ETV Bharat / sports

Hockey World Cup 2023: ୩-୧ରେ ଚିଲିକୁ ହରାଇଲା ନ୍ୟୁଜିଲାଣ୍ଡ

author img

By

Published : Jan 14, 2023, 4:37 PM IST

ହକି ବିଶ୍ବକପ ୨୦୨୩ର ପଞ୍ଚମ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଚିଲି ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୩-୧ରେ ଜିତି ନେଇଛି । ଚଳିତ ବର୍ଷ ବିଶ୍ବକପରେ ପଦାର୍ପଣ କରିଥିବା ଚିଲି ବିଶ୍ବକପରେ ଏହାର ପ୍ରଥମ ମ୍ୟାଚ୍‌ ହାରିଛି । ନ୍ୟୁଜିଲାଣ୍ଡର ସାମ୍‌ ଲେନ୍‌ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

୩-୧ରେ ଚିଲିକୁ ହରାଇଲା ନ୍ୟୁଜିଲାଣ୍ଡ
୩-୧ରେ ଚିଲିକୁ ହରାଇଲା ନ୍ୟୁଜିଲାଣ୍ଡ

ରାଉରକେଲା: ଜାରି ରହିଛି ହକି ବିଶ୍ବକପ ୨୦୨୩ । ଟୁର୍ଣ୍ଣାମେଣ୍ଟର ପଞ୍ଚମ ମୁକାବିଲାରେ ନ୍ୟୁଜିଲାଣ୍ଡ ୩-୧ ଗୋଲ୍‌ରେ ଚିଲିକୁ ପରାସ୍ତ କରିଛି । ଚଳିତ ବର୍ଷ ବିଶ୍ବକପରେ ପଦାର୍ପଣ କରିଥିବା ଚିଲି ଏହାର ପ୍ରଥମ ମ୍ୟାଚ୍‌ ହାରିଛି । ମ୍ୟାଚ୍‌ ଆରମ୍ଭରୁ ଚିଲି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଉପରେ କୌଣସି ଚାପ ପକାଇ ପାରିନଥିଲା ।

ପ୍ରଥମ କ୍ବାର୍ଟରରେ ନ୍ୟୁଜିଲାଣ୍ଡ ଦୁଇଟି ଗୋଲ୍ ଦେଇଥିଲା । ସାମ୍ ଲେନ୍ ଓ ସାମ୍ ହିହା ଏହି ଦୁଇଟି ଗୋଲ୍ କରି ବିପକ୍ଷ ଟିମ ଉପରେ ଚାପ ପକାଇଥିଲେ । ଏହି କ୍ବାର୍ଟରରେ ଚିଲି ଗୋଟିଏ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍‌ରେ ପରିଣତ କରି ପାରିନଥିଲା । ସେହିପରି ନ୍ୟୁଜିଲାଣ୍ଡକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିବା ବେଳେ ଚିଲି ମଧ୍ୟ ଏହାକୁ ଗୋଲ୍‌ରେ ପରିଣତ କରିବାକୁ ଦେଇନଥିଲା ।

ନ୍ୟୁଜିଲ୍ୟାଣ୍ଡ ଦ୍ବିତୀୟ କ୍ବାର୍ଟରରେ ୧୯ ମିନିଟରେ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା । ସାମ୍ ହିହା ଏହି ଗୋଲ୍‌ ଦେଇଥିଲେ । ଏହା ଥିଲା ତାଙ୍କର ଦ୍ବିତୀୟ ଗୋଲ୍‌ । ଜବାବରେ ଚିଲି ଚତୁର୍ଥ କ୍ବାର୍ଟରରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଗୋଲ୍ ଦେଇଥିଲା । ଚିଲି ପକ୍ଷରୁ ଏହି ଗୋଲ୍ କରିଥିଲେ ଇଗ୍ନାସିଓ କୋଣ୍ଟାର୍ଡୋ । ତେବେ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନ୍ୟୁଜିଲାଣ୍ଡର ସାମ୍‌ ଲେନ୍‌ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.