ETV Bharat / sports

‘ଶ୍ରୀଲଙ୍କାକୁ ସ୍ଥାନାନ୍ତର ହେବ ନାହିଁ ପ୍ରୋ କବାଡି ଲିଗର ସିଜନ-8’ - ଶ୍ରୀଲଙ୍କାକୁ ସ୍ଥାନାନ୍ତର ହେବ ନାହିଁ ପ୍ରୋ କବାଡି ଲିଗ ସିଜନ-8

ଶ୍ରୀଲଙ୍କାରେ ପ୍ରୋ କବାଡି ଲିଗର ଅଷ୍ଟମ ସଂସ୍କରଣ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆୟୋଜକ ଏନେଇ କୌଣସି ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ...

PKL not shifting season 8 to Sri Lanka, organisers, ଶ୍ରୀଲଙ୍କାକୁ ସ୍ଥାନାନ୍ତର ହେବ ନାହିଁ ପ୍ରୋ କବାଡି ଲିଗ ସିଜନ-8, ପ୍ରୋ କବାଡି ଲିଗ ସିଜନ-8
‘ଶ୍ରୀଲଙ୍କାକୁ ସ୍ଥାନାନ୍ତର ହେବ ନାହିଁ ପ୍ରୋ କବାଡି ଲିଗ ସିଜନ-8’
author img

By

Published : Jun 26, 2020, 1:07 AM IST

ନୂଆଦିଲ୍ଲୀ: ପ୍ରୋ କବାଡି ଲିଗ୍ (ପିକେଏଲ୍)ର ଅଷ୍ଟମ ସଂସ୍କରଣ ଶ୍ରୀଲଙ୍କାରେ ଆୟୋଜନ ପାଇଁ ଶ୍ରୀଲଙ୍କା କବାଡି ଫେଡେରେସନ୍ ସହିତ କୌଣସି ଆଲୋଚନା ହୋଇ ନାହିଁ ବୋଲି ଲିଗର ଆୟୋଜକ ମାନେ ଗୁରୁବାର ଏକ ବିବୃତ୍ତିରେ କହିଛନ୍ତି।

ଏହି ଲିଗ ସାଧାରଣତଃ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଦେଶର ବିଭିନ୍ନ ସହର ଦ୍ବାରା ଆୟୋଜିତ ହୋଇଥାଏ । କିନ୍ତୁ କରୋନାଭାଇରସ ମହାମାରୀ ଏବଂ ପରବର୍ତ୍ତୀ ଲକଡାଉନ କାରଣରୁ 2020 ସଂସ୍କରଣକୁ ସମାନ ଫର୍ମାଟରେ ଆୟୋଜନ କରାଯାଇପାରିବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଆୟୋଜକ ମଶାଲ ସ୍ପୋର୍ଟସର ମୁଖପାତ୍ର କହିଛନ୍ତି ଯେ, ‘‘ଆମ ଖେଳାଳି ତଥା ଅନ୍ୟ ଅଂଶଗ୍ରହଣକାରୀଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଆମର ନିଷ୍ପତ୍ତିରେ ମୁଖ୍ୟ ପ୍ରସଙ୍ଗ ଏବଂ ମୁଖ୍ୟ ବିଚାର ଅଟେ।’’

‘‘ଶ୍ରୀଲଙ୍କାରେ ଅଷ୍ଟମ ସଂସ୍କରଣ ଆୟୋଜନ କରିବାକୁ ଆମେ ଶ୍ରୀଲଙ୍କା କବାଡି ଫେଡେରେସନ୍ ସହିତ ମଧ୍ୟ ଆଲୋଚନା କରୁନାହୁଁ । ଆମେ ଯାହା ଚୂଡାନ୍ତ କରିବୁ ତାହା କେବଳ କର୍ତ୍ତୃପକ୍ଷ, AKFI (ଆଟେଣ୍ଡାଣ୍ଟ କବାଡି ଫେଡେରେସନ୍ ଅଫ୍ ଇଣ୍ଡିଆ), ପିକେଏଲ୍ ଟିମ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ହିତାଧିକାରୀଙ୍କ ସହ ଆଲୋଚନା ପରେ ସ୍ଥିର କରାଯିବ ।

ଲିଗ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ ଶ୍ରୀଲଙ୍କା କବାଡି ଫେଡେରେସନ ସଭାପତି ଅନୁରା ପାଥିରାନା ଏହି ଟୁର୍ନାମେଣ୍ଟ ଆୟୋଜନ କରିବା ନେଇ ଲିଗ ଅଧିକାରୀଙ୍କ ସହ କୌଣସି ବାର୍ତ୍ତାଳାପ କରିବାକୁ ମନା କରି ଦେଇଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.