ETV Bharat / sports

World Athletics U20 Championships: ପ୍ରିୟା ମୋହନଙ୍କ ପ୍ରଶଂସାରେ ହିମା ଦାସ

୨୦ ବର୍ଷୀୟ ବିଶ୍ବ ଆଥଲେଟ ଚମ୍ପିଆନସିପରେ ୪୦୦ ମିଟର ଦୌଡ଼ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଥିଲେ ପ୍ରିୟା ମୋହନ । ଏହାକୁ ନେଇ ତାଙ୍କୁ ପ୍ରଶଂସା କରିଛନ୍ତି ହିମା ଦାସ । ଅଧିକ ପଢ଼ନ୍ତୁ...

World Athletics U20 Championships: ପ୍ରିୟା ମୋହନଙ୍କୁ ହିମା ଦାସଙ୍କ ପ୍ରଶଂସା

author img

By

Published : Aug 22, 2021, 7:08 PM IST

ନୂଆଦିଲ୍ଲୀ: ୨୦ ବର୍ଷୀୟ ବିଶ୍ବ ଆଥଲେଟ ଚମ୍ପିଆନସିପରେ ଭାଗ ନେଇଥିବା ପ୍ରିୟା ମୋହନଙ୍କୁ ପ୍ରଶଂସା କଲେ ହିମା ଦାସ । ଏହି ପ୍ରତିଯୋଗିତାର ୪୦୦ ମିଟର ଦୌଡ଼ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଥିଲେ ପ୍ରିୟା ମୋହନ । ତେବେ ୫୨.୭୭ ସେକେଣ୍ଡରେ ଟ୍ରାକ ପାର କରି ନିଜର କ୍ୟାରିଅର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

ଏହାସତ୍ତ୍ବେ ସେ ଫାଇନାଲର ରାଉଣ୍ଡରେ କେନିଆର ସିଲଭିଆ ଚେଲଙ୍ଗତଙ୍କଠାରୁ ୦.୪୫ ସେକେଣ୍ଡ ଡେରିରେ ଫିନିସ ଲାଇନ ପାର କରିଥିଲେ । ଏହାପୂର୍ବରୁ ତାଙ୍କ ନାମରେ ୫୩.୨୯ ସେକେଣ୍ଡରେ ୪୦୦ ମିଟର ଟ୍ରାକ ପାର୍ କରିବା ରେକର୍ଡ ରହିଥିଲା । ଏହାକୁ ନେଇ ପ୍ରିୟାଙ୍କୁ ଦୁଃଖ ପ୍ରକାଶ ନକରିବାକୁ କହିଛନ୍ତି ହିମା ଦାସ ।

ହିମା ଟ୍ବିଟ୍ କରି କହିଛନ୍ତି ଯେ, "ପ୍ରିୟା ମୋହନ ଜବରଦସ୍ତ ଫିନିସ କରିଛନ୍ତି । ୨୦ ବର୍ଷୀୟ ବିଶ୍ବ ଆଥଲେଟ ଚମ୍ପିଆନସିପର ଫାଇନାଲରେ ୫୨.୭୭ ସେକେଣ୍ଡର ରେକର୍ଡ ଟାଇମରେ ଚତୁର୍ଥ ସ୍ଥାନରେ ରହି ଦମଦାର ଆରମ୍ଭ କରିଛନ୍ତି ପ୍ରିୟା । ଏହା ତ କେବଳ ଆରମ୍ଭ ମାତ୍ର । ତୁମକୁ ଆହୁରି ବହୁ ବାଟ ଯିବାକୁ ଅଛି । ଦୁଃଖ କର ନାହିଁ ।"

ସେପଟେ ଏହି ଚମ୍ପିଆନସିପରର ୧୦୦୦୦ ମିଟର ଇଭେଣ୍ଟରେ ଭାରତର ଅମିତ ଖତ୍ରି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଚମ୍ପିଆନସିପର 4x400 ମିକ୍ସ ରିଲେ ରେସରେ ମଧ୍ୟ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.