ETV Bharat / sports

ଫିକା ପଡିଲେ ପ୍ରଦୀପ: ପାଇରାଟସ ପରାସ୍ତ, ପିଙ୍କ ପାନ୍ଥର୍ସ ବିଜୟୀ

ପ୍ରୋ କବାଡି ଲଢେଇରେ ପାଟନା ପାଇରାଟସକୁ 34-21 ପଏଣ୍ଟରେ ହରାଇଛି ଜୟପୁର ପିଙ୍କ ପାନ୍ଥର୍ସ ।

author img

By

Published : Aug 4, 2019, 11:39 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)

ପାଟନା: ପ୍ରୋ କବାଡି ଲଢେଇରେ ପାଟନା ପାଇରାଟସକୁ 34-21 ପଏଣ୍ଟରେ ହରାଇଛି ଜୟପୁର ପିଙ୍କ ପାନ୍ଥର୍ସ । ରୋମାଞ୍ଚକର ମୁକାବିଲାରେ ପୁଣି ପିଙ୍କ ପାନ୍ଥର୍ସର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଜୟପୁରର ଉଭୟ ରେଡର ଓ ଡିଫେଣ୍ଡର ପାଟନା ପାଇରାଟସ ଉପରେ ଭାରି ପଡିଥିଲେ ।

ବିଶେଷ କରି ଜୟପୁରର ଡିଫେଣ୍ଡର ସନ୍ଦୀପ ଧଲ ଓ ଅମିତ ହୁଡ୍ଡା ଦମଦାର ପ୍ରଦର୍ଶନ କରିଥିଲେ । ପାଟନାର ଷ୍ଟାର ରେଡର ପ୍ରଦୀପ ନରୱାଲଙ୍କୁ ମ୍ୟାଚର 23 ମିନିଟ 9ସେକେଣ୍ଡ ପର୍ଯ୍ୟନ୍ତ ବେଞ୍ଚକୁ ପଠାଇ ଦେଇଥିଲେ ।

PKL news

ତେବେ ପ୍ରଦୀପ ମଧ୍ୟ ଏହାର ଭରଣା କରିବାକୁ ଆକ୍ରମଣାତ୍ମକ ଖେଳିଥିଲେ । ପାଟନା ପାଇରାଟସ ପକ୍ଷରୁ ସର୍ବାଧିକ 9 ପଏଣ୍ଟ ହାସଲ କରିଥିଲେ ପ୍ରଦୀପ ।

ମ୍ୟାଚର ପ୍ରଥମ ମିନିଟରେ ଚମତ୍କାର ରେଡ କରି ପ୍ରଦୀପ ପାଟନାର ପଏଣ୍ଟ ଶୁଭାରମ୍ଭ କରିଥିଲେ । ତେବେ ପରେ ଜୟପୁରର ଡିଫେଣ୍ଡର ସନ୍ଦୀପ ଆକର୍ଷଣୀୟ ଟାକେଲ କରି ପଏଣ୍ଟକୁ ବରାବର କରିଥିଲେ । ଏହାସହିତ 150ତମ ଟାକେଲ ପଏଣ୍ଟ ମଧ୍ୟ ପୁରା କରିଥିଲେ । ତେବେ ମ୍ୟାଚର ପ୍ରଥମ ଅର୍ଧ ସୁଦ୍ଧା ଜୟପୁର ପିଙ୍କ ପାନ୍ଥର୍ସ 15-9 ପଏଣ୍ଟରେ ଆଗୁଆ ରହିଥିଲା ।

ମାତ୍ର ପାଟନା ଲଢୁଆ ପ୍ରଦର୍ଶନ କରି ପଏଣ୍ଟ 14-18ରେ ପହଞ୍ଚିଥିଲା । ପ୍ରଦୀପ ପୁଣିଥରେ ମ୍ୟାଚର 27ତମ ମିନିଟରେ ଆଉଟ ହୋଇ ବେଞ୍ଚକୁ ଫେରିବା ଫେରିଥିଲେ । ଫଳରେ ପାଟନା ପରାଜୟ ଆଡକୁ ମୁହାଁଇଥିଲା । ଜୟପୁର 29-16 ପଏଣ୍ଟରେ ପହଞ୍ଚି ବିଜୟକୁ ସୁନିଶ୍ଚିନ୍ତ କରିଥିଲା । ମ୍ୟାଚ ଶେଷ ହେବାବେଳକୁ, 34-21ରେ ଜୟପୁର ପିଙ୍କ ପାନ୍ଥର୍ସ ବିଜୟୀ ହୋଇଥିଲା ।

ଅନ୍ୟ ଏକ ମ୍ୟାଚରେ ବେଙ୍ଗଲ ୱାରିୟର୍ସକୁ 42-43 ଗୋଟିଏ ପଏଣ୍ଟ ବ୍ୟବଧାନରେ ହରାଇଛି ବେଙ୍ଗାଲୁରୁ ବୁଲ୍ସ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.