କଟକ: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ରାଜ୍ୟରେ ଥିବା କ୍ରୀଡା ଛାତ୍ରାବାସର ପୁନଃଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ଗୋଟିଏ ଛାତ୍ରାବାସରେ ଗୋଟିଏ ଖେଳ ଓ ଆବଶ୍ୟକ ମୁତାବକ ଭିତ୍ତିଭୂମି ଓ ପ୍ରଶିକ୍ଷକ ରହିବେ ବୋଲି ମଧ୍ୟ ଧାର୍ଯ୍ୟ କରାଯାଇଛି । ଏହା ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା 18 ବର୍ଷରୁ ଅଧିକ ବୟସ ଥିବା ଖେଳାଳିଙ୍କୁ ଆଉ ହଷ୍ଟେଲରେ ରହିବାକୁ ଦିଆଯିବ ନାହିଁ ।
ତେବେ ଏହି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ 16ଟି କ୍ରୀଡା ସଙ୍ଘ ଚିଠି ଲେଖି ନିବେଦନ କରିଛନ୍ତି ଯେ ଏହି ଯୋଜନାକୁ ଆଉ ଥରେ ସଂଶୋଧନ କରାଯାଉ । କାରଣ 18 ବର୍ଷ ବୟସରୁ ଅଧିକ ହୋଇଥିବା ଖେଳାଳି ହଷ୍ଟେଲରେ ରହି ଉଚିତ ପ୍ରଶିକ୍ଷଣ ମିଳୁ । ଏହାସହ କ୍ରୀଡା ଛାତ୍ରାବାସରେ ଏକାଧିକ ସୁବିଧା ସୁଯୋଗ ରଖାଯାଉ ବୋଲି କହିଛନ୍ତି ଅନେକ ସଂଘ ସଂପାଦକ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ