ଭୁବନେଶ୍ବର: ଭୋପାଳରେ ଚାଲିଥିବା 12ତମ ହକି ଇଣ୍ଡଆ ଜାତୀୟ ଚମ୍ପିଆନସିପରେ ଓଡିଶା ଦମଦାର ପ୍ରଦର୍ଶନ କରିଛି । ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛି ଓଡିଶା । ସେମିଫାଇନାଲରେ ଝାଡଖଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଓଡିଶା ମହିଳା ହକି ଦଳ । ସୋମବାର ଅନୁଷ୍ଠିତ ସେମି ମୁକାବିଲାରେ ଦଳ 5-0 ଗୋଲରେ ଏକତରଫା ଭାବେ ଝାଡଖଣ୍ଡକୁ ହରାଇଛି । ଓଡିଶା ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁଁ ମ୍ୟାଚ୍ଟି ସମ୍ପୂର୍ଣ୍ଣ ଏକତରଫା ରହିଥିଲା ।
-
We are into the 𝗙𝗜𝗡𝗔𝗟𝗦𝗦! 🤩#Odisha defeated #Jharkhand by 5-0 goals in the semi-final of the 12th HI Senior Women National Championship.
— Odisha Sports (@sports_odisha) May 16, 2022 " class="align-text-top noRightClick twitterSection" data="
Rojita Kujur starred again with a hat-trick to her name! 💪
They will face #Karnataka in the final. Best wishes 🙌 pic.twitter.com/y6nB51sOda
">We are into the 𝗙𝗜𝗡𝗔𝗟𝗦𝗦! 🤩#Odisha defeated #Jharkhand by 5-0 goals in the semi-final of the 12th HI Senior Women National Championship.
— Odisha Sports (@sports_odisha) May 16, 2022
Rojita Kujur starred again with a hat-trick to her name! 💪
They will face #Karnataka in the final. Best wishes 🙌 pic.twitter.com/y6nB51sOdaWe are into the 𝗙𝗜𝗡𝗔𝗟𝗦𝗦! 🤩#Odisha defeated #Jharkhand by 5-0 goals in the semi-final of the 12th HI Senior Women National Championship.
— Odisha Sports (@sports_odisha) May 16, 2022
Rojita Kujur starred again with a hat-trick to her name! 💪
They will face #Karnataka in the final. Best wishes 🙌 pic.twitter.com/y6nB51sOda
ଓଡିଶା ପକ୍ଷରୁ ରୋଜିତା କୁଜୁର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ହ୍ୟାଟ୍ରିକ ଗୋଲ ସ୍କୋର କରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ ରୋଜିତା । ସେ 21, 36 ଓ 48 ମିନିଟରେ ଗୋଲ୍ ସ୍କୋର କରିଥିଲେ । ସେହିପରି ମ୍ୟାଚ୍ର 35ତମ ମିନିଟରେ ଜାହ୍ନବୀ ପ୍ରଧାନ ଓ ଶେଷ ମିନିଟ୍ରେ ଭାରତୀ ଏକ୍କା ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଝାଡଖଣ୍ଡର ଖେଳାଳି ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ଗୋଟିଏ ବି ଗୋଲ୍ କରିପାରେ ସଫଳ ହୋଇନଥିଲା ।
ଓଡିଶାର ଜବରଦସ୍ତ ଡିଫେଣ୍ଡିଂ ଝାଡଖଣ୍ଡର ସମସ୍ତ ପ୍ରୟାସକୁ ବିଫଳ କରିଥିଲା । ଆଜି (ମଙ୍ଗଳବାର) ଫାଇନାଲ ମ୍ୟାଚ ଖେଳାଯିବ । ଟାଇଟେଲ ଲଢେଇରେ ଫାଇନାଲ ମୁକାବିଲାରେ କର୍ଣ୍ଣାଟକକୁ ଭେଟିବ ଓଡିଶା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ