ETV Bharat / sports

Khelo India Youth Games: ରିଲେରେ ଓଡିଶା ବାଳକ ଦଳକୁ ସ୍ବର୍ଣ୍ଣ - ଖେଲୋ ଇଣ୍ଡିଆ ୟୁଥ ଗେମ୍ସ 2022

ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଚମକିଲେ ଓଡିଶା ଆଥଲେଟ । ରିଲେରେ ଓଡିଶା ବାଳକ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

Khelo India Youth Games
ରିଲେରେ ଓଡିଶା ବାଳକ ଦଳକୁ ସ୍ବର୍ଣ୍ଣ
author img

By

Published : Feb 5, 2023, 2:08 PM IST

ଭୁବନେଶ୍ବର: ମଧ୍ୟପ୍ରଦେଶ ଭୋପାଳରେ ଜାନୁଆରୀ 30ରୁ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଜାରି ରହିଛି । ଏଥରେ ଓଡିଶାକୁ ସ୍ବର୍ଣ୍ଣ ପଦକୁ ଭେଟି ଦେଇଛନ୍ତି ବାଳକ ରିଲେ ଦଳ । ଖେଲୋ ଇଣ୍ଡିଆ ୟୁଥ ଗେମ୍ସର 5ମ ସଂସ୍କରଣରେ 17 ବର୍ଷରୁ କମ ଓଡିଶା ରିଲେ ଦଳ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛନ୍ତି । 4 ଗୁଣା 100 ରିଲେ ରେସରେ ଓଡିଶା ବାଳକ ରିଲେ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

  • Boys Grab Gold in Relay !!#Odisha U-17 boys clinched Gold in 4×100 relay at Khelo India Youth Games 2022, Madhya Pradesh.
    All the 4 runners - Jayram,Rajendra, Nitish and M Reya are cadets of Odisha Reliance Foundation Athletics HPC.

    Congratulations to all of you.#KIYG2022 pic.twitter.com/yIXWk1ZI1V

    — Odisha Sports (@sports_odisha) February 4, 2023 " class="align-text-top noRightClick twitterSection" data=" ">

ଓଡିଶା ରିଲେ ବାଳକ ଦଳର ଜୟରାମ, ରାଜେନ୍ଦ୍ର, ନୀତିଶ ଓ ଏମ ରେୟା 42.23 ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି 4 ଜଣ ଧାବକ ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସରେ ପ୍ରଶିକ୍ଷଣ ନେଉଛନ୍ତି । ତାଙ୍କର ଏହି ସଫଳତା ପାଇଁ ଓଡିଶା ସ୍ପେଟ୍ସ ଟ୍ବିଟ କରି ଶୁଭେଚ୍ଛା ଜଣାଇଛି । ସେହିପରି ବାଳିକା ରିଲେ ଦଳ କାଂସ୍ୟ ପଦକ ଜିତିଛନ୍ତି । ସବିତା ଟୋପ୍ପୋ, ଯମୁନା ଟୁଡୁ, ଲକ୍ଷ୍ମୀପ୍ରିୟା କିସାନ ଓ ମେରିମୁକ୍ତା ସୋରେଙ୍ଗ 4 ଗୁଣା 100 ରିଲେରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ସେହିପରି ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶାର ଧାବିକା ସବିତା ଟୋପ୍ପୋ 100 ମିଟର ହର୍ଲଲ୍ସ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ 13.96 ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଟ୍ରିପଲ ଜମ୍ପରେ ମେରିମୁକ୍ତା 12.01 ମିଟନ ଜମ୍ପ ମାରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି । ଅନ୍ୟପଟେ ଆଥଲେଟରେ ଓଡିଶାକୁ ଆଉ ଏକ ପଦକ ମିଳିଛି । ଟ୍ରିପଲ ଜମ୍ପିରେ ଓଡିଶାର ସ୍ବାଗତ ବେହେରା ରୌପ୍ୟ ପଦକ ଜିତିଛନ୍ତି । ସେ 19.95 ମିଟର ଡେଇଁ ଦ୍ବିତୀୟ ସ୍ଥାନରେ ରହିଥିଲେ ।

ଏହା ବି ପଢନ୍ତୁ....ପିଟି ଉଷାଙ୍କ ଏକାଡେମୀରେ ଗୁଣ୍ଡାଗର୍ଦ୍ଦି, ସାଂସଦ ହେବା ପରେ ଅସୁବିଧା ବଢିଥିବା ଅଭିଯୋଗ

ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ମହାରାଷ୍ଟ୍ର ଏ ଯାଏ 14ଟି ସ୍ବର୍ଣ୍ଣ, 17ଟି ରୌପ୍ୟ ଓ 12ଟି କାଂସ୍ୟ ସହ 25ଟି ପଦକ ଜିତି ଶୀର୍ଷରେ ରହିଛି । ଆୟୋଜନ ମଧ୍ୟପ୍ରଦେଶ ସମାନ ପଦକ ସହ ଦ୍ବିତୀୟ ଓ ହରିୟାଣା 21 ପଦକ ସହ ତୃତୀୟ ସ୍ଥାନରେ ରହିଛି । ଓଡିଶା ମୋଟ 7ଟି ପଦକ ଜିତିଛି । ସେଥିରେ 4ଟି ସ୍ବର୍ଣ୍ଣ, 1ଟି ରୌପ୍ୟ ଓ 2ଟି କାଂସ୍ୟ ପଦକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.