ETV Bharat / sports

ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଖେଳିବେନି ପିଭି ସିନ୍ଧୁ

ଆହତ ହୋଇଥିବା କାରଣରୁ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପରୁ ଓହରିଲେ ପିଭି ସିନ୍ଧୁ। ଅଧିକ ପଢନ୍ତୁ

author img

By

Published : Aug 14, 2022, 8:08 AM IST

ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଖେଳିବେ ନାହିଁ ପିଭି ସିଦ୍ଧୁ

ହାଇଦ୍ରାବାଦ: ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପ(BWF World Championships)ରେ ଭାଗ ନେବେନି ପିଭି ସିନ୍ଧୁ । ଆହତ ହୋଇଥିବା କାରଣରୁ ସେ ବିଶ୍ବ ଚାମ୍ପିଅନସିପରେ ଭାଗ ନେବେ ନାହିଁ । ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡାର କ୍ବାଟର ଫାଇନାଲରେ ତାଙ୍କ ବାମ ଗୋଇଠିରେ ଆଘାତ ଲାଗିଥିବା କାରଣରୁ ସେ ଏପରି ନିଷ୍ପତ୍ତି ନେଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେ ଟ୍ବିଟ କରି କହିଛନ୍ତି ଯେ,''ମୁଁ ରାଜ୍ୟ ରାଜ୍ୟଗୋଷ୍ଠୀ କ୍ରିଡାରେ ସ୍ବର୍ଣ୍ଣ ପଦୟ ବିଜୟୀ ହୋଇଛି । କିନ୍ତୁ ଦୁର୍ଭାଗ୍ୟ ବଶତଃ ମୋତେ ବିଶ୍ବ ଚାମ୍ପିଅନସିପରୁ ଓହରିବାକୁ ପଡୁଛି । ରାଜ୍ୟଗୋଷ୍ଠୀ କ୍ରୀଡାର କ୍ବାଟରଫାଇନାଲ ମ୍ୟାଚରେ ମୁଁ ଆହତ ହୋଇଥିଲି, କିନ୍ତୁ ମୋତେ ମୋ କୋଚ, ଫିଜିଓ ଓ ଟ୍ରେନରଙ୍କ ସପୋର୍ଟ ଯୋଗୁଁ ମୁଁ ଫାଇନାଲ ଖେଳିବାକୁ ସ୍ଥିର କଲି । ଫାଇନାଲ ଖେଳିବା ସମୟରେ ମୋ ଗୋଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲି । ତେଣୁ ଖେଳ ସରିବା ପରେ ମୁଁ ହାଇଦ୍ରାବାଦ ଫେରି ହସ୍ପିଟାଲରେ ଏମଆରଆଇ କରାଇଥିଲି । ସେଠାରେ ଡାକ୍ତର ମୋ ବାମ ଗୋଡ ଫ୍ୟାକ୍ଟର ହୋଇଥିବାରୁ ମୋତେ କିଛି ସପ୍ତାହ ବିଶ୍ରାମ ନେବାକୁ କହିଥିଲେ । ତେଣୁ କିଛି ସପ୍ତାହ ବିଶ୍ରାମ ପରେ ମୁଁ ଟ୍ରେନିଂକୁ ଫେରିବି ବୋଲି କହିଛନ୍ତି ସିନ୍ଧୁ । ମୋତେ ସପୋର୍ଟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ''।

ରାଜ୍ୟଗୋଷ୍ଠୀ କ୍ରୀଡାରେ ପିଭି ସିନ୍ଧୁ ବ୍ୟାଡମିଣ୍ଟନ୍‌ ଇଭେଣ୍ଟର ମହିଳା ବିଭାଗ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଫାଇନାଲ୍‌ ମ୍ୟାଚ୍‌ରେ ସେ କାନାଡାର ସଟ୍‌ଲର୍‌ଙ୍କୁ ଦୁଇଟି ସିଧା ସେଟ୍‌ରେ ପରାଜିତ କରିଥିଲେ । ଆସନ୍ତା ୨୧ରୁ ୨୮ ତାରିଖ ମଧ୍ୟରେ ଟୋକିଓରେ ବିଶ୍ବ ଚାମ୍ପିଅନସିପ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.