟାନ ଦେଉଛନ୍ତି । ନିକଟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଅଧିକ କାର୍ଯ୍ୟଭାର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ୧୯୯୭ ମସିହାରେ ଅଷ୍ଟ୍ରେଲିଆରେ ସ୍ଟିଭ ୱୋଘଙ୍କୁ ଦିନିକିଆ କ୍ରିକେଟର ଅଧିନାୟକ ଭାବରେ ଏବଂ ମାର୍କ ଟ୍ୟଲୋରଙ୍କୁ ଟେଷ୍ଟ କ୍ରିକେଟରେ ଅଧିନାୟକ ଭାବରେ ନିଯୁକ୍ତି କରାଯାଇଥିଲା ।’

ଭାରତର ବ୍ୟାଟିଂ ଅର୍ଡରକୁ ନେଇ ସେହ୍ବାଗ କହିଛନ୍ତି, ରୋହିତ ଶର୍ମା, ଇଶାନ କିଶାନ, ଲୋକେଶ ରାହୁଲ ପ୍ରଥମ ବ୍ୟାଟିଂ ଅର୍ଡର ସମ୍ଭାଳିବାକୁ ଉପଯୁକ୍ତ ଅଛନ୍ତି । ଏହା ସହିତ ପୂର୍ବତନ ଅଧିନାୟକ ବିରାଟ କୋହଲି ଭାରତ ବ୍ୟାଟିଂ ରାଙ୍କରେ ତିନି ନମ୍ବର ସ୍ଥାନରେ ରହିଛନ୍ତି । ଆଗାମୀ ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ବିଶ୍ବକପ ବାବଦରେ କହିଛନ୍ତି ରୋହିତ ଶର୍ମା, ଲୋକେଶ ରାହୁଲ, ଇଶାନ କିଶାନପ୍ରଥମ ବ୍ୟାଟିଂ ଅର୍ଡର ସମ୍ଭାଳି ପାରିବେ । ବୋଲିଂ ବାବଦରେ ଫାଷ୍ଟ ବୋଲର ଜଶପ୍ରିତ ବୁମରାହ ଏବଂ ମହମ୍ମଦ ସାମି ବୋଲିଂ ଭାର ସମ୍ଭାଳି ପାରିବେ । ଏହା ସହିତ ଯୁବ ବୋଲର ଉମରାନ ମଲ୍ଲିକ ବାବଦରେ କହିଛନ୍ତି ତାଙ୍କର ପ୍ରଦର୍ଶନ ପାଇଁ ପ୍ଲେଇଂ ଇଲେଭେନରେ ସେ ନିଶ୍ଚୟ ତାଙ୍କର ସ୍ଥାନ ପକ୍କା କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.