ETV Bharat / sports

କୋରୋନା ସଂକ୍ରମଣ ବୃଦ୍ଧି, ନ୍ୟାସନାଲ ସୁଟିଂ ଚମ୍ପିଆନସିପ ସ୍ଥଗିତ

author img

By

Published : Mar 26, 2021, 10:43 PM IST

ବର୍ଦ୍ଧିତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟାସନାଲ ରାଇଫଲ ଆସୋସିଏସନ ପକ୍ଷରୁ ସୁଟିଂ ନ୍ୟାସନାଲ ଚମ୍ପିଆସିପକୁ ସ୍ଥଗିତ ଘୋଷଣା । ଅଧିକ ପଢନ୍ତୁ...

National shooting meet postponed due to rising Corona cases
କୋରୋନା ସଂକ୍ରମଣ ବୃଦ୍ଧି, ନ୍ୟାସନାଲ ସୁଟିଂ ଚମ୍ପିଆନସିପ ସ୍ଥଗିତ

ନୂଆଦିଲ୍ଲୀ: ବର୍ଦ୍ଧିତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟାସନାଲ ରାଇଫଲ ଆସୋସିଏସନର ବଡ ନିଷ୍ପତ୍ତି । ଆସନ୍ତା ମାସରେ ହେବାକୁ ଥିବା ସୁଟିଂ ନ୍ୟାସନାଲ ଚମ୍ପିଆସିପକୁ ସ୍ଥଗିତ ଘୋଷଣା କରିଛି NRAI ।

ଜାନୁଆରୀରୁ ପର୍ଯ୍ୟାୟ କ୍ରମେ ପୁନଃ ଆରମ୍ଭ ହୋଇଥିବା କ୍ରୀଡା ଇଭେଣ୍ଟ ପ୍ରତି କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା ବଢିବା ପରେ ପୁଣି ସଙ୍କଟ ଦେଖାଦେଇଛି ।

NRAIର ଘୋଷଣା ଅନୁଯାୟୀ, ଆସନ୍ତା ମାସରେ ହେବାକୁ ଥିବା 64ତମ ନ୍ୟାସନାଲ ସୁଟିଂ ଚମ୍ପିଆନସିପ ପ୍ରତିଯୋଗିତା ରାଇଫଲ, ସଟଗନ ଇଭେଣ୍ଟସ ସ୍ଥଗିତ ନିଷ୍ପତ୍ତି ହୋଇଛି । ଦେଶର ସମସ୍ତ ସ୍ଥାନରେ କୋଭିଡ-19 ସଂଖ୍ୟା ବୃଦ୍ଧି ପାଉଥିବାରୁ NRAI ସଭାପତି ଏହି ପ୍ରତିଯୋଗିତାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାଇଫଲ ପ୍ରତିଯୋଗିତା ପାଇଁ ଭୋପାଳ ଭେନ୍ୟୁ ରହିଥିଲା ଓ ପିସ୍ତଲ ଓ ସଟଗନ୍‌ ପ୍ରତିଯୋଗିତା ପାଇଁ ନୂଆଦିଲ୍ଲୀର ଡକ୍ଟର କରଣୀ ସିଂ ସୁଟିଂ ରେଞ୍ଜ୍‌ରେ ଆୟୋଜନ ପାଇଁ ସୂଚୀ ରହିଥିଲା ।

ଏହି ପ୍ରତିଯୋଗିତା ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପରେ ଆୟୋଜନ ହେବ ବୋଲି ସ୍ଥିର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.