ETV Bharat / sports

ହକି କିମ୍ବଦନ୍ତୀ ଚରଣଜିତ୍‌ ସିଂହଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୋକ - ଚରଣଜିତ୍‌ ସିଂହ ମୃତ୍ୟୁ

ଦେଶ ପାଇଁ ଦୁଇ ଥର ଅଲମ୍ପିକ୍‌ ପଦକ ଜିତିଥିବା ହକି କିମ୍ବଦନ୍ତୀ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ଚରଣଜିତ୍‌ ସିଂହଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ

PM Modi, CM Naveen Patnaik condoles demise of hockey legend Charanjit Singh
ହକି କିମ୍ବଦନ୍ତୀ ଚରଣଜିତ୍‌ ସିଂହଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୋକ
author img

By

Published : Jan 27, 2022, 7:47 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରୀଡାଜଗତ ପାଇଁ ଆଜିର ଦିନ ଏକ ଦୁଃଖର ଦିନ ହୋଇଛି । ଦେଶ ପାଇଁ ଦୁଇ ଥର ଅଲମ୍ପିକ୍‌ ପଦକ ଜିତିଥିବା ହକି କିମ୍ବଦନ୍ତୀ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ଚରଣଜିତ୍‌ ସିଂହଙ୍କ ପରଲୋକ ହୋଇଛି । ଗୁରୁବାର ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ତାଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

କିମ୍ବଦନ୍ତୀ କ୍ୟାପଟେନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ ଯୋଗେଁ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍‌ରେ ଲେଖିଛନ୍ତି, " ପ୍ରଖ୍ୟାତ ହକି ଖେଳାଳି ଚରଣଜିତ୍‌ ସିଂହଙ୍କ ମୃତ୍ୟୁ ଖବରରେ ଅତ୍ୟନ୍ତ ଦୁଃଖିତ । ଭାରତୀୟ ହକିର ସଫଳତାରେ ଚରଣଜିତ୍‌ ସିଂହଙ୍କ ପ୍ରମୁଖ ଭୁମିକା ରହିଥିଲା । ରୋମ୍‌ ଓ ୧୯୬୦ ଟୋକିଓ ଅଲମ୍ପିକ୍‌ସରେ ଭାରତର ଐତିହାସିକ ପ୍ରଦର୍ଶନରେ ତାଙ୍କର ବିଶେଷ ଯୋଗଦାନ ରହିଥିଲା । ଏହି ଦୁଃଖଦ ମୂହୂର୍ତ୍ତରେ ପରିବାର ଓ ସଂପର୍କୀୟଙ୍କ ପ୍ରତି ଗଭୀର ସମବେଦନା, ଅମର ଆତ୍ମାର ସଦଗତି ହେଉ ।"

  • Saddened by the passing away of noted Hockey player, Shri Charanjit Singh. He played a key role in the successes of the Indian Hockey Team, most notably in the Rome and Tokyo Olympics in the 1960’s. Condolences to his family and friends. Om Shanti.

    — Narendra Modi (@narendramodi) January 27, 2022 " class="align-text-top noRightClick twitterSection" data=" ">

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ରେ ଲେଖିଛନ୍ତି, "ହକି କିମ୍ବଦନ୍ତୀ ଚରଣଜିତ ସିଂହଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ । ୧୯୬୪ ଅଲମ୍ପିକ୍‌ ଗେମ୍ସରେ ଐତିହାସିକ ସ୍ବର୍ଣ୍ଣ ଓ ୧୯୬୦ ଅଲମ୍ପିକ୍‌ରେ ରୌପ୍ୟ ବିଜେତା ଭାରତୀୟ ଟିମର ସଦସ୍ୟ ରହିଥିଲେ । ଅମର ଆତ୍ମାର ସଦଗତି କାମନା ।"

  • Deeply saddened to hear about the passing away of hockey legend #CharanjitSingh. He was member of Indian Hockey Team which won silver in 1960 Olympic Games and led India to historic gold in 1964 Olympic Games. My condolences to the bereaved family, friends and fans. Om Shanti

    — Naveen Patnaik (@Naveen_Odisha) January 27, 2022 " class="align-text-top noRightClick twitterSection" data=" ">

କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପରଲୋକରେ ହକି ଟିମ ଇଣ୍ଡିଆର ପୂର୍ବତନ ଅଲମ୍ପିକ ଚମ୍ପିଆନ କ୍ୟାପଟେନ

୯୬୪ ଟୋକିଓ ଅଲମ୍ପିକ୍‌ସରେ ଚରଣଜିତ୍‌ ସିଂଙ୍କ ନେତୃତ୍ବରେ ଫାଇନାଲରେ ପାକିସ୍ତାନକୁ ହରାଇ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିଲା ଭାରତ । ଏଥିସହ ୧୯୬୦ ରୋମ୍‌ ଅଲମ୍ପିକ୍‌ସରେ ରୌପ୍ୟ ପଦକ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିଲେ । 1962 ଏସିଆନ ଗେମ୍ସରେ ରୌପ୍ୟ ବିଜେତା ଭାରତୀୟ ଟିମର ସଦସ୍ୟ ମଧ୍ୟ ରହିଥିଲେ ।

  • देवभूमि हिमाचल के ऊना में जन्मे पूर्व भारतीय हाकी खिलाड़ी व कप्तान श्री चरणजीत सिंह जी का देवलोकगमन दुखदाई है। आपका देहावसान खेल जगत की एक बहुत बड़ी क्षति है।

    चरणजीत जी के नेतृत्व में ही भारतीय टीम ने 1964 में टोक्यो ओलंपिक में स्वर्ण पदक जीता था।खेल में उन्हें असाधारण प्रतिभा.. pic.twitter.com/oCowoRjSWl

    — Anurag Thakur (@ianuragthakur) January 27, 2022 " class="align-text-top noRightClick twitterSection" data=" ">

ନଭେମ୍ବର ୨୦, ୧୯୨୯ରେ ଜନ୍ମ ହୋଇଥିବା ଚରଣଜିତ୍‌ ଡେରାଡୁନର COL.Brown କେମ୍ବ୍ରିଜ ସ୍କୁଲ୍‌ ଓ ପଞ୍ଜାବ ବିଶ୍ବ ବିଦ୍ୟାଳୟର ପୂର୍ବତନ ଛାତ୍ର ରହିଥିଲେ । ଅନ୍ତର୍ଜାତୀୟ ହକିରେ ସଫଳତମ କ୍ୟାରିୟର ପରେ ସେ ସିମଲାରେ ହିମାଚଳ ପ୍ରଦେଶ ବିଶ୍ବବିଦ୍ୟାଳୟରେ ଶାରିରୀକ ଶିକ୍ଷା(Physical Education) ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । କିମ୍ବଦନ୍ତୀ ଅଲମ୍ପିକ୍‌ ଚମ୍ପିଆନ ଚରଣଜିତ୍‌ ସିଂହଙ୍କ ଦେହାନ୍ତରେ ହକି ଇଣ୍ଡିଆ ମଧ୍ୟ ଗୁରୁବାର ଗଭୀର ଶୋକବ୍ୟକ୍ତ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.