ETV Bharat / sports

ଅଲିମ୍ପିକ ଯୋଗ୍ୟତା ଅର୍ଜନ କଲେ ଅମିତ ପାଙ୍ଗଲ

author img

By

Published : Mar 9, 2020, 11:14 PM IST

ସୋମବାର ବିଶ୍ବ ଚମ୍ପିଆନସିପର ରୌପ୍ୟ ପଦକ ବିଜେତା ଅମିତ ପାଙ୍ଗଲ 52କେଜି ବର୍ଗରେ ଏସିଆନ ଅଲିମ୍ପିକ କ୍ୱାଲିଫାୟରର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥି ସହିତ 2020 ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଷଷ୍ଠ କୋଟା ସୁରକ୍ଷିତ କରିଛନ୍ତି ।

panghal-qualifies-as-6-indian-boxers-make-olympic-cut
ଅମିତ ପାଙ୍ଗଲଙ୍କ ସମେତ 5 ଭାରତୀୟ ବକ୍ସରଙ୍କ ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ

ଅମନ: ଭାରତୀୟ ବକ୍ସିଂ ପାଇଁ ଖୁସି ଖବର । 6 ଜଣ ଭାରତୀୟ ଷ୍ଟାର ବକ୍ସର ଏସିଆନ ବକ୍ସିଂ କ୍ବାଲିଫାୟର ସେମିଫାଇନାଲରେ ପ୍ରବେଶ କରିବା ସହ ଟୋକିଓ ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ସୋମବାର ବିଶ୍ବ ଚମ୍ପିଆନସିପର ରୌପ୍ୟ ପଦକ ବିଜେତା ଅମିତ ପାଙ୍ଗଲ 52 କେଜି ବର୍ଗରେ ଏସିଆନ ଅଲିମ୍ପିକ କ୍ୱାଲିଫାୟରର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥି ସହିତ 2020 ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଷଷ୍ଠ କୋଟା ସୁରକ୍ଷିତ କରିଛନ୍ତି । ତେବେ ସେ ଫିଲିପାଇନ୍ସର କାର୍ଲୋ ପାଲାମଙ୍କୁ 4-1ରେ ପରାସ୍ତ କରିଛନ୍ତି |

panghal-qualifies-as-6-indian-boxers-make-olympic-cut
ଅମିତ ପାଙ୍ଗଲ

ସେହିପରି ବିଶ୍ବ ଚମ୍ପିଆନସିପ୍ ବ୍ରୋଞ୍ଜ ପଦକ ବିଜେତା ମନୀଷ କୌଶିକ 63କେଜି ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ବୁଧବାର ମନୀଷ ଅଷ୍ଟ୍ରେଲିଆର ହାରିସନ୍ ଗାରସାଇଡଙ୍କୁ ଭେଟିବେ । ସେହିପରି 69 କିଲୋଗ୍ରାମ ବର୍ଗରେ ଲବଲିନା ବରଗୋହେନ ଓ 75 କିଲୋଗ୍ରାମ ବର୍ଗରେ ଆଶିଷ କୁମାର ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.