ନୂଆଦିଲ୍ଲୀ: ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ (NRAI) ଶୁକ୍ରବାର ଟୋକିଓ ଅଲମ୍ପିକ କୋର ଟ୍ରେନିଂ ଗ୍ରୁପ ପାଇଁ ଆଥଲେଟଙ୍କ ନାମ ଘୋଷଣା କରିଛି । ମୁଖ୍ୟ କୋଚଙ୍କ ସହ ପରାମର୍ଶ କରି ଆଥଲେଟଙ୍କ ନାମ ଚୟନ କରାଯାଇଥିବା କହିଛି ଏନଆରଏଆଇ । ତେବେ ବର୍ତ୍ତମାନ ସୁଦ୍ଧା ଟ୍ରେନିଂ କ୍ୟାମ୍ପ ପାଇଁ କୌଣସି କାର୍ଯ୍ୟସୂଚୀ ବିଷୟରେ ସୂଚନା ଦିଆଯାଇ ନାହିଁ ।
‘‘2020 ଟୋକିଓ ଅଲମ୍ପିକର ପ୍ରସ୍ତୁତି ପାଇଁ ମୁଖ୍ୟ କୋଚଙ୍କ ସହ ପରାମର୍ଶ କ୍ରମେ ଏକ ଟ୍ରେନିଂ କୋର ଗ୍ରୁପ ଗଠନ କରାଯାଇଛି । ଯାହା କି 2021 ଜୁଲାଇରେ ଖେଳାଯିବ,’’ ବୋଲି ଏନଆରଏଆଇ ଏକ ବିବୃତ୍ତିରେ କହିଛି ।
ଏହି ତାଲିକାରେ ଅଲମ୍ପିକ କୋଟା ଜିତିଥିବା 15 ଜଣ ଶୁଟରଙ୍କର ସହ ପ୍ରତି ଇଭେଣ୍ଟରେ ରହିଛନ୍ତି ଦୁଇଜଣ ଅତିରିକ୍ତ ଶୁଟର । ମେହୁଲି ଘୋଷ ଯାହାଙ୍କ 2018 ବର୍ଷ ବେଶ ଭଲ ଥିଲା ଓ ସେ ଚାଙ୍ଗୱନ ବିଶ୍ବ ଚାମ୍ପିଅନଶିପ, ୟୁଥ ଅଲମ୍ପିକ, ଓ ଗୋଲ୍ଡ କୋଷ୍ଟ କମନୱେଲ୍ଥ ଗେମ୍ସରେ ରୌପ୍ୟ ପଦକ ଯିତିଥିଲେ ।
ଏନଆରଏଆଇ ଏହା ମଧ୍ୟ କହିଛି ଯେ ଏହା ଖୁବଶୀଘ୍ର ଟ୍ରେନିଂ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ କରିବ ।
ଶୁଟିଂ କୋର କମିଟି ଗ୍ରୁପ
10ମି ପିଷ୍ଟଲ ପୁରୁଷ- ଅଭିଷେକ ବର୍ମା, ଓମ ପ୍ରକାଶ ମିଥରୱାଲ, ସୌରଭ ଚୌଧରୀ, ଶାହଜାର ରିଜଭି
10ମି ପିଷ୍ଟଲ ମହିଳା- ଅନୁରାଜ ସିଂ, ଇଶା ସିଂ, ମନୁ ଭାକର, ଯଶସ୍ବୀନି ସିଂ
10ମି ରାଇଫଲ ପୁରୁଷ- ଦୀପକ କୁମାର, ଦିବ୍ୟାଂଶ ସିଂହ ପନୱର, ପଙ୍କଜ ସିଂହ, ସନ୍ଦୀପ ସିଂହ
10ମି ରାଇଫଲ ମହିଳା- ଅନଜୁମ ମୌଦଗିଲ, ଅପୂର୍ବୀ ଚାଣ୍ଡେଲା, ଏଲାଭେନିଲ ଭଲରିଭନ, ଶ୍ରେୟା ଅଗ୍ରୱାଲ
25ମି ରାପିଡ ଫାୟାର ପିଷ୍ଟଲ ପୁରୁଷ- ଅନିଶ, ବିଜୟବୀର ସିଂହ
25ମି ପିଷ୍ଟଲ ମହିଳା- ଅଭିଦନ୍ୟା ପାଟିଲ, ଚିଙ୍କି ଯାଦବ, ମନୁ ଭାକର, ରାହି ସରନୋବତ
50ମି ରାଇଫଲ 3ପି ପୁରୁଷ- ଐଶ୍ବର୍ଯ୍ୟ ପ୍ରତାପ ସିଂହ, ପାରୁଲ କୁମାର, ସଞ୍ଜୀବ ରାଜପୁତ, ସ୍ବପ୍ନିଲ କୌସଲେ
50ମି ରାଇଫଲ 3ପି ମହିଳା- ଅଞ୍ଜୁମ ମୌଦଗିଲ, ଗାୟତ୍ରୀ ଏନ, ସୁନିଧି ଚୌହାନ, ତେଜସ୍ବିନୀ ସାୱନ୍ତ
ସ୍କିଟ ପୁରୁଷ- ଅଙ୍ଗଦବୀର ବାଜୱା, ମିରାଜ ଅହମଦ ଖାନ, ଶିରାଜ ଶେଖ
@IANS