ETV Bharat / sports

ସ୍ବାଧୀନତା ଦିବସରେ ଅଲମ୍ପିକ ଖେଳାଳି ସ୍ବତନ୍ତ୍ର ଅତିଥି: ଆମ ପ୍ରତି ସମ୍ମାନ କହିଲେ ମିରାବାଇ

ସ୍ବାଧୀନତା ଦିବସରେ ଟୋକିଓ ଅଲମ୍ପିକରେ ସାମିଲ ଥିବା ଖେଳାଳାଙ୍କୁ ସ୍ବତନ୍ତ୍ର ଅତିଥି କରିଛନ୍ତି ସରକାର । ଏହାକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି ଚଳିତ ଅଲିମ୍ପକରେ ଭାରତ ପାଇଁ ପ୍ରଥମ ପଦକ ବିଜୟୀ ହୋଇଥିବା ଭାରତ୍ତୋଳନକାରୀ ମିରାବାଇ । ଅଧିକ ପଢନ୍ତୁ...

author img

By

Published : Aug 3, 2021, 10:06 PM IST

olympic medalist Mirabai Chanu
'ସ୍ବାଧିନତା ଦିବସରେ ଅଲମ୍ପିକ ଖେଳାଳି ସ୍ବତନ୍ତ୍ର ଅତିଥି' ଏହା ଆମ ପ୍ରତି ସମ୍ମାନ କହିଲେ ମିରାବାଇ ଚାନୁ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେବେ ଟୋକିଓ ଅଲମ୍ପିକରେ ସାମିଲ ଥିବା ଖେଳାଳି । ଏହାକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି ଚଳିତ ଅଲିମ୍ପକରେ ଭାରତ ପାଇଁ ପ୍ରଥମ ପଦକ ବିଜୟୀ ହୋଇଥିବା ଭାରତ୍ତୋଳନକାରୀ ମିରାବାଇ ଚାନୁ ।

ଚଳିତ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ ଏହା ଆମ ପ୍ରତି ସମ୍ମାନ ବୋଲି କରିଛନ୍ତି ଅମଲମ୍ପିକ ପଦକ ବିଜେତା ମୀରାବାଇ ଚାନୁ। ଏହା ବହୁତ ଖୁସିର ବିଷୟ ଯେ ଆମକୁ ଏତେ ବଡ ଦିନରେ ଆମନ୍ତ୍ରଣ କରିଛନ୍ତି । ଏହା ସହ ତାଙ୍କ ବାସଭବନରେ ରାତ୍ରୀ ଭୋଜନ ଉପରେ ଆମେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଇବୁ। ଏହା ମୋ ପାଇଁ ଏକ ବଡ଼ ଦିନ ହେବ ବୋଲି କହିଛନ୍ତି ମୀରାବାଇ ।

ସୂଚନାଥାଉକି ଚଳିତ ଟୋକିଓ ଅଲମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ମୀରାବାଇ ଚାନୁ। ଏହି ମଣିପୁରୀ ୱେଟଲିପ୍ଟର ତଥା ଭାରତ୍ତୋଳନକାରୀ ମିରାବାଇ ଚାନୁ ଅଲମ୍ପିକରେ 49 କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ଅଲମ୍ପିକର ଭାରତ ପାଇଁ ପ୍ରଥମ ପଦକ ବିଜୟୀ ହେବା ପରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।

ସୂଚନାଥାଉକି ଚଳିତ ଟୋକିଓ ଅଲମ୍ପିକରେ ଭାରତର ୧୨୬ ଜଣିଆ ଆଥଲେଟ ଭାଗ ନେଇଥିଲେ । ଯାହା ଭାରତର ସର୍ବାଧିକ ପ୍ରତିଯୋଗୀ ଏକ ଅଲମ୍ପିକରେ ସାମିଲ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.