ETV Bharat / sports

Hockey World Cup 2023: ମାଲେସିଆକୁ ୪-୦ରେ ହରାଇଲା ନେଦରଲାଣ୍ଡ

author img

By

Published : Jan 14, 2023, 6:09 PM IST

ହକି ବିଶ୍ବକପ ୨୦୨୩ର ଷଷ୍ଠ ମ୍ୟାଚରେ ୪-୦ରେ ମାଲେସିଆକୁ ପରାସ୍ତ କରିଛି ନେଦରଲାଣ୍ଡ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ କଡ଼ା ମୁକାବିଲା ହୋଇଥିଲା । ତେବେ ଆରମ୍ଭରୁ ମାଲେସିଆ ଉପରେ ଚାପ ସୃଷ୍ଟି କରିଥିଲା ନେଦରଲାଣ୍ଡ । ଅଧିକ ପଢ଼ନ୍ତୁ

ମାଲେସିଆକୁ ୪-୦ରେ ହରାଇଲା ନେଦରଲାଣ୍ଡ
ମାଲେସିଆକୁ ୪-୦ରେ ହରାଇଲା ନେଦରଲାଣ୍ଡ

ରାଉରକେଲା: ରାଜ୍ୟରେ ଜାରି ରହିଥିବା ହକି ବିଶ୍ବକପ ୨୦୨୩ରେ ଶନିବାର ମାଲେସିଆକୁ ୪-୦ରେ ପରାସ୍ତ କରିଛି ନେଦରଲାଣ୍ଡ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ଦ୍ବିତୀୟ କ୍ବାର୍ଟରରେ ମାଲେସିଆକୁ ୨ଟି ଗୋଲ ଦେଇଥିଲା ନେଦରଲାଣ୍ଡ । ୨୦ ମିନିଟରେ ଥିଜ୍‌ସ ଭାନ ଦାମ୍‌ ଫିଲ୍ଡ ଗୋଲ ଦେଇଥିଲେ । ଜିପ୍‌ ଜନ୍‌ସିନ୍‌ ୨୪ ମିନିଟରେ ପେନାଲ୍‌ଟି ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ ।

ଏହି ମ୍ୟାଚର ତୃତୀୟ କ୍ବାର୍ଟର ସୁଦ୍ଧା ମାଲେସିଆକୁ ୩ ଥର ପେନାଲ୍‌ଟି ସୁଯୋଗ ମିଳିଥିଲେ ମଧ୍ୟ ମାଲେସିଆ ଦଳର ଖେଳାଳିମାନେ ଏହାର ଫାଇଦା ଉଠାଇ ପାରିନଥିଲେ । ଚତୁର୍ଥ ତଥା ଶେଷ କ୍ବାର୍ଟରରେ ନେଦରଲାଣ୍ଡର ଖେଳାଳି ଟେଉନ୍‌ ବେନିସ୍‌ ୪୭ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ । ଜୋରିଟ୍‌ କ୍ରୋନ୍‌ ୫୯ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ ।

ଏଠାରେ ଶନିବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ପଞ୍ଚମ ମୁକାବିଲାରେ ନ୍ୟୁଜିଲାଣ୍ଡ ୩-୧ ଗୋଲ୍‌ରେ ଚିଲିକୁ ପରାସ୍ତ କରିଥିଲା । ଚଳିତ ବର୍ଷ ବିଶ୍ବକପରେ ପଦାର୍ପଣ କରିଥିବା ଚିଲି ବିଶ୍ବକପରେ ଏହାର ପ୍ରଥମ ମ୍ୟାଚ୍‌ ହାରିଛି । ମ୍ୟାଚ୍‌ ଆରମ୍ଭରୁ ଚିଲି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଉପରେ କୌଣସି ଚାପ ପକାଇ ପାରିନଥିଲେ । ଏହି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ନ୍ୟୁଜିଲାଣ୍ଡର ସାମ୍‌ ଲେନ୍‌ ବିବେଚିତ ହୋଇଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.