ETV Bharat / sports

କିମ୍ବଦନ୍ତୀ ଆଥଲେଟ୍‌ ପିଟି ଉଷା IOAର ଅଧ୍ୟକ୍ଷ ନିର୍ବାଚିତ - ପିଟି ଉଷା ଆଇଓଏ ସଭାପତି

ଭାରତୀୟ ଅଲମ୍ପିକ ସଂଘର(Indian Olympic Association) ନୂଆ ସଭାପତି ହୋଇଛନ୍ତି କିମ୍ବଦନ୍ତୀ ଆଥଲେଟ୍‌ ପିଟି ଉଷା(PT Usha)। ୧୯୮୪ ଲସ୍‌ ଆଞ୍ଜଲିସ ଅଲମ୍ପିକ୍‌ସରେ ମାତ୍ର ୧/୧୦୦ ସେକେଣ୍ଡ ପାଇଁ ଅଳ୍ପକେ ୪୦୦ ମିଟର ମହିଳା ହର୍ଡଲ୍ସରେ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ ଉଷା । ଅଧିକ ପଢନ୍ତୁ

PT Usha elected as President of Indian Olympic Association
IOAର ପ୍ରଥମ ମହିଳା ସଭାପତି ହେଲେ କିମ୍ବଦନ୍ତୀ ଆଥଲେଟ୍‌ ପିଟି ଉଷା
author img

By

Published : Nov 28, 2022, 3:38 PM IST

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ସଂଘର(Indian Olympic Association) ନୂଆ ସଭାପତି ହୋଇଛନ୍ତି କିମ୍ବଦନ୍ତୀ ଆଥଲେଟ୍‌ ପିଟି ଉଷା(PT Usha)। ପୂର୍ବତନ କେନ୍ଦ୍ର କ୍ରୀଡାମନ୍ତ୍ରୀ ତଥା କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ, ପିଟି ଉଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Congratulations to legendary Golden Girl, Smt. P T Usha on being elected as the President of Indian Olympic Association. I also congratulate all the sporting heroes of our country on becoming the office bearers of the prestigious IOA! Nation is proud of them ! pic.twitter.com/LSHHdmMy9H

    — Kiren Rijiju (@KirenRijiju) November 27, 2022 " class="align-text-top noRightClick twitterSection" data=" ">

କିରଣ ରିଜିଜୁ ଟ୍ବିଟ୍‌ରେ ଲେଖିଛନ୍ତି, "ଭାରତୀୟ ଅଲମ୍ପିକ ସଂଘର ସଭାପତି ନିର୍ବାଚିତ ହୋଇଥିବାରୁ କିମ୍ବଦନ୍ତ୍ରୀ ଗୋଲ୍ଡେନ ଗାର୍ଲ ପିଟି ଉଷାଙ୍କୁ ଅନେକ ଶୁଭେଚ୍ଛା । ସମ୍ମାନଜନକ ଭାରତୀୟ ଅଲମ୍ପିକ ସଂଘର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ମୁଁ ଶୁଭେଚ୍ଛା ଜଣାଉଛି । କ୍ରୀଡାବିତ୍‌ରୁ ପ୍ରଶାସକ ହୋଇଥିବା ସମସ୍ତ ହିରୋଙ୍କ ପାଇଁ ଦେଶ ଗର୍ବିତ ।" ପୂର୍ବରୁ ପିଟି ଉଷା ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରୁଥିବା ଜଣାଇଥିଲେ ।

ଶନିବାର ପିଟି ଉଷା ଟ୍ବିଟ୍‌ରେ ଲେଖିଥିଲେ, "ଜାତୀୟ ସଂଘ ଓ ସହଯୋଗୀ ଆଥଲେଟ୍‌ଙ୍କ ସମର୍ଥନ ପାଇଁ କୃତଜ୍ଞ, ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରୁଥିବାରୁ ଗର୍ବିତ ଓ କୃତଜ୍ଞ ।"

ଭାରତୀୟ କ୍ରୀଡା ପ୍ରାଧୀକରଣ(SAI) ମଧ୍ୟ ରିଜିଜୁଙ୍କ ଟ୍ବିଟ୍‌କୁ ରିଟ୍ବିଟ କରିଛି । ଷ୍ଟାର ଧାବିକା ଉଷା ଭାରତର ଅନ୍ୟତମ ମହାନତମ ଆଥଲେଟ୍‌ ରହିଛନ୍ତି । ଏସିଆନ ଗେମ୍ସରେ ୪ଟି ସ୍ବର୍ଣ୍ଣ ଓ ୭ଟି ରୌପ୍ୟ ପଦକ ଭାରତ ପାଇଁ ଜିତିଛନ୍ତି ଉଷା । ୧୯୮୪ ଲସ୍‌ ଆଞ୍ଜଲିସ ଅଲମ୍ପିକ୍‌ସରେ ମାତ୍ର ୧/୧୦୦ ସେକେଣ୍ଡ ପାଇଁ ଅଳ୍ପକେ ୪୦୦ ମିଟର ମହିଳା ହର୍ଡଲ୍ସରେ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ ଉଷା । ଲସ୍‌ ଆଞ୍ଜଲିସରେ ତାଙ୍କର ଟାଇମିଂ ଥିଲା ୫୫.୪୨ ସେକେଣ୍ଡ ଯାହାକି ଏଯାବତ ନ୍ୟାସନାଲ ରେକର୍ଡ ଭାବେ ଅତୁଟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.