ETV Bharat / sports

ପ୍ରଥମ ଓଡି଼ଆ ଭାବେ ଖେଳରତ୍ନ ସମ୍ମାନ ପାଇବେ ପ୍ରମୋଦ ! - ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର

ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରତ୍ନ ପୁରସ୍କାର ପାଇଁ ପ୍ରମୋଦ ଭଗତଙ୍କ ନାମ ସୁପାରିସ କରାଯାଇଛି । ଅଧିକ ପଢ଼ନ୍ତୁ...

ପ୍ରଥମ ଓଡି଼ଆ ଭାବେ ଖେଳରତ୍ନ ସମ୍ମାନ ପାଇବେ ପ୍ରମୋଦ !

author img

By

Published : Oct 27, 2021, 10:56 PM IST

ଭୁବନେଶ୍ବର: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରତ୍ନ ପୁରସ୍କାର ପାଇଁ ପ୍ରମୋଦ ଭଗତଙ୍କ ନାମ ସୁପାରିଶ କରାଯାଇଛି । ଟୋକିଓ ପାରାଲମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଏଭଳି ଏକ ଉପଲବ୍ଧି ପାଇବା ପାଇଁ ତାଙ୍କ ନାମକୁ ସୁପାରିସ କରିଛି କେନ୍ଦ୍ର ଜାତୀୟ କ୍ରୀଡ଼ା ପୁରସ୍କାର କମିଟି । ଓଡ଼ିଶାର ପ୍ରଥମ କ୍ରୀଡ଼ାବିତ ଭାବରେ ସର୍ବଚ୍ଚ କ୍ରୀଡ଼ା ସମ୍ମାନ ପାଇବାକୁ ଯାଉଛନ୍ତି ପ୍ରମୋଦ ।

ଏହାପୂର୍ବରୁ କୌଣସି ଓଡ଼ିଆ ଖେଳାଳି ଏହି ସମ୍ମାନ ପାଇନାହାନ୍ତି । ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ପକ୍ଷରୁ ଧ୍ୟାନଚନ୍ଦ ଖେଳରତ୍ନ ସମ୍ମାନ ପାଇଁ ମୋଟ 11 ଜଣଙ୍କ ନାମ ସୁପାରିଶ କରାଯାଇଛି । ସେଥିରେ ପ୍ରମୋଦ ଭଗତଙ୍କ ନାମ ମଧ୍ୟ ସାମିଲ ରହିଛି । ୨୦୨୧ ବର୍ଷ ଭାରତ ଓ ଓଡ଼ିଶା ପାଇଁ ଏକ ବିଶେଷ ବର୍ଷ । କାରଣ ଏହି ବର୍ଷ ୪୦ ବର୍ଷ ପରେ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ କାଂସ୍ୟ ପଦକ ହାସଲ କରିଛି । ପୁଣି ଓଡ଼ିଆ ପୁଅ ପ୍ରମୋଦ ଭଗତ ଟୋକିଓ ପାରାଲମ୍ପିକ୍ସର ବ୍ୟାଡମିଣ୍ଟନ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ଓ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି ।

ଏଥିପାଇଁ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଏହି ତାଲିକାରେ ସାମିଲ କରାଯାଉଛି । ପ୍ରମୋଦଙ୍କୁ ଏହି ସମ୍ମାନ ମିଳିଲେ ରାଜ୍ୟ ପାଇଁ ଏକ ଗୌରବର ବିଷୟ ହେବ । ପ୍ରଥମ ଥର ପାଇଁ କୌଣସି ଓଡ଼ିଆ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇବେ । ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ସୁଟର ଅବନି ଲେଖାରା, ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ଗୋଲକିପର ଶ୍ରୀଜେଶ, କୁସ୍ତି ଯୋଦ୍ଧା ପଦକ ବିଜେତା ରବି ଦହିୟା ମଧ୍ୟ ୧୧ ଜଣିଆ ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଶୁପାରିଶ ହୋଇଥିବା ତାଲିକାରେ ସ୍ଥାନ ପାଇଛନ୍ତି ।

ବ୍ୟୁରୋ ରିୋପର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.