ETV Bharat / sports

Chess Olympiad 2022: ଭାରତୀୟ ଦଳରେ ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତ

author img

By

Published : May 4, 2022, 9:59 AM IST

୪୪ତମ ଚେସ୍‌ ଅଲମ୍ପିଆଡ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତ । ଏହାକୁ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

୪୪ତମ ଚେସ୍‌ ଅଲମ୍ପିଆଡ: ଭାରତୀୟ ଦଳରେ ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତ

ଭୁବନେଶ୍ବର: ୪୪ତମ ଚେସ୍‌ ଅଲମ୍ପିଆଡ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତ । ଏହାକୁ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୧୦ ତାରିଖ ଯାଏଁ ଚେନ୍ନାଇରେ ୪୪ତମ ଚେସ୍‌ ଅଲମ୍ପିଆଡ ଚାଲିବ ।

୧୪ ଦିନ ଧରି ଏହି ଇଭେଣ୍ଟ ଜାରି ରହିବ । ୫ ଥରର ଚେସ୍‌ ବିଶ୍ବ ଚମ୍ପିଆନ୍‌ ବିଶ୍ବନାଥନନ ଆନନ୍ଦ ଏହି ଇଭେଣ୍ଟର ହୋଷ୍ଟିଂ ଦାୟିତ୍ବରେ ରହିବେ । ଏଥର ଆୟୋଜକ ଭାରତ ଏହି ଅଲମ୍ପିଆଡରୁ ଅଧିକାଂଶ ପଦକ ହାସଲ କରିବ ବୋଲି ଆଶା କରାଯାଉଛି । ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତର ଦୁଇଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ । ଏଥିରେ ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତଙ୍କ ନାମ ସାମିଲ ରହିଛି ।

ଦୁଇଟି ଦଳରେ ମୋଟ ୧୪ ଜଣ ଖେଳାଳି 2022 ଚେସ୍‌ ଅଲମ୍ପିଆଡରେ ଭାଗ ନେବେ । ପୁରୁଷ ବିଭାଗରେ ୭ ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ମହିଳା ବିଭାଗରେ ମଧ୍ୟ ୭ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.