ETV Bharat / sports

ଟେନିସ କିମ୍ବଦନ୍ତୀ ରୋଜର ଫେଡେରରଙ୍କ ସନ୍ୟାସ ଘୋଷଣା

ଟେନିସରୁ କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରରଙ୍କ ସନ୍ୟାସ ଘୋଷଣା । ୪୧ ବର୍ଷ ବୟସରେ ଟେନିସକୁ ଅଲବିଦା କହିଛନ୍ତି ଫେଡେଡର । ୨୦ଟି ପ୍ରମୁଖ ଟାଇଟେଲ ଜିତିବା ସହ ସେ ଟେନିସ ଜଗତର ଅନ୍ୟତମ ସର୍ବକାଳୀନ ମହାନତମ ଖେଳାଳି ରହିଥିଲେ । ଆସନ୍ତା ସପ୍ତାହରେ ଖେଳିବେ ଶେଷ ଟୁର୍ଣ୍ଣାମେଣ୍ଟ ।

author img

By

Published : Sep 15, 2022, 7:17 PM IST

Updated : Sep 15, 2022, 7:46 PM IST

Roger Federer announces retirement from tennis
ଟେନିସରୁ କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରରଙ୍କ ସନ୍ୟାସ

ହାଇଦ୍ରାବାଦ: ଟେନିସରୁ କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରରଙ୍କ ସନ୍ୟାସ ଘୋଷଣା(Roger Federer announces retirement from tennis) । ୪୧ ବର୍ଷ ବୟସରେ ଟେନିସକୁ ଅଲବିଦା କହିଛନ୍ତି ଫେଡେଡର । ୨୦ଟି ପ୍ରମୁଖ ଟାଇଟେଲ ଜିତିବା ସହ ସେ ଟେନିସ ଜଗତର ଅନ୍ୟତମ ସର୍ବକାଳୀନ ମହାନତମ ଖେଳାଳି ରହିଥିଲେ ।

ସ୍ବିସ୍‌ ଟେନିସ ଷ୍ଟାର ରୋଜ ଫେଡେରେର ଖେଳରୁ ଅବସର ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ଖେଳାଯିବାକୁ ଥିବା ଲାଭେର କପ୍‌(Laver Cup) ତାଙ୍କର ଶେଷ ATP ଟୁର୍ଣ୍ଣାମେଣ୍ଟ ହେବ । ନିଜ ଟ୍ବିଟ୍‌ର ଆକାଉଣ୍ଟରେ ଏକ ଭାବପୂର୍ଣ୍ଣ ଅବସରକାଳୀନ ବାର୍ତ୍ତା ଜରିଆରେ ଏହା ଘୋଷଣା କରିଛନ୍ତି, ଟେନିସ ଜଗତର ଅନ୍ୟତମ ମହାନତମ ଖେଳାଳି ଫେଡେରର ।

Roger Federer announces retirement from tennis
ସ୍ବିସ୍‌ ଟେନିସ ଷ୍ଟାର ରୋଜ ଫେଡେରେର

ନିଜ ଅବସର କାଳୀନ ବାର୍ତ୍ତାରେ ଫେଡେରର ଲେଖିଛନ୍ତି, "ମୁଁ ଯେତିକି ଆଶା କରିଥିଲି, ସ୍ବପ୍ନ ଦେଖିଥିଲି, ଟେନିସ ମୋତେ ଏହାଠାରୁ ଅଧିକ ଦେଇଛି । ତେବେ ମୋର ପେଷାଦାର କ୍ୟାରିୟରକୁ ଶେଷ କରିବାକୁ ବର୍ତ୍ତମାନ ସେହି କଠିନ ସମୟ ଆସିଯାଇଛି ।" ଫେଡେରରଙ୍କ ଏହି ଘୋଷଣା ପରେ ଟେନିସ ଜଗତ ସ୍ତବ୍ଦ ହୋଇଯାଇଛି ଓ ଏକ ଯୁଗର ଅନ୍ତ ହେବାକୁ ଯାଉଥିବା କୁହାଯାଉଛି ।

ରୋଜର ଫେଡେରର

ଆସନ୍ତା ସପ୍ତାହରେ ଖେଳାଯିବାକୁ ଥିବା ଲାଭେର କପ୍‌ ହେବ ଫେଡେରରଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ରହିସାରିଥିବା ମହାନ ଟେନିସ ଖେଳାଳି ଫେଡେରର ଗତ ୩ ବର୍ଷ ଧରି ଆଣ୍ଠୁ ଜନିତ ଆହତ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଶେଷରେ ଟେନିସରକୁ ଅଲବିଦା କହିବାକୁ ନିଷ୍ପତି ନେଇଛନ୍ତି । ଫେଡେରର ଲଣ୍ଡନରେ ଆସନ୍ତା ସପ୍ତାହରେ ଖେଳାଯିବାକୁ ଥିବା ଲାଭେର କପ୍‌ରେ ନଜର ଆସିବେ । ମାତ୍ର ଏହାପରେ ସେ ପେଷାଦାର ଟେନିସରୁ ବିଦାୟ ନେବେ ।

ସୋସିଆଲ ମିଡିଆରେ ଅବସର ଘୋଷଣା କରି ଫେଡେରର ଲେଖିଛନ୍ତି, "ମୋର ଟେନିସ ପରିବାର ଓ ଅନ୍ୟମାନେ, ଦୀର୍ଘ ବର୍ଷ ଧରି ଟେନିସ ମୋତେ ଦେଇଥିବା ପରିଚୟ, ମୋର ବନ୍ଧୁ ଓ ପ୍ରତିନ୍ଦ୍ବନ୍ଦ୍ବୀ ଓ ପ୍ରଶଂସକଙ୍କ ପାଇଁ ଆଜି ଏହି ଘୋଷଣା । ଆଣ୍ଠୁରେ ଆଘାତ ଓ ସର୍ଜରୀ ଯୋଗୁଁ ଗତ ୩ ବର୍ଷ ଆହ୍ବାନ ପୂର୍ଣ୍ଣ ରହିଥିଲା ବୋଲି ସମସ୍ତେ ଜାଣିଛନ୍ତି । ଏହାସତ୍ତ୍ବେ ପ୍ରତିଯୋଗୀତାମୂଳକ ଟୁର୍ଣ୍ଣାମେଣ୍ଟକୁ କମବ୍ୟାକ୍‌ କରିବାକୁ ସମସ୍ତ ପ୍ରୟାସ କରିଛି । ମାତ୍ର ମୋର ଶରୀର ସାଥ୍‌ ଦେଉନାହିଁ, ମୋତେ ଏବେ ୪୧ ବର୍ଷ, ୨୪ ବର୍ଷ ଭିତରେ ମୁଁ ୧୫୦୦ରୁ ଅଧିକ ମ୍ୟାଚ୍‌ ଖେଳିସାରିଛି । ଟେନିସ ମୋତେ ପରିଚୟ ଠାରୁ ଆରମ୍ଭ କରି ସବୁକିଛି ଦେଇଛି, ମାତ୍ର ଏବେ ସମୟ ବିଦାୟ ନେବାର ।"

Last Updated : Sep 15, 2022, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.