ETV Bharat / sports

Korea Open: ସେମିରେ ପରାସ୍ତ ସିନ୍ଧୁ ଓ ଶ୍ରୀକାନ୍ତ, ଭାରତର ଅଭିଯାନ ଶେଷ - South Korean shuttler

କୋରିଆ ଓପନ ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପ ୨୦୨୨ରେ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ପରାସ୍ତ ପରେ ଭାରତର ଅଭିଯାନ ଶେଷ । ଅଧିକ ପଢନ୍ତୁ

Korea Open: PV Sindhu loses to An Seyoung in semi-final
Korea Open: ସେମିରେ ପରାସ୍ତ ସିନ୍ଧୁ ଓ ଶ୍ରୀକାନ୍ତ, ଭାରତର ଅଭିଯାନ ଶେଷ
author img

By

Published : Apr 9, 2022, 3:54 PM IST

ସୁଞ୍ଚେଓନ(ଦକ୍ଷିଣ ଆଫ୍ରିକା): କୋରିଆ ଓପନ ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପ ୨୦୨୨ରେ ଶନିବାର ଭାରତର ଅଭିଯାନ ଶେଷ ହୋଇଛି । ସ୍ଥାନୀୟ ପାଲମା ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଦେଶର ଶୀର୍ଷ ସର୍ଟଲର ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ପରାସ୍ତ ହୋଇଛନ୍ତି ।

୪୮ ମିନିଟ୍‌ ଧରି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ସେମିଫାଇନାଲ ମୁକାବିଲାରେ ସିନ୍ଧୁ ୧୪-୨୧, ୧୭-୨୧ ସିଧାସଳଖ ସେଟ୍‌ରେ ବିଶ୍ବ ନମ୍ବର ୧ ସେୟଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି । ପୂର୍ବତନ ବିଶ୍ବ ଚାମ୍ପିୟନ ସିନ୍ଧୁଙ୍କ ପାଇଁ ଏହା ଏକ ବଡ ଝଟ୍‌କା ହୋଇଛି । ୨୦ ବର୍ଷୀୟା ଦକ୍ଷିଣ କୋରିଆ ଯୁବ ସର୍ଟଲରଙ୍କ ବିପକ୍ଷରେ ଖେଳିଥିବା ଶେଷ ୩ଟି ମୁକାବିଲାରେ ସିନ୍ଧୁଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଶେଷଥର BWF ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସ ୨୦୨୧ରେ ଉଭୟ ସାମ୍ନାସାମ୍ନି ହୋଇଥିଲେ ଓ ସେୟଙ୍ଗ୍‌ଙ୍କ ଠାରୁ ସିନ୍ଧୁଙ୍କୁ ପରାଜିତ ହେବାକୁ ପଡିଥିଲା ।

ଅନ୍ୟପଟେ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଏଙ୍କ ଠାରୁ ୧୯-୨୧ ଓ ୧୬-୨୧ ସେଟ୍‌ରେ ପରାଜିତ ହୋଇଛନ୍ତି କିଦାମ୍ବୀ ଶ୍ରୀକାନ୍ତ । ପ୍ରଥମ ମ୍ୟାଚ୍‌ରେ ଶ୍ରୀକାନ୍ତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ବିଜୟୀ ହୋଇପାରିନଥିଲେ । ବିଶ୍ବ ମାନ୍ୟତାର ୮ ନମ୍ବର ସ୍ଥାନରେ ଥିବା କ୍ରିଷ୍ଟିଏ ଦମଦାର କମବ୍ୟାକ୍‌ ସହ ୪୯ ମିନିଟ୍‌ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌କୁ ନିଜ ନାମରେ କରି ଫାଇନାଲ ଟିକେଟ ହାତେଇଥିଲେ ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.