ETV Bharat / sports

ରାଜଧାନୀରେ ଜାତୀୟ ଭାରୋତ୍ତୋଳନ ଚମ୍ପିଆନସିପ୍ 2021-22ର ଶୁଭାରମ୍ଭ - ଜାତୀୟ ଭାରୋତ୍ତୋଳନ ଫେଡେରେସନ୍ ୨୦୨୨

ଭୁବନେଶ୍ୱରରେ IWLF ପକ୍ଷରୁ ଜୁନିଅର ଏବଂ ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ଆରମ୍ଭ ହୋଇଛି । ଏଥିରେ 30 ଟି ରାଜ୍ୟର 800 ରୁ ଅଧିକ ଖେଳାଳି ଅଂଶ କରିଛନ୍ତି । ଅଧିକ ପଢ଼ନ୍ତୁ

ରାଜଧାନୀରେ ଜାତୀୟ ଭାରୋତ୍ତୋଳନ ଚମ୍ପିଆନସିପ୍ 2021-22ର ଶୁଭାରମ୍ଭ

author img

By

Published : Mar 21, 2022, 7:22 AM IST

ଭୁବନେଶ୍ବର: ରାଜଧାନୀରେ IWLF(International Weightlifting Federation) ପକ୍ଷରୁ ଜୁନିଅର ଏବଂ ସିନିୟର ଜାତୀୟ ଭାରୋତ୍ତୋଳନ ଚମ୍ପିଆନସିପ୍‌ର ଶୁଭାରମ୍ଭ ହୋଇଛି । ଏହି ଚମ୍ପିଆନସିପ୍‌ରେ 30ଟି ରାଜ୍ୟରୁ 800ରୁ ଅଧିକ ଭାରୋତ୍ତୋଳକ ଅଂଶ ଗ୍ରହଣ କରିଛନ୍ତି । ଏଥିରେ ରାଜ୍ୟର ଅଧିକାଂଶ ଖେଳାଳି ଭାଗ ନେଇଥିବା ବେଳେ ସେମାନେ ଚମ୍ପିଆନସିପ୍‌ରେ ପଦକ ହାସଲ କରିବେ ବୋଲି ଆଶାବାଦୀ ଅଛନ୍ତି କ୍ରୀଡ଼ା ସଚିବ ଭିନାଲ କ୍ରୀଷ୍ଣା ।

ରାଜଧାନୀରେ ଜାତୀୟ ଭାରୋତ୍ତୋଳନ ଚମ୍ପିଆନସିପ୍ 2021-22ର ଶୁଭାରମ୍ଭ
ରାଜଧାନୀରେ ଜାତୀୟ ଭାରୋତ୍ତୋଳନ ଚମ୍ପିଆନସିପ୍ 2021-22ର ଶୁଭାରମ୍ଭ

ଏହି ଅବସରରେ ରାଜ୍ୟରେ ଭାରୋତ୍ତୋଳନ କ୍ରୀଡ଼ାବିତ୍‌ଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ବିଷୟରେ ବର୍ଣ୍ଣନା କରିଥିଲେ କ୍ରୀଡ଼ା ସଚିବ । ଭୋରୋତ୍ତୋଳନ କ୍ରୀଡ଼ାବିତ୍‌ଙ୍କ ପାଇଁ ରାଜ୍ୟରେ ୮୯ଟି ଇନଡୋର ମଲ୍ଟିପର୍ପୋଜ୍ ହଲ ଆରମ୍ଭ କରାଯାଇଛି । ଏହା ଭାରୋତ୍ତୋଳକଙ୍କୁ ପ୍ରୋତ୍ସାହିତ କରିବ ।

ରାଜ୍ୟରେ ପ୍ରଥମ ଥର ପାଇଁ ଭାରୋତ୍ତୋଳକଙ୍କ ପାଇଁ ଏଭଳି ଚମ୍ପିଆନସିପ୍ ଆୟୋଜନ କରାଯାଇଛି । ସମସ୍ତ ବର୍ଗର କୃତୀ ଭାରୋତ୍ତୋଳକଙ୍କୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯିବ । ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ବିଜେତାଙ୍କୁ ଯଥାକ୍ରମେ 10000, 5000 ଓ 3000 ଟଙ୍କା ପୁରସ୍କାର ରାଶି ଦିଆଯିବ ।

ଓଡିଶା ଭାରୋତ୍ତୋଳନ ସଂଘ ସହିତ ମିଳିତ ଭାବରେ ଜାତୀୟ ଭାରୋତ୍ତୋଳନ ଫେଡେରେସନ୍ , କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଏହି ଚମ୍ପିଆନସିପ୍‌ ପରିଚାଳନା କରିବେ । ସବ୍‌ଜୁନିଅର, ଜୁନିଅରରେ ୧୦ଟି ବିଭିନ୍ନ ଓଜନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସିନିୟର (ପୁରୁଷ ଏବଂ ମହିଳା) ବିଭାଗରେ ମଧ୍ୟ ସମାନ ପ୍ରାବଧାନ ରହିଛି । ଏହି ପ୍ରତିଯୋଗିତା ଦ୍ବାରା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, 2022ର ପଞ୍ଚମ ସଂସ୍କରଣ ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ । ଏହା ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ । ଏହି ଇଭେଣ୍ଟ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଚାଲିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.