ଟୋକିଓ: ଗୋଟିଏ ମାସ ଘୁଞ୍ଚିଲା ଟୋକିଓ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ । ମାର୍ଚ୍ଚ 4ରେ ହେବାକୁ ଥିବା ଏହି ଇଭେଣ୍ଟ 3ରେ ଏପ୍ରିଲରେ ହେବାନେଇ ପୁନଃ ନିର୍ଧାରିତ ହୋଇଛି । ଏନେଇ ଆୟୋଜକ କମିଟି ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ।
ଟୋକିଓ ଅଲମ୍ପିକ୍ସ ପାଇଁ ଆଟିଷ୍ଟିକ ସୁଇମିଂ ଇଭେଣ୍ଟର ଚୁଡାନ୍ତ ଯୋଗ୍ୟତା ପର୍ଯ୍ୟାୟ ପ୍ରଥମରୁ ମାର୍ଚ୍ଚ 4ରୁ 7 ମଧ୍ୟରେ ହେବାନେଇ ସୂଚୀ ରହିଥିଲା । ମାତ୍ର ଟୋକିଓ ସମେତ ସଂପୂର୍ଣ୍ଣ ଜାପାନରେ ଯାତ୍ରା ଜନିତ କଟକଣା ଯୋଗୁଁ ସୂଚୀରେ ପରିବର୍ତ୍ତନ କରାଯାଇ ମେ1 ରୁ 4କୁ ଘୁଞ୍ଚାଇ ଦିଆଯାଇଛି ।
ହ୍ବିଲଚେୟାର ରଗବି ସମେତ ଅଲମ୍ପିକ ଓ ପାରାଅଲମ୍ପିକ ଗେମ୍ସର ପ୍ରଥମ 18ଟି ଟେଷ୍ଟ ଇଭେଣ୍ଟ ପାଇଁ ଟୋକିଓ ଅଲମ୍ପିକ 2020 ଆୟୋଜକ କମିଟି ତାରିଖ ଘୋଷଣା କରିଛି । ଏପ୍ରିଲ 3ରୁ 4 ପର୍ଯ୍ୟନ୍ତ, ୟୋୟୋଗୀ ନ୍ୟାସନାଲ ଷ୍ଟାଡିୟମରେ ଏହି ଇଭେଣ୍ଟ ଆୟୋଜିତ ହେବ ।
ବୁଧବାର 973 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା, ଟୋକିଓ ମେଟ୍ରୋପୋଲିଟାନ ସରକାର ସ୍ପଷ୍ଟ କରିଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତ ଜାନୁଆରୀ 8 ରେ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ