ମୁମ୍ବାଇ: ପ୍ରୋ କବାଡି ଲିଗରେ ଦେଖିବାକୁ ମିଳିଛି ଆଉ ଏକ ରୋମାଞ୍ଚକର ଲଢେଇ । କଡା ଟକ୍କର ସତ୍ତ୍ବେ ଶେଷରେ ବାଜି ମାରିଛି ପାଟନା ପାଇରାଟସ୍ । 24-23 ପଏଣ୍ଟରେ ମାତ୍ର ଗୋଟିଏ ପଏଣ୍ଟ ବ୍ୟବଧାନରେ ତାମିଲ ତାଲାଇଭାସକୁ ମାତ ଦେଇଛି ପାଟନା ପାଇରଟସ ।
![Patna Pairates Beat Tamil Thalaivas](https://etvbharatimages.akamaized.net/etvbharat/prod-images/3984609_ptn.jpg)
ତାମିଲ ତାଲାଇଭାସର ରାହୁଲ ଚୌଧୁରି ଓ ପାଟନା ପାଇରଟସର ପ୍ରଦୀପ ନରୱାଲଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । ଉଭୟ ରେଡର ପ୍ରୋ କବାଡି ଲିଗର ଇତିହାସରେ ବେଶ ସଫଳ ଓ ଜବରଦସ୍ତ ଖେଳାଳି । ରାହୁଲ ଚୌଧୁରି ଏହ ମ୍ୟାଚରେ 900 ରେଡ ପଏଣ୍ଟ ପୂରଣ କରିଥିଲେ ।
![Patna Pairates Beat Tamil Thalaivas](https://etvbharatimages.akamaized.net/etvbharat/prod-images/3984609_rhl.jpg)
ମ୍ୟାଚର ଶେଷ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଜୋରଦାର ଛକାପଞ୍ଝା ଦେଖିବାକୁ ମିଳିଥିଲା । 27 ତମ ମନିଟରେ ପଅଣ୍ଟ 14-13 ଓ ପରେ 16-16ରେ ବରାବର ହୋଇଥିଲା । ତେବେ 32ତମ ମିନିଟରେ ପାଟନା ପାଇରାଟସ 2ପଅଣ୍ଟ ଲିଡ ସହ 18-16ରେ ପହଞ୍ଚିଥିଲା । ତେବେ ତାମିଲ ତାଲାଇଭାସର ଡିପେଣ୍ଡର ପଏଣ୍ଟକୁ ବରାବର କରିଥିଲେ । ଶେଷ ଭାଗରେ ପ୍ରଦିପ ନରୱାଲ ଘନଘନ ଆକ୍ରମଣ କରିଥିଲେ । ମାତ୍ର ଶେଷ ମିନିଟରେ ରାହୁଲଙ୍କ ଏକ ଭୁଲ ତାମିଲ ତାଲାଇଭାସକୁ ମହଙ୍ଗା ପଡିଥିଲା ଓ ପାଟନାକୁ ଏକ ପଏଣ୍ଟରେ ବିଜୟୀ କରିଥିଲା ।