ଓସଲୋ(ନରୱେ): ଚଳିତ ବିଶ୍ବ କୁସ୍ତି ଚମ୍ପିଆନସିପ୍ରେ ଭାରତର ବିଜୟୀ ପ୍ରଦର୍ଶନ ଜାରି । ଭାରତୀୟ କୁସ୍ତିଯୋଦ୍ଧା ରୋହିତ, ତୁର୍କୀର ସେଲହତିନ କିଲିସାଲାୟନଙ୍କୁ ହରାଇ ୬୫ କିଲୋଗ୍ରାମ ବ୍ରୋଞ୍ଜ ପଦକ ପ୍ଲେ-ଅଫ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଅନ୍ୟପଟେ ପିଙ୍କି ମହିଳା ୫୫ କିଲୋଗ୍ରାମ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
ରିପଚେଜ ରାଉଣ୍ଡ ମ୍ୟାଚ୍ରେ ପ୍ରଥମରୁ ୧-୨ରେ ପଛୁଆ ରହିବା ସହ ସଂଘର୍ଷ କରିଥିଲେ ରୋହିତ । ମାତ୍ର ପ୍ରଥମ ସମୟ ଅବଧି ଶେଷ ସୁଦ୍ଧା ଡବଲ୍ ଲେଗ୍ ଆକ୍ରମଣ ସହ ୫-୨ରେ ଆଗୁଆ ହୋଇଥିଲେ । ଦ୍ବିତୀୟ ସମୟ ଅବଧିରେ ଦମଦାର ପ୍ରଦର୍ଶନ ବିଜୟୀ ହୋଇଥିଲେ ।
ବ୍ରୋଞ୍ଜ ପ୍ଲେ-ଅଫ୍ରେ ସେ ମଙ୍ଗୋଲିଆର ତୁଲଗା ତୁମାରଙ୍କୁ ଭେଟିବେ ।
ଅନ୍ୟପଟେ ସତ୍ବାର୍ତ କାର୍ଡିଆନ(୯୭ କିଲୋଗ୍ରାମ) ଓ ସୁଶୀଲ(୭୦ କିଲୋଗ୍ରାମ)ଙ୍କୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ କୋରିଆ ପ୍ରତିଦ୍ବନ୍ଦ୍ବୀ ମିନଓନ ସିଓ ଓ ଜର୍ଜିଆର ଜୁରାବି ଲାକୋବିସଭିଙ୍କ ଠାରୁ ପରାଜୟ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ