ETV Bharat / sports

ଅର୍ଜୁନ ପୁରସ୍କାର ପାଇଁ ରବି ଓ ଦୀପକଙ୍କ ନାମ ସୁପାରିଶ - ରବି ଦହିୟା ଅର୍ଜୁନ ପୁରଷ୍କାର ପାଇଁ ମନୋନୀତ

ଅର୍ଜୁନ ପୁରସ୍କାର ପାଇଁ ଅଲମ୍ପିକ କୁସ୍ତି ଖେଳାଳି ରବି ଦହିୟାଙ୍କ ନାମ ହେଲା ସୁପାରିଶ । ତାଙ୍କ ସହ ବିଶ୍ବ ଚମ୍ପିଆନ କୁସ୍ତି ଖେଳାଳି ଦୀପକ ପୁନିଆଙ୍କୁ ମଧ୍ୟ ଏହି ସମ୍ମାନ ପାଇଁ ସୁପାରିଶ କରିଛି ଜାତୀୟ କୁସ୍ତି ଫେଡେରେସନ । ଅଧିକ ପଢ଼ନ୍ତୁ...

ଅର୍ଜୁନ ପୁରଷ୍କାର ପାଇଁ ରବି ଓ ଦୀପକଙ୍କ ନାମ ସୁପାରିଶ
ଅର୍ଜୁନ ପୁରସ୍କାର ପାଇଁ ରବି ଓ ଦୀପକଙ୍କ ନାମ ସୁପାରିଶ
author img

By

Published : Jun 30, 2021, 9:04 PM IST

ନୂଆଦିଲ୍ଲୀ: ଅର୍ଜୁନ ପୁରସ୍କାର ପାଇଁ ଅଲମ୍ପିକ କୁସ୍ତି ଖେଳାଳି ରବି ଦହିୟାଙ୍କ ନାମ ହେଲା ସୁପାରିଶ । ତାଙ୍କ ସହ ବିଶ୍ବ ଚମ୍ପିଆନ କୁସ୍ତି ଖେଳାଳି ଦୀପକ ପୁନିଆଙ୍କୁ ମଧ୍ୟ ଏହି ସମ୍ମାନ ପାଇଁ ସୁପାରିଶ କରିଛି ଜାତୀୟ କୁସ୍ତି ଫେଡେରେସନ । ଏହି ତାଲିକାରେ କୁସ୍ତି ଖେଳାଳୀ ଅଂଶୁ ମଲିକଙ୍କୁ ମଧ୍ୟ ସାମିଲ କରାଯାଇଛି ।

2019 ନୁର ସୁଲତାନରେ ଆୟୋଜିତ ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ହାସଲ କରିଥିଲେ ଦୀପକ ପୁନିଆ । ଏହି ଟୁର୍ଣ୍ଣାମେଣ୍ଟରେ ହିଁ ବ୍ରୋଞ୍ଜ ପଦକ ହାତେଇଥିଲେ ରବି ଦହିୟା । ଯାହା ଫଳରେ ସେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିଥିଲେ। 57 କେଜି ବର୍ଗରେ ଲଗାତାର ଭଳ ପ୍ରଦର୍ଶନ କରି ଆସୁଛନ୍ତି ରବି ।

ନିକଟରେ ଏସିଆ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ରବି ଦହିୟା । ଏହାପରେ ସେ ପୋଲାଣ୍ଡ ଓପନରେ ସେ ରୌପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଏହାସହ ଜାତୀୟ କୁସ୍ତି ଫେଡେରେସନ ପକ୍ଷରୁ ସରିତା ମୋର ଓ ମଲିକଙ୍କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି ।

ସେହିଭଳି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ବିକ୍ରମ, କୁଳଦୀପ ମଲିକ ଓ ସୁଜିତ ମାନଙ୍କ ନାମ ସୁପାରିଶ କରିଛି ଜାତୀୟ କୁସ୍ତି ଫେଡେରେସନ । ଏହାକୁ କୁସ୍ତି ଫେଡେରେସନ ସଚିବ ବିନୋଦ ତୋମାର ସୂଚନା ଦେଇଛନ୍ତି । ସୁଜିତ ପୂର୍ବରୁ 4ଟି ଏସିଆନ ମେଡାଲ ବିଜୟୀ ହୋଇଛନ୍ତି । ଏହାପରେ ରେଳ ବିଭାଗ କୁସ୍ତି କ୍ରୀଡ଼ାର କୋଚ ଦାୟିତ୍ବ ଗ୍ରହଣ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.