ETV Bharat / sports

Wimbledon: ଋଷୀୟ ଖେଳାଳି ବ୍ୟାନ୍‌ ନିଷ୍ପତିକୁ ନୋଭାକ ଜୋକଭିକଙ୍କ ସମାଲୋଚନା - ୱିମ୍ବଲଡନରୁ ବାସନ୍ଦ ଋଷ ଖେଳାଳି

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପାଇଁ ଚଳିତ ବର୍ଷର ମେଗା ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଋଷିଆ ଓ ବେଲାଋସ ଖେଳାଳି ଅଂଶଗ୍ରହଣ କରିପାରିବେ ନାହିଁ । ବିଶ୍ବ ଟେନିସର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ(Wimbledon) ବୁଧବାର ଏହି ଘୋଷଣା କରିଛି । ଅଧିକ ପଢନ୍ତୁ

Novak Djokovic slams 'crazy' Wimbledon ban on Russian, Belarusian players
Wimbledon: ଋଷୀୟ ଖେଳାଳି ବ୍ୟାନ୍‌ ନିଷ୍ପତିକୁ ନୋଭାକ ଜୋକଭିକଙ୍କ ସମାଲୋଚନା
author img

By

Published : Apr 21, 2022, 5:34 PM IST

ଲଣ୍ଡନ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପାଇଁ ଚଳିତ ବର୍ଷର ମେଗା ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଋଷିଆ ଓ ବେଲାଋସ ଖେଳାଳି ଅଂଶଗ୍ରହଣ କରିପାରିବେ ନାହିଁ । ବିଶ୍ବ ଟେନିସର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ(Wimbledon) ବୁଧବାର ଏକ ବଡ ଘୋଷଣା କରିଥିଲା । ତେବେ ଏହି ନିଷ୍ପତିକୁ ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକ(Novak Djokovic) ସମାଲୋଚନା କରିଛନ୍ତି । ଜୋକଭିକ ଏହି ନିଷ୍ପତିକୁ 'crazy' ଆଶ୍ଚର୍ଯ୍ୟକର ବୋଲି କହିଛନ୍ତି । ଏଥିସହ ସେ ନିଜେ ଜଣେ ଯୁଦ୍ଧର ସନ୍ତାନ(Child Of War) ହୋଇଥିବାରୁ କେବେ ଯୁଦ୍ଧକୁ ସମର୍ଥନ କରନ୍ତି ନାହିଁ ବୋଲି କହିଛନ୍ତି ।

ଟେନିସ ସୁପରଷ୍ଟାର ଜୋକଭିକ କହିଛନ୍ତି, "ମୁଁ କଦାପି ଯୁଦ୍ଧକୁ ସମର୍ଥନ କରିବି ନାହିଁ କାରଣ ନିଜେ ଜଣେ ଯୁଦ୍ଧର ସନ୍ତାନ । ଏହାର ପରିଣାମ କେତେ ଭୟଙ୍କର ଓ ଦୁଃଖଦାୟକ ଭଲ ଭାବେ ଜଣା । ସର୍ବିୟାରେ ୧୯୯୯ରେ କ'ଣ ଘଟିଥିଲା ଆମେ ସମସ୍ତେ ଜାଣିଛୁ । ବାଲକନ୍‌ସରେ ନିକଟ ଅତୀତରେ ଆମେ ଏକାଧିକ ଯୁଦ୍ଧକୁ ଦେଖିଛୁ ।"

ଋଷୀୟ ଖେଳାଳିଙ୍କ ଉପରେ ବ୍ୟାନ୍‌ ଅର୍ଥାତ ବିଶ୍ବ ଟେନିସ ମାନ୍ୟତାର ନମ୍ବର ୨ ଖେଳାଳି ଡାନିଲ ମେଡେଭେଡେବ ଓ ବିଶ୍ବ ମାନ୍ୟତାର ୮ନମ୍ବର ଖେଳାଳି ଆଣ୍ଡ୍ରେ ରବଲେଭ ପୁରୁଷ ଡ୍ର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ ନାହିଁ । ଏହି ନିଷ୍ପତି ଦ୍ବାରା ମହିଳା ଟେନିସ ମାନ୍ୟତାର ପଞ୍ଚଦଶ ସ୍ଥାନରେ ଥିବା ଆନାଷ୍ଟାସିଆ ପାଭଲ୍ୟୁଚେଙ୍କୋଭା ମଧ୍ୟ ପ୍ରଭାବିତ ହେବେ ।

ଅଲ ଇଂଲଣ୍ଡ ଲନ୍‌ ଟେନିସ କ୍ଳବ(AELTC) ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଚମ୍ପିଆନସିପ୍‌ ୟୁନାଇଟେଡ କିଙ୍ଗଡମ୍‌ କିମ୍ବା ବିଶ୍ବର ଯେ କୌଣସି ସ୍ଥାନରେ ହେଉ ସରକାରଙ୍କ ପ୍ରୟାସର ଏକ ଅଂଶ ଭାବେ ଏହା ଆମର ଦାୟିତ୍ବ ଯେ, ଶିଳ୍ପ, କ୍ରୀଡା ଓ ଅନ୍ୟ ସଂସ୍ଥାନ ଗୁଡିକରୁ ରୁଷିଆର ବିଶ୍ବ ପ୍ରଭାବ ଯଥାସମ୍ଭବ କମ କରିବା । ଏପରି ଅନ୍ୟାୟ ଏବଂ ଅପ୍ରତ୍ୟାଶିତ ସାମରିକ ଆକ୍ରୋଶର ପରିସ୍ଥିତିରେ, ଚାମ୍ପିୟନଶିପ୍‌ ସହିତ ଋଷିଆ କିମ୍ବା ବେଲାଋସୀୟ ଖେଳାଳିଙ୍କ କୌଣସି ବେନିଫିଟ୍ ପାଇଁ ଯୋଗଦାନକୁ ଗ୍ରହଣ କରିବା ଗ୍ରହଣୀୟ ନୁହେଁ |

ଦୁଃଖର ସହିତ ଏହା ଘୋଷଣା କରିବାକୁ ହେଉଛି ଯେ ଋଷୀୟ ଓ ବେଲାଋଷୀୟ ଖେଳାଳିଙ୍କୁ ଚାମ୍ପିଅନସିପ ୨୦୨୨ରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଇପାରିବ ନାହିଁ । ଅଲ୍‌ ଇଂଲଣ୍ଡ କ୍ଳବର ଚେୟାରମ୍ୟାନ ଇଆନ ହେୱିଟ୍‌ କହିଛନ୍ତି, ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ନିଷ୍ପତ୍ତି କଷ୍ଟ ଦେଇପାରେ ମାତ୍ର ଦୁଃଖର ସହିତ ଏହା କହିବାକୁ ପଡୁଛି ଯେ, ଋଷିଆ ରାଷ୍ଟ୍ରମୁଖ୍ୟଙ୍କ କାର୍ଯ୍ୟପାଇଁ ସେମାନେ ପ୍ରଭାବିତ ହେଉଛନ୍ତି ।"

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.