ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ସୋମବାର କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ନୀରଜ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
-
Paralympic gold medalist, javelin thrower Sumit Antil receives Padma Shri award from President Ram Nath Kovind. pic.twitter.com/XrGin6lbEs
— ANI (@ANI) March 28, 2022 " class="align-text-top noRightClick twitterSection" data="
">Paralympic gold medalist, javelin thrower Sumit Antil receives Padma Shri award from President Ram Nath Kovind. pic.twitter.com/XrGin6lbEs
— ANI (@ANI) March 28, 2022Paralympic gold medalist, javelin thrower Sumit Antil receives Padma Shri award from President Ram Nath Kovind. pic.twitter.com/XrGin6lbEs
— ANI (@ANI) March 28, 2022
ଅଲମ୍ପିକ୍ରେ ଟ୍ରାକ୍ ଓ ଫିଲ୍ଡ ଇଭେଣ୍ଟରେ ନୀରଜ ଚୋପ୍ରା ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ବିଜେତା ଆଥଲେଟ୍ । ମାତର ୨୩ ବର୍ଷ ବୟସରେ ସେ ଟୋକିଓ ଅଲମ୍ପିକ୍ସରେ ଡେବ୍ୟୁ କରିଥିଲେ । ଷ୍ଟାର ଜାଭେଲିନ ଥ୍ରୋଅର ନିଜର ଦ୍ବିତୀୟ ପ୍ରୟାସରେ ୮୭.୫୮ ମିଟର ଥ୍ରୋ କରି ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ।ସେହିପରି ଜାଭେଲିନ ଥ୍ରୋରେ ଟୋକିଓ ପାରା ଅଲମ୍ପିକ ସ୍ବର୍ଣ୍ଣ ବିଜେତା ସୁମିତ ଅଣ୍ଟିଲଙ୍କୁ ମଧ୍ୟ ପ୍ରଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ନିଜର ବିଶ୍ବ ରେକର୍ଡ ଭଙ୍ଗ କରିବା ସହ ୬୮.୫୫ ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ।
-
Watch: Tokyo Olympic Gold medallist @Neeraj_chopra1 receives Padma Shri award from President Ram Nath Kovind#PeoplesPadma #PadmaAwards2022 pic.twitter.com/2MZFVtOyDY
— Prasar Bharati News Services पी.बी.एन.एस. (@PBNS_India) March 28, 2022 " class="align-text-top noRightClick twitterSection" data="
">Watch: Tokyo Olympic Gold medallist @Neeraj_chopra1 receives Padma Shri award from President Ram Nath Kovind#PeoplesPadma #PadmaAwards2022 pic.twitter.com/2MZFVtOyDY
— Prasar Bharati News Services पी.बी.एन.एस. (@PBNS_India) March 28, 2022Watch: Tokyo Olympic Gold medallist @Neeraj_chopra1 receives Padma Shri award from President Ram Nath Kovind#PeoplesPadma #PadmaAwards2022 pic.twitter.com/2MZFVtOyDY
— Prasar Bharati News Services पी.बी.एन.एस. (@PBNS_India) March 28, 2022
ପଦ୍ମ ପୁରସ୍କାର ତିନୋଟି ବର୍ଗରେ- (ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ) ପ୍ରଦାନ କରାଯାଇଥାଏ । ପଦ୍ମ ବିଭୁଷଣ ସମ୍ମାନ ଅସାଧାରଣ ଓ ଅତିଉତ୍କୃଷ୍ଟ ସେବା ପାଇଁ ମିଳିଥାଏ ।ଏହି ପୁରସ୍କାର ବିଭିନ୍ନ କ୍ଷେତ୍ର ଯେପରକି-କଳା, ସାମାଜିକ କାର୍ଯ୍ୟ, ଜନସଂପର୍କ, ବିଜ୍ଞାନ, ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା ଓ ନାଗରିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଥାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯାଏ । ପରେ ରାଷ୍ଟ୍ରପତି ଭବନରେ ଏକ ଭବ୍ୟ ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଏ ।
ଚଳିତ ବର୍ଷ ମୋଟ ୧୨୮ ଜଣଙ୍କୁ ପଦ୍ମ ପୁରସ୍କାର ମିଳିବା ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା । ଏହାମଧ୍ୟରେ ୪ ଜଣଙ୍କୁ ପଦ୍ମ ବିଭୁଷଣ, ୧୭ ପଦ୍ମ ଭୁଷଣ ଓ ୧୦୭ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ରହିଥିଲା । ଏଥିସହ ଏହି ସଂଖ୍ୟା ମଧ୍ୟରେ ୩୪ଜଣ ବିଶିଷ୍ଟ ମହିଳା ୧୦ ଜଣ ବିଦେଶୀ ବର୍ଗରେ ଓ ୧୩ ଜଣଙ୍କୁ ମରଣତ୍ତୋର ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।
ANI