ETV Bharat / sports

କାଲିଠୁ ଜାତୀୟ ତୀରନ୍ଦାଜ ଚମ୍ପିଆନସିପ, ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ଓଡିଶା

author img

By

Published : Jan 6, 2023, 8:50 PM IST

ଜାତୀୟ ତୀରନ୍ଦାଜ ଚମ୍ପିଆନସିପରେ ଓଡିଶାରୁ ଅଂଶ ଗ୍ରହଣ କରିବେ ୧୬ ଜଣ ପ୍ରତିଯୋଗୀ । ଏନେଇ ସେମାନେ ମାସେ ପୂର୍ବରୁ ଆରମ୍ଭ କରିଛନ୍ତି ଜୋରଦାର ପ୍ରଶିକ୍ଷଣ । ପଦକ ହାତେଇବା ଲକ୍ଷ୍ୟରେ ରହିଛନ୍ତି ତୀରନ୍ଦାଜ ପ୍ରତିଯୋଗୀ । ଅଧିକ ପଢନ୍ତୁ

ତୀରନ୍ଦାଜ ଚମ୍ପିଆନସିପ ପାଇଁ ପ୍ରିଶିକ୍ଷଣ ନେଉଛନ୍ତି କ୍ରୀଡାବିତ

ଆସନ୍ତାକାଲିଠାରୁ ଜାତୀୟ ତୀରନ୍ଦାଜ ଚମ୍ପିଆନସିପ, ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ଓଡିଶା

କଟକ: ଆସନ୍ତାକାଲିଠୁ ଆନ୍ଧ୍ର ପ୍ରଦେଶର ବିଜୟୱାଡାଠାରେ ଆରମ୍ଭ ହେଵାକୁ ଯାଉଛି 13ତମ ଜାତୀୟ ତୀରନ୍ଦାଜ ଚମ୍ପିଆନସିପ । ଏହି ଚାମ୍ପିଆନସିପରେ ଓଡିଶାରୁ ଅଂଶ ଗ୍ରହଣ କରିବେ ୧୬ ଜଣ ପ୍ରତିଯୋଗୀ । ସେଥିମଧ୍ୟରୁ 14 ବର୍ଷରୁ କମ ବର୍ଗରେ 10 ଜଣ ଓ 9 ବର୍ଷରୁ କମ ବର୍ଗରେ 6 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାତେଇବା ଲକ୍ଷ୍ୟରେ ରହିଛନ୍ତି ତୀରନ୍ଦାଜ ପ୍ରତିଯୋଗୀ । ଏନେଇ ସେମାନେ ମାସେ ପୂର୍ବରୁ ଆରମ୍ଭ କରିଛନ୍ତି ଜୋରଦାର ପ୍ରଶିକ୍ଷଣ ।

୧୪ଵର୍ଷରୁ କମ୍ ଓ ୯ ବର୍ଷରୁ କମ ଵର୍ଗରେ ଓଡ଼ିଶାର ୧୬ ଜଣ ତୀରନ୍ଦାଜ କ୍ରୀଡାବିତ ଅଂଶଗ୍ରହଣ କରିଵେ ଏହି ଜାତୀୟ ତୀରନ୍ଦାଜ ଚମ୍ପିଆନସିପରେ । ତୀରନ୍ଦାଜମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବା ପାଇଁ ଗତ ମାସେ ହେଵ କଟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଛି ଜୋରଦାର ପ୍ରଶିକ୍ଷଣ ଶିଵିର । ଲକ୍ଷ୍ୟ ହାସଲ ପାଇଁ କ୍ରୀଡାବିତମାନେ ଦିନରାତି ଜୋରଦାର ଅଭ୍ୟାସ କରିଛନ୍ତି । ସମସ୍ତ କ୍ରୀଡାବିତଙ୍କ ଗୋଟିଏ ଲକ୍ଷ୍ୟ ଜାତୀୟ ସ୍ତରରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପଦକ ହାସଲ କରିବା । ଏହି ତୀରନ୍ଦାଜମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ସହ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗୀତା ପାଇଁ ଓଡିଶା ଆର୍ଚେରୀ ଆସୋସିଏସନ ଦିନରାତି ଏମାନଙ୍କୁ ପ୍ରଶିକ୍ଷଣ ଦେଉଛି ।

ଆସନ୍ତାକାଲିଠାରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ଆରମ୍ଭ ହେଵାକୁ ଯାଉଛି 13 ତମ ଜାତୀୟ ତୀରନ୍ଦାଜ ଚାମ୍ପିଅନସିପ । ଏହି ଚମ୍ପିଆନସିପ ପାଇଁ ଉଭୟ ବାଳକ ଓ ବାଳିକା ବର୍ଗରେ ଓଡିଶାରୁ 16 ଜଣ ପ୍ରତିଯୋଗୀ ଭାଗ ନେବେ । ଯେଉଁଥିରେ 14 ବର୍ଷରୁ କମ ବର୍ଗରେ 10 ଜଣ ଓ 9 ବର୍ଷରୁ କମ ବର୍ଗରେ 6 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏଥିପାଇଁ ଗତ ମାସେ ହେଲା ସକାଳ 6 ଟା ରୁ ପ୍ରଥମେ ଫିଜିକାଲ ଟ୍ରେନିଂ ଓ ପରେ 10 ମିଟର ଓ 50 ମିଟର ଅଭ୍ୟାସ କରୁଛନ୍ତି ତୀରନ୍ଦାଜ ପ୍ରତିଯୋଗୀ । ପ୍ରଶିକ୍ଷଣ ଶିବିରରେ ଜୋରସୋରରେ ଆଭ୍ୟାସ କରିବା ପରେ ପଦକ ହାତେଇବା ନେଇ ଆଶାବାଦୀ ଅଛନ୍ତି ଖେଳାଳି । ଗତ କିଛି ଵର୍ଷ ହେଵ ଓଡ଼ିଶାର ତୀରନ୍ଦାଜ ପ୍ରତିଯୋଗୀମାନେ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ପଦକ ହାସଲ କରିଵାରେ ସକ୍ଷମ ହୋଇନାହାଁନ୍ତି । ଗତ ଚମ୍ପିଆନସିପରେ ଓଡିଶା 8 ନମ୍ବର ରାଙ୍କ ହାସଲ କରିଥିଲା ।

ରାଜ୍ୟରେ କ୍ରୀଡା ଭିତ୍ତିଭୂମି ଧୀରେ ଧୀରେ ସୁଦୃଢ ହେଉଥିବା ବେଳେ ଅନେକ ଜିଲ୍ଲାରେ ଏବେବି ଆର୍ଚେରୀ ସେଣ୍ଟର ନାହିଁ । ସବୁ ଜିଲ୍ଲାରେ ତୀରନ୍ଦାଜ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଗଲେ ଅଧିକରୁ ଅଧିକ ପ୍ରତିଯୋଗୀ ଓଡିଶାରୁ ବାହାରି ପାରନ୍ତେ । ଉନ୍ନତମାନର ପ୍ରଶିକ୍ଷଣ ଫଳରେ ପଦକ ହାତେଇବାର ସକ୍ଷମ ହୋଇପାରନ୍ତେ ଖେଳାଳି । ତେଵେ କ୍ୟାମ୍ପରେ ଯୋଗ ଦେଇଥିବା ଏହି ତୀରନ୍ଦାଜମାନଙ୍କଠାରୁ ଆର୍ଚେରୀ ଓଡିଶା ଆସୋସିଏସନ ଅନେକ ଆଶା ରଖିଛି । ଉନ୍ନତ ପ୍ରଶିକ୍ଷଣ, ତୀରନ୍ଦାଜମାନଙ୍କର ଅଭ୍ୟାସ ସହ ଯୋଗ ଓ ଶାରୀରିକ ଦକ୍ଷତା ବୃଦ୍ଧିର କୋଚିଂ ମଧ୍ୟ ଦିଆଯାଉଛି କଟକ ଇଣ୍ଡୋର ଷ୍ଟାଡିୟମରେ । ଲକ୍ଷ୍ୟ ସଠିକ କରିବା ପାଇଁ ତୀରନ୍ଦାଜମାନଙ୍କୁ ଫ୍ଲଡ ଲାଇଟରେ ଲକ୍ଷ୍ୟ ଭେଦ ପ୍ରଶିକ୍ଷଣ ବି ଦିଆଯାଉଛି ବୋଲି କହିଛନ୍ତି କୋଚ । ଏହି ଜାତୀୟ ତୀରନ୍ଦାଜ ଚମ୍ପିଆନସିପରେ ଓଡିଶା ଚଳିତ ଥର ମେଡାଲ ଆଣିବା ସହ ଆର୍ଚେରୀ କ୍ରୀଡାରେ ଆଉ ଏକ ସଫଳତାର ପାହାଚ ଚଢ଼ିବ ବୋଲି ଆଶା ରଖିଛି ରାଜ୍ୟ ତୀରନ୍ଦାଜ ସଂଘ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.