ETV Bharat / sports

ବକ୍ସିଂ ଅଲମ୍ପିକ କ୍ବାଲିଫାୟର ଫାଇନାଲ: ମେରୀ କମ ବନାମ ନିଖତ ଜରିନ

author img

By

Published : Dec 28, 2019, 4:17 AM IST

Updated : Dec 28, 2019, 11:47 AM IST

51 କିଲୋଗ୍ରାମ ବକ୍ସିଂ ଅଲମ୍ପିକ କ୍ବାଲିଫାୟର ଫାଇନାଲ ମୁକାବିଲା ଶନିବାର ଖେଳାଯିବ । ଏଥିରେ 6ଥର ବିଶ୍ବ ଚମ୍ପିଆନ ଷ୍ଟାର ବକ୍ସର ମେରୀ କମଙ୍କୁ ଭେଟିବେ ଯୁବ ବକ୍ସର ନିଖତ ଜରିନ । ଅଧିକ ପଢନ୍ତୁ...

Nikhat Zareen vs Mary Kom
ମେରୀ କମ ବନାମ ନିଖାତ ଜାରିନ

ନୂଆଦିଲ୍ଲୀ: ଶନିବାର ବକ୍ସିଂରେ ହେବ ମହାମୁକାବିଲା । 6ଥର ବିଶ୍ବ ଚମ୍ପିଆନ ଷ୍ଟାର ବକ୍ସର ମେରୀ କମଙ୍କୁ ଭେଟିବେ ଯୁବ ବକ୍ସର ନିଖତ ଜରିନ । ମହିଳା ବକ୍ସିଂ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ହୋଇଥିବାରୁ ରୋମାଞ୍ଚକର ହେବାନେଇ ଆଶା କରାଯାଉଛି । ତେବେ ଅଭିଜ୍ଞ ମେରୀ କମଙ୍କୁ ଯୁବ ନିଖତ ଜରିନ କିପରି ମୁକାବିଲା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

Mary Kom
ମେରୀ କମ

51 କିଲୋଗ୍ରାମ ବର୍ଗରେ ପ୍ରଥମ ରାଉଣ୍ଡରେ ପୂର୍ବତନ ଜୁନିୟର ବିଶ୍ବଚମ୍ପିଆନ ନିଖତ ଜରିନ ନ୍ୟାସନାଲ ଚମ୍ପିଆନ ଜ୍ୟୋତି ଗୁଲିଆଙ୍କୁ ପରାସ୍ତ କରିଛନ୍ତି । ଅନ୍ୟପଟେ ମେରୀ କମ ରିତୁ ଗ୍ରେୱାଲଙ୍କୁ ପରାସ୍ତ କରି ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି ।

Nikhat Zareen
ନିଖତ ଜରିନ

ପୂର୍ବରୁ ନିଖତ ଭାରତୀୟ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ(BFI)ର ଚୟନ ପ୍ରକ୍ରିୟାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏମିତିକି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ମେରୀ କମଙ୍କ ବିପକ୍ଷରେ ସେ ମୁକାବିଲା କରିବାକୁ ଚାହୁଁଥିବା ଦାବି କରିଥିଲେ ।

Last Updated : Dec 28, 2019, 11:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.