ETV Bharat / sports

ବିଜୟୀ ବେଙ୍ଗଲ ୱାରିୟର୍ସ, ପୁଣି ହାରିଲା ପୁନେରି ପଲଟନ - PKl

ବେଙ୍ଗଲ ୱାରିୟର୍ସ ପୁନେରି ପଲଟନକୁ 43-23 ପଏଣ୍ଟରେ ପରାସ୍ତ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)
author img

By

Published : Jul 30, 2019, 10:46 AM IST

ମୁମ୍ବାଇ: ବାଜି ମାରିଲା ବେଙ୍ଗଲ ୱାରିୟର୍ସ । ଷ୍ଟାର ରେଡର ମନିନ୍ଦର ସିଂହଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁଁ 43-23 ପଏଣ୍ଟରେ ପୁନେରି ପଲଟନକୁ ପରାସ୍ତ କରିଛି ବେଙ୍ଗଲ ୱାରିୟର୍ସ । ବେଙ୍ଗଲର ଅନ୍ୟତମ ରେଡର ମହମ୍ମଦ ନବିବାକକ୍ଷ 8 ରେଡ ପଏଣ୍ଟ ହାସଲ କରି ମନିନ୍ଦର ସିଂହଙ୍କ ସାଥ ଦେଇଥିଲେ ।

ମ୍ୟାଚରେ ସଂପୂର୍ଣ ପ୍ରଭାବ ବିସ୍ତାର କରି ଖେଳିଥିଲା ବେଙ୍ଗଲ ୱାରିୟର୍ସ । ମନିନ୍ଦର 2ଟି ସୁପର ରେଡ କରି ପୁନେରି ସିବିରକୁ ଭୟ ଭରିଦେଇଥିଲେ । ସଂପୂର୍ଣ୍ଣ ଆକ୍ରମଣାତ୍ମକ ଖେଳି ମନିନ୍ଦର ପୁନେରି ପଲଟନକୁ ଅଲଆଉଟ କରି ଦେଇଥିଲେ । ଫଳରେ ମ୍ୟାଚ ଆରମ୍ଭର କିଛି ମିନିଟ ପରେ ବେଙ୍ଗଲର ସ୍କୋର 11-4 ହୋଇ ଯାଇଥିଲା ।

bengal warriors beat Puneri Paltan
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)

ପୁନେରି ପଲଟନ ରେଡର ପଙ୍କଜ ମୋହିତ ଦଳ ପାଇଁ କିଛି ଟା ଆଶା ସଞ୍ଚାର କରିଥିଲେ । ପଏଣ୍ଟ ବ୍ୟବଧାନକୁ ନିୟନ୍ତ୍ରଣ କରିବାରେ କିଛି ଅଂଶରେ ସଫଳ ମଧ୍ୟ ହୋଇଥିଲେ । ପଏଣ୍ଟକୁ 7-13ରେ ପହଞ୍ଚାଇଥିଲେ । ମାତ୍ର ମ୍ୟାଚର 2ୟ ଅର୍ଧରେ ମନିନ୍ଦରଙ୍କ ଘାତକ ରେଡ, 2ଥର ପାଇଁ ପୁନେରି ପଲଟନକୁ ଅଲଆଉଟ ହେବାକୁ ବାଧ୍ୟ କରିଥିଲା । ମ୍ୟାଚର 29 ତମ ମିନିଟରେ ଅନ୍ୟତମ ବେଙ୍ଗଲ ରେଡର ମହମ୍ମଦ ନବିବାକକ୍ଷ ଦମଦାର ସୁପର ରେଡ କରିଥିଲେ । ଫଳରେ ବେଙ୍ଗଲର ପଏଣ୍ଟ 33-11ରେ ପହଞ୍ଚିଥିଲା । ତେବେ ମ୍ୟାଚ ଶେଷ ହେବା ବେଳକୁ ବେଙ୍ଗଲ ୱାରିୟର୍ସ 43-23ରେ ପହଞ୍ଚିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.