ETV Bharat / sports

କୁସ୍ତିଯୋଦ୍ଧା ରବି ଦହିୟାଙ୍କ ଗାଁରେ ହେବ କୁସ୍ତି ଇନଡୋର୍‌ ଷ୍ଟାଡିୟମ - କୁସ୍ତିଯୋଦ୍ଧା ରବି ଦହିୟା

କୁସ୍ତିଯୋଦ୍ଧା ରବି ଦହିୟାଙ୍କ ସୋନିପତ ଗାଁ ନହରିରେ ଏକ କୁସ୍ତି ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

RAVI DAHIYA THANKS CM FOR ANNOUNCING INDOOR WRESTLING STADIUM IN NAHRI
କୁସ୍ତିଯୋଦ୍ଧା ରବି ଦହିୟାଙ୍କ ଗାଁରେ ହେବ କୁସ୍ତି ଇନଡୋର୍‌ ଷ୍ଟାଡିୟମ
author img

By

Published : Aug 7, 2021, 5:29 PM IST

ଚଣ୍ଡିଗଡ: ଟୋକିଓ ଅଲମ୍ପିକ ରୌପ୍ୟ ପଦକ ବିଜେତା ରବି ଦହିୟା ହରିୟାଣା ମୁଖ୍ୟମନ୍ତ୍ରୀ ମନୋହାର ଲାଲ ଖଟ୍ଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରବିଙ୍କ ସୋନିପତ ଗାଁ ନହରିରେ ଏକ କୁସ୍ତି ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହାପରେ ଟୋକିଓ ଅଲମ୍ପିକ ରୌପ୍ୟ ପଦକ ବିଜେତା ରବି ଦହିୟା ଏକ ଭିଡିଓ ମାଧ୍ୟମରେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଆମ ଗାଁରେ ଏକ କୁସ୍ତି ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଘୋଷଣା କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।"

ପୂର୍ବରୁ ଖଟ୍ଟର ଟ୍ବିଟରେ ଘୋଷଣା କରିଥିଲେ," ଟୋକିଓ ଅଲମ୍ପିକ୍‌ରେ ଜବରଦସ୍ତ ପ୍ରଦର୍ଶନ ସହ ଦେଶବାସୀ ତଥା ହରିୟାଣାକୁ ଗର୍ବିତ କରିଛନ୍ତି ରବି ଦହିୟା, ସେଥିପାଇଁ ଆମେ ସମସ୍ତେ ତାଙ୍କୁ ଧନ୍ୟବାଦ ଜଣାଉଛୁ ।"

ଅଲମ୍ପିକ କୁସ୍ତିରେ ଦ୍ବିତୀୟ ଭାରତୀୟ ଭାବେ ରୌପ୍ୟ ପଦକ ବିଜେତା ଖେଳାଳି ହୋଇ ନିଆରା କିର୍ତ୍ତୀମାନ ନିଜ ନାମରେ କରିଛନ୍ତି ରବି । ପୁରୁଷ ଫ୍ରୀଷ୍ଟାଇଲ ୫୭ କିଲୋଗ୍ରାମ ବର୍ଗରେ ପୂର୍ବତନ ବିଶ୍ବ ଚମ୍ପିଆ ଜାବୁର ଉଗୁଏବଙ୍କ ଠାରୁ ୪-୭ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ଭାରତର ରବି ଦହିୟା ।

ହରିୟାଣା ସରକାର ରବିଙ୍କ ପାଇଁ ୪ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିବା ସହ କ୍ଳାସ-୧ ଚାକିରୀ ଓ କମ ଦାମରେ ଏକ ଜମି ଦେବାକୁ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.