ଡେରାଡୁନ: ବିଶ୍ବପ୍ରସିଦ୍ଧ ସ୍କି ରିଜୋର୍ଟରେ ଶନିବାର ଠାରୁ ଆରମ୍ଭ ହୋଇଯାଇଛି ଜାତୀୟ ସ୍କିଇଙ୍ଗ ଏଣ୍ଡ ସ୍ନୋ ବୋର୍ଡ ଚମ୍ପିଆନସିପ୍। ଏଥିରେ ଦେଶର କୋଣ ଅନୁକୋଣରୁ 10ଟି ଟିମ୍ର ପ୍ରାୟ 300ଖେଳାଳି ଭାଗ ନେଇଛନ୍ତି ।ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ଓ ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ ଏହାର ଶୁଭାରମ୍ଭ କରିଛନ୍ତି ।
ଏନେଇ ମୁଖ୍ୟମନ୍ତ୍ରୀ ରାଓ୍ବତ କହିଛନ୍ତି ଯେ, ମାର୍ଚ୍ଚରେ ଉତ୍ତରାଖଣ୍ଡରେ ଆଡଭେଞ୍ଚର ସମିଟ ହେବ । ଏଥିରେ ଉତ୍ତରାଖଣ୍ଡର ଓ୍ବିଣ୍ଟର ଖେଳ ସହ ଆଗାମୀ 2024ରେ ଚୀନରେ ହେବାକୁ ଥିବା ଅଲମ୍ପିକ ପାଇଁ ପ୍ରଶିକ୍ଷଣ ଦିଆଯିବ ।
ଅନ୍ୟପଟେ ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ଯେ, ଔଲିରେ ଶତକାଳୀନ ପର୍ଯ୍ୟଟକଙ୍କୁ ନେଇ ଅନେକ ସମ୍ଭାବନା ରହିଛି । ଏଠାରେ ଆହୁରି ବିକାଶର ଆବଶ୍ୟକତା ରହିଛି ।