ETV Bharat / sports

ଅମିତ ଶାହଙ୍କୁ ଭେଟିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା, ନିରପେକ୍ଷ ତଦନ୍ତ ପାଇଁ ଦାବି - କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ

ଅମିତ ଶାହଙ୍କ ସହ ବୈଠକ କଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । ବ୍ରିଜଭୂଷଣଙ୍କ ବିରୋଧରେ ନିରପେକ୍ଷ ତଦନ୍ତ କରିବାକୁ କଲେ ଅନୁରୋଧ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 5, 2023, 2:11 PM IST

ନୂଆଦିଲ୍ଲୀ: କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ଗିରଫଦାରୀ ଦାବିରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି । ଏହାରି ମଧ୍ଯରେ ଗୃହମନ୍ତ୍ରୀ ଅମିତା ଶାହଙ୍କୁ ଭେଟିଛନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା । ରବିବାର ବିଳମ୍ବିତ ରାତିରେ ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଏବଂ ସାକ୍ଷୀ ମଲିକ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟି ବ୍ରିଜଭୂଷଣଙ୍କ ବିରୋଧରେ ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ଶାହଙ୍କ ବାସ ଭବନରେ ମଧ୍ୟରାତ୍ରରେ 2 ଘଣ୍ଟା ପ୍ରର୍ଯ୍ୟନ୍ତ ବୈଠକ ଚାଲିଥିଲା।

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ପଞ୍ଜୀକୃତ କରିଛି। କିନ୍ତୁ ଗିରଫ ଦାବିରେ ଜନ୍ତରମନ୍ତରରେ ଧାରଣା ଦେଇ ଅଡି ବସିଛନ୍ତି କୁସ୍ତି ଯୋଦ୍ଧା । କୁସ୍ତିଯୋଦ୍ଧାମାନେ ଅସନ୍ତୋଷ ବ୍ୟକ୍ତି କରି କହିଛନ୍ତି , ବିଭିନ୍ନ ସ୍ତରରେ ଆନ୍ଦୋଳନକୁ ଅବହେଳା କରାଯାଇଛି । ତେଣୁ ଅମିତ ଶାହାଙ୍କୁ ଭେଟି ପୁରା ଘଟଣା ସହ ସମସ୍ୟା ବିଷୟରେ ଅବଗତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବୈଠକରେ ଗୃହମନ୍ତ୍ରୀ କୁସ୍ତିଯୋଦ୍ଧାଙ୍କୁ ଆଶ୍ବସନା ଦେଇଥିଲେ । ଆଇନ ଆଗରେ ସମସ୍ତେ ସମାନ ଓ ଏ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଥିଲେ ଶାହ।

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ମେ' 31 ତାରିଖରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ପ୍ରତିକ୍ରିୟା ରଖିଥିଲେ। ଏହା ରାଜନୀତି କରିବାର ବିଷୟ ନୁହେଁ, ସେମାନଙ୍କର ଅଭିଯୋଗକୁ ଗ୍ରହଣ କରାଯାଇଛି । ତଦନ୍ତ ପାଇଁ ଏକ କିମିଟି ମଧ୍ୟ ଗଠନ କରାଯାଇଛି । ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି, ତଦନ୍ତ ଶେଷ ହେବା ଯାଏଁ କୁସ୍ତିଯୋଦ୍ଧାମାନେ ଅପେକ୍ଷା କରିବା ଉତିତ ବୋଲି କହିଥିଲେ କ୍ରୀଡାମନ୍ତ୍ରୀ । ଅନ୍ୟପଟେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଥିବା ଭାରତୀୟ କିଷାନ ୟୁନିଅନ ଜୁନ୍‌ ୯ ସୁଦ୍ଧା ବ୍ରିଜଭୂଷଣ ସିଂଙ୍କୁ ଗିରଫ କରିବାକୁ ଦାବି କରିଛି । ଗତ ମଙ୍ଗଳବାର ପବିତ୍ର ଗଙ୍ଗାରେ ମେଡାଲ ବିସର୍ଜନ କରିବାକୁ ଯାଇଥିବା ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ଏହି ସଂଗଠନ ଅଟକାଇଥିଲା । ଏହାପରେ ଜୁନ୍‌ ୯ ସୁଦ୍ଧା ଯଦି ବ୍ରିଜଭୂଷଣଙ୍କୁ ଗିରଫ କରାନଯାଏ ତେବେ ଚାଷୀ ସଂଗଠନ ଦିଲ୍ଲୀ ଜନ୍ତରମନ୍ତରଠାରେ ଧାରଣାରେ ବସିବ ବୋଲି ଟିକାୟତ ଚେତାବନୀ ଦେଇଥିଲେ ।

ସୂଚନା ଥାଉ କି, କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାସଂଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ପୂର୍ବରୁ ତାଙ୍କୁ ଏହି ପଦରୁ ହଟାଇବା ଲାଗି ସେମାନେ ଦାବି କରି ଆସୁଥିବା ବେଳେ ତାଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା ଚେତାବନୀ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.