ETV Bharat / sports

ଭାରତୀୟ ସଂପ୍ରଦାୟ କ୍ରୀଡାକୁ ଅଲମ୍ପିକ ସ୍ବର୍ଣ୍ଣ ବିଜୟିନୀ ମିସିଙ୍କ ସହାୟତା ପ୍ରତିଶ୍ରୁତି - ଝାଡଖଣ୍ଡର NGO Yuwa

ଭାରତରେ କ୍ରୀଡାର ବିକାଶ ଦିଗରେ କାର୍ଯ୍ୟ କରିବେ ଅଲମ୍ପିକ ସ୍ବର୍ଣ୍ଣ ବିଜୟିନୀ ମିସି ଫ୍ରାଙ୍କଲିନ । ଅଲମ୍ପିକ ସୁଇମିଂ ଷ୍ଟାର ମିସି 2012 ଅଲମ୍ପିକ୍ସରେ 4ଟି ସ୍ବର୍ଣ୍ଣ ପଦକ ଜିତିଥିଲେ ।

Olympic swimming star Missy Franklin vows to support Indian community sport
ଭାରତୀୟ ସଂପ୍ରଦାୟ କ୍ରୀଡାକୁ ଅଲମ୍ପିକ ସ୍ବର୍ଣ୍ଣ ବିଜୟିନୀ ମିସିଙ୍କ ସହାୟତା ପ୍ରତିଶ୍ରୁତି
author img

By

Published : May 4, 2020, 5:26 PM IST

ଲଣ୍ଡନ: ଭାରତରେ କ୍ରୀଡାର ବିକାଶ ଦିଗରେ କାର୍ଯ୍ୟ କରିବେ ଅଲମ୍ପିକ ସ୍ବର୍ଣ୍ଣ ବିଜୟିନୀ ମିସି ଫ୍ରାଙ୍କଲିନ । ଅଲମ୍ପିକ ସୁଇମିଂ ଷ୍ଟାର ମିସି 2012 ଅଲମ୍ପିକ୍ସରେ 4ଟି ସ୍ବର୍ଣ୍ଣ ପଦକ ଜିତିଥିଲେ । ତେବେ ଅବସର ପରେ ସମାଜସେବା କ୍ଷେତ୍ରରେ ସକ୍ରିୟ ରହିଛନ୍ତି ମିସି । ଝାଡଖଣ୍ଡର ଏକ NGO Yuwa ସହ କାର୍ଯ୍ୟକରିବାକୁ ସେ ଉଚ୍ଛା ପ୍ରକାଶ କରିଛନ୍ତି । ଏକ ବିଦ୍ୟାଳୟ ପ୍ରତିଷ୍ଠା କରି ଯୁବ ମହିଳା ପ୍ରତିଭାଙ୍କୁ ତାଲିମ ଦେବାକୁ ଘୋଷଣା କରିଛନ୍ତି । ଏଥିସହିତ ମହିଳା କ୍ରୀଡାବିତଙ୍କୁ ପ୍ରୋତ୍ସାହନ ପାଇଁ ମଧ୍ୟ ଅପିଲ କରିଛନ୍ତି ।

ମିସି ଫ୍ରାଙ୍କଲିନ ବର୍ଷ 2019ରେ ଲାଉରେୟୁସ ୱାର୍ଲ୍ଡ ସ୍ପୋର୍ଟ୍ସ ଏକାଡେମୀକୁ ନିର୍ବାଚିତ ହୋଇଥିଲେ । ଝାଡଖଣ୍ଡର NGO Yuwaକୁ ଲାଉରେୟୁସ ୱାର୍ଲ୍ଡ ସ୍ପୋର୍ଟ୍ସ ଆୱାର୍ଡ ଦେବା ଅବସରରେ ମିସି ଫ୍ରାଙ୍କଲିନ ଏହି ସଂସ୍ଥାକୁ ପ୍ରଶଂସା କରିଛନ୍ତି ।

ଝାଡଖଣ୍ଡର ଗ୍ରାମାଞ୍ଚଳରେ ମହିଳା ସଶକ୍ତିକରଣ ଦିନରେ କାର୍ଯ୍ୟକରୁଛି ଏହି ସଂଗଠନ । ବାଲ୍ୟବିବାହ, ଓ ମହିଳାଙ୍କ ଉପରେ ହେଉଥିବା ହିଂସାକୁ ପ୍ରତିହତ କରିବାକୁ ଏହି ସଂଗଠନ ଫୁଟବଲକୁ ପ୍ରଶିଷଣର ମାଧ୍ୟମ ବନେଇଛି ।

ମହିଳା ସୁରକ୍ଷା ନେଇ ଏହି ସଂଗଠନର କାର୍ଯ୍ୟକୁ 24 ବର୍ଷିୟ ମିସି ଫ୍ରାଙ୍କଲିନ ପ୍ରଶଂସା କରିବା ସହ, ସମସ୍ତ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.