ETV Bharat / sports

Hockey World Cup 2023: ନେଦରଲାଣ୍ଡର ଏକତରଫା ବିଜୟ, ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ କଲା ପରାସ୍ତ

author img

By

Published : Jan 16, 2023, 6:56 PM IST

ହକି ବିଶ୍ବକପ ୨୦୨୩ରେ ନେଦରଲାଣ୍ଡର ଏକତରଫା ବିଜୟ । ସୋମବାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡକୁ ୪-୦ ଗୋଲରେ ହରାଇ ଟେବୁଲର ଶୀର୍ଷସ୍ଥାନ ବଜାୟ ରଖିଛି ନେଦରଲାଣ୍ଡ । ଅଧିକ ପଢ଼ନ୍ତୁ

ନ୍ୟୁଜିଲାଣ୍ଡକୁ ୪-୦ ଗୋଲରେ ହରାଇଲା ନେଦରଲାଣ୍ଡ

ରାଉରକେଲା: ହକି ବିଶ୍ବକପ ୨୦୨୩ ପୁଲ 'ସି'ରେ ଦବଦବା ଜାରି ରଖିଛି ନେଦରଲାଣ୍ଡ । ସୋମବାର ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡକୁ ଏକତରଫା ଭାବେ ପରାସ୍ତ କରିଛି ନେଦରଲାଣ୍ଡ । ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ ଟେବୁଲର ଶୀର୍ଷସ୍ଥାନ ବଜାୟ ରଖିଛି ନେଦରଲାଣ୍ଡ ।

ଆଜିର ମ୍ୟାଚ ଆରମ୍ଭରୁ ନ୍ୟୁଜିଲାଣ୍ଡ ଉପରେ ଚାପ ସୃଷ୍ଟି କରି ରଖିଥିଲେ ନେଦରଲାଣ୍ଡ ଖେଳାଳି । ପ୍ରଥମ କ୍ବାର୍ଟର ଆରମ୍ଭରୁ ହିଁ ୨ ମିନିଟରେ ନେଦରଲାଣ୍ଡର ବ୍ରିଙ୍କମ୍ୟାନ ଥିଏରୀ ନ୍ୟୁଜିଲାଣ୍ଡ ଉପରେ ଗୋଲ ଦେଇ ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିଥିଲେ । ଏହାପରେ ସେ ଲଗାତାର ଭାବେ ଦ୍ବିତୀୟ ଥର ପାଇଁ ୧୨ ମିନିଟରେ ଦ୍ବିତୀୟ ଗୋଲ ସ୍କୋର କରି ପ୍ରଥମ କ୍ବାର୍ଟରରେ ଦଳକୁ ୨-୦ ଗୋଲରେ ଆଗୁଆ କରିଥିଲେ । ଏହାପରେ ଦ୍ବିତୀୟ କ୍ବାର୍ଟରରେ ନ୍ୟୁଜିଲାଣ୍ଡ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରି ସଙ୍ଘର୍ଷ କରିଥିଲା । କିନ୍ତୁ ନେଦରଲାଣ୍ଡର ବିଜେନ କୋଏନ ୧୯ ମିନିଟରେ ତୃତୀୟ ଗୋଲ ସ୍କୋର କରିଥିଲେ ।

ଏହାପରେ ତୃତୀୟ କ୍ବାର୍ଟରରେ ପ୍ରତିପକ୍ଷ ନେଦରଲାଣ୍ଡ ସହ କଡ଼ା ମୁକାବିଲା କରିଥିଲା ନ୍ୟୁଜିଲାଣ୍ଡ । ଯଦିଓ ନ୍ୟୁଜିଲାଣ୍ଡର ଫାଷ୍ଟ ରନର ନେଦରଲାଣ୍ଡକୁ ତୃତୀୟ କ୍ବାର୍ଟରରେ କୌଣସି ଗୋଲ ସ୍କୋର କରିବାକୁ ସୁଯୋଗ ଦେଇନଥିଲେ, କିନ୍ତୁ ନେଦରଲାଣ୍ଡ ଉପରେ ମଧ୍ୟ କୌଣସି ଗୋଲ ଦେବାରେ ବିଫଳ ରହିଥିଲା ନ୍ୟୁଜିଲାଣ୍ଡ । ଚତୁର୍ଥ କ୍ବାର୍ଟରରେ ନେଦରଲାଣ୍ଡର ହୋଡ୍‌ମେକର୍ସ ଜେପ୍‌ ୫୪ ମିନିଟରେ ଚତୁର୍ଥ ଗୋଲ ସ୍କୋର କରି ଦଳକୁ ୪-୦ର ଲିଡ୍‌ ଦେଇଥିଲେ । ତେବେ ବିଜୟଧାରା ବଜାୟ ରଖିବା ସହ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ନେଦରଲାଣ୍ଡ ।

ବିଜୟ ପରେ ନେଦରଲାଣ୍ଡ ଦଳର ଖେଳାଳୀ କହିଛନ୍ତି, "ଆଜିର ମ୍ୟାଚ ଆମ ପାଇଁ ଏକ ବୁଷ୍ଟ ଭଳି କାମ କରିବ । ଆମ ଦଳ ଭଲ ପ୍ରଦର୍ଶନ କରି ବହୁତ ଖୁସି ଅଛି ।" ତେବେ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ପ୍ରଥମାର୍ଦ୍ଧରେ ଭଲ ପ୍ରଦର୍ଶନ କରିଛି ଏବଂ ନ୍ୟୁଜିଲାଣ୍ଡ ଦଳ ନୂଆ ପ୍ଲାନିଂ କରି ବିନା ଗୋଲ୍‌ କିପରରେ ଖେଳିଥିଲା । ଯାହା ଗୋଟିଏ ଏକ୍ସଟ୍ରା ଖେଳାଳି ନେଇ ମ୍ୟାଚର ଆଡ୍‌ଭେଣ୍ଟେଜ ଉଠାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଏହାକୁ କାଉଣ୍ଟର କରି ନେଦରଲାଣ୍ଡ ପ୍ରଥମ କ୍ବାର୍ଟରସରୁ ଆଟାକ କରି ଗୋଲ କରିବାରେ ସଫଳ ହୋଇଥିଲା । ତେବେ ନ୍ୟୁଜିଲାଣ୍ଡ ଦଳ ଖେଳାଳୀ କହିଛନ୍ତି, "ଆମ ପ୍ରଦର୍ଶନ ଆଜି ଟିକେ ଢିଲା ରହିଗଲା । ଆମ ଯୋଜନା ଆମ ବିପକ୍ଷରେ ଚାଲିଗଲା । ଯେଉଁଥିରେ ଆମେ ମ୍ୟାଚ୍‌ ହରାଇଲୁ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.