ETV Bharat / sports

CWG 2022: ସ୍ୱର୍ଣ୍ଣ ପଦକ ଜିତିଲେ ପିଭି ସିନ୍ଧୁ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଲେ ଭାରତୀୟ ସଟ୍‌ଲର୍‌ ପିଭି ସିନ୍ଧୁ । ସେ କାନାଡାର ସଟ୍‌ଲର୍‌ଙ୍କୁ ଦୁଇଟି ସିଧା ସେଟ୍‌ରେ ପରାଜିତ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Aug 8, 2022, 3:18 PM IST

CWG 2022: ସ୍ବର୍ଣ୍ଣ ପଦକ ଜିତିଲେ ପିଭି ସିନ୍ଧୁ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷରେ ଦିନରେ ସ୍ବର୍ଣ୍ଣ ପଦକ ଜିତିଲେ ଭାରତୀୟ ସଟ୍‌ଲର୍‌ ପିଭି ସିନ୍ଧୁ । ବ୍ୟାଡମିଣ୍ଟନ୍‌ ଇଭେଣ୍ଟର ମହିଳା ବିଭାଗ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସିନ୍ଧୁ । ଫାଇନାଲ୍‌ ମ୍ୟାଚ୍‌ରେ ସେ କାନାଡାର ସଟ୍‌ଲର୍‌ଙ୍କୁ ଦୁଇଟି ସିଧା ସେଟ୍‌ରେ ପରାଜିତ କରିଛନ୍ତି ।

ଏହାପୂର୍ବରୁ ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ଇଭେଣ୍ଟ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ ପିଭି ସିନ୍ଧୁ । କାନାଡାର ମିଶେଲ୍‌ ଲି'ଙ୍କ ସହ ସ୍ବର୍ଣ୍ଣ ପଦକ ମ୍ୟାଚ୍‌ ଖେଳୁଥିଲେ ପିଭି ସିନ୍ଧୁ । ତେବେ ବିଶ୍ବା ମାନ୍ୟତା ୧୩ରେ ଥିବା ମିଶେଲ୍‌ ସିନ୍ଧୁଙ୍କଠାରୁ ପ୍ରଥମ ସେଟ୍‌ ୨୧-୧୫ ପଏଣ୍ଟ୍‌ରେ ପରାଜିତ ହୋଇଥିଲେ । ଏହାପରେ ଦ୍ବିତୀୟ ସେଟ୍‌ ମଧ୍ୟ ୨୧-୧୩ ପଏଣ୍ଟରେ ଦୁଇଟି ସେଟ୍‌ରେ ସିନ୍ଧୁଙ୍କଠାରୁ ପରାଜିତ ହୋଇଛନ୍ତି ।

ଏହାକୁ ମିଶାଇ ଭାରତ ସ୍ବର୍ଣ୍ଣ ପଦକ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ସେହିଭଳି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତର ମୋଟ ପଦକ ସଂଖ୍ୟା ୫୬ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.