ETV Bharat / sports

Swiss Open ଟାଇଟେଲ ଜିତିଲେ ପିଭି ସିନ୍ଧୁ

author img

By

Published : Mar 27, 2022, 5:57 PM IST

Updated : Mar 27, 2022, 7:07 PM IST

ବୁସାନନ ଓଙ୍ଗମାମ୍ରୁଙ୍ଗଫନକୁ ୨୧-୧୬, ୨୧-୮ ରେ ହରାଇ ସ୍ବିସ ଓପନ ଟାଇଟେଲ ଜିତିଲେ ପିଭି ସିନ୍ଧୁ । ଚଳିତ ବର୍ଷ ଏହା ସିନ୍ଧୁଙ୍କ ଦ୍ବିତୀୟ BWF ଟାଇଟେଲ । ଅଧିକ ପଢନ୍ତୁ

PV Sindhu beats Busanan Ongbamrungphan to win Swiss Open title
Swiss Open ଟାଇଟେଲ ଜିତିଲେ ପିଭି ସିନ୍ଧୁ

ବାସେଲ(ସ୍ବିଜରଲାଣ୍ଡ): ସ୍ବିସ ଓପନ ସୁପର ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଟାଇଟେଲ ଜିତିଲେ ଡବଲ ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଫାଇନାଲରେ ଥାଇଲାଣ୍ଡର ବୁସାନନ ଓଙ୍ଗମାମ୍ରୁଙ୍ଗଫନକୁ ୨୧-୧୬, ୨୧-୮ ସିଧାସଳଖ ସେଟ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି ସିନ୍ଧୁ । ଚଳିତ ବର୍ଷ ଏହା ସିନ୍ଧୁଙ୍କ ଦ୍ବିତୀୟ BWF ଟାଇଟେଲ । ପୂର୍ବରୁ ଜାନୁଆରୀରେ ସୟଦ ମୋଦି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟାଇଟେଲ ୨୦୨୨ ଜିତିଥିଲେ ଷ୍ଟାର ଭାରତୀୟ ସର୍ଟଲର ।

SINDHU WINS #SwissOpen2022 🏆🥳@Pvsindhu1 defeats 🇹🇭's Busanan in straight games (21-16, 21-18) to win her
1️⃣st #SwissOpenSuper300 Women's Title 😀

Heartiest congratulations on the victory 👏 ✌
📸 @badmintonphoto#IndianSports #badminton pic.twitter.com/cYgitwJqCs

— SAI Media (@Media_SAI) March 27, 2022

ବାସେଲର ମଧ୍ୟ ଏହା ସିନ୍ଧୁଙ୍କ ଦ୍ବିତୀୟ ଟାଇଟେଲ୍‌ । ପୂର୍ବରୁ ଏଠାରେ ୨୦୧୯ରେ ପ୍ରଥମ ୱାର୍ଲ୍ଡ ଚାମ୍ପିୟନସିପ୍‌ ଟାଇଟେଲ ଜିତିଥିଲେ । ଅନ୍ୟପଟେ ଏଚ ଏସ ପ୍ରଣୟ ନିଜର ଟାଇଟେଲ ବିଜୟ ବନବାସ ଶେଷ କରିବାକୁ ସୁବର୍ଣ୍ଣ ସୁଯୋଗ ହାତଛଡା କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପରାସ୍ତ ହୋଇଛନ୍ତି ପ୍ରଣୟ । ଜୋନାଥନ ଚରିଟଙ୍କ ଠାରୁ ୧୨-୨୧, ୧୮-୨୧ ସେଟ୍‌ରେ ଏକତରଫା ଭାବେ ପରାଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ବାସେଲ(ସ୍ବିଜରଲାଣ୍ଡ): ସ୍ବିସ ଓପନ ସୁପର ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଟାଇଟେଲ ଜିତିଲେ ଡବଲ ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଫାଇନାଲରେ ଥାଇଲାଣ୍ଡର ବୁସାନନ ଓଙ୍ଗମାମ୍ରୁଙ୍ଗଫନକୁ ୨୧-୧୬, ୨୧-୮ ସିଧାସଳଖ ସେଟ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି ସିନ୍ଧୁ । ଚଳିତ ବର୍ଷ ଏହା ସିନ୍ଧୁଙ୍କ ଦ୍ବିତୀୟ BWF ଟାଇଟେଲ । ପୂର୍ବରୁ ଜାନୁଆରୀରେ ସୟଦ ମୋଦି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟାଇଟେଲ ୨୦୨୨ ଜିତିଥିଲେ ଷ୍ଟାର ଭାରତୀୟ ସର୍ଟଲର ।

ବାସେଲର ମଧ୍ୟ ଏହା ସିନ୍ଧୁଙ୍କ ଦ୍ବିତୀୟ ଟାଇଟେଲ୍‌ । ପୂର୍ବରୁ ଏଠାରେ ୨୦୧୯ରେ ପ୍ରଥମ ୱାର୍ଲ୍ଡ ଚାମ୍ପିୟନସିପ୍‌ ଟାଇଟେଲ ଜିତିଥିଲେ । ଅନ୍ୟପଟେ ଏଚ ଏସ ପ୍ରଣୟ ନିଜର ଟାଇଟେଲ ବିଜୟ ବନବାସ ଶେଷ କରିବାକୁ ସୁବର୍ଣ୍ଣ ସୁଯୋଗ ହାତଛଡା କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପରାସ୍ତ ହୋଇଛନ୍ତି ପ୍ରଣୟ । ଜୋନାଥନ ଚରିଟଙ୍କ ଠାରୁ ୧୨-୨୧, ୧୮-୨୧ ସେଟ୍‌ରେ ଏକତରଫା ଭାବେ ପରାଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 27, 2022, 7:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.