ETV Bharat / sports

National Games 2022: ଫାଇନାଲରେ ଓଡିଶା ମହିଳା ଫୁଟବଲ ଟିମ୍, ପଦକ ପକ୍କା

author img

By

Published : Oct 9, 2022, 3:17 PM IST

36ତମ ଜାତୀୟ କ୍ରୀଡା ଫାଇନାଲରେ ପ୍ରବେଶ କରିଛି ଓଡିଶା ମହିଳା ଫୁଟବଲ ଟିମ୍ । ସେମିଫାଇନାଲରେ ତାମିଲନାଡୁକୁ 3-0 ଗୋଲରେ ପରାସ୍ତ କରିଛି ଦଳ । ଅଧିକ ପଢନ୍ତୁ

National Games 2022
ଫାଇନାଲରେ ଓଡିଶା ମହିଳା ଫୁଟବଲ ଟିମ୍, ପଦକ ପକ୍କା କଲା ଦଳ

ଭୁବନେଶ୍ବର: ଓଡିଶା ମହିଳା ଫୁଟବଲ ଟିମର ଦମଦାର ପ୍ରଦର୍ଶନ । ଗୁଜୁରାଟରେ ଅନୁଷ୍ଠିତ 36ତମ ଜାତୀୟ କ୍ରୀଡା ଫାଇନାଲରେ ପ୍ରବେଶ କରିଛି ଓଡିଶା ମହିଳା ଫୁଟବଲ ଟିମ୍ । ଏହା ସହ ପଦକ ପକ୍କା କରିଛି ଦଳ । ସେମିଫାଇନାଲରେ ତାମିଲନାଡୁକୁ 3-0 ଗୋଲରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଦଳ ।

କ୍ବାର୍ଟର ଫାଇନାଲରେ ଗୁଜୁରାଟକୁ 11-0 ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ଦ୍ବିତୀୟ ସେମି ଫାଇନାଲରେ ତାମିଲନାଡୁକୁ ଭେଟିଥିଲା ଓଡିଶା । ଅନୁଷ୍ଠିତ ସେମି ମୁକାବିଲାରେ ତାମିଲନାଡୁକୁ 3-0 ଗୋଲରେ ହରାଇଛି ଓଡ଼ିଶା ମହିଳା ଦଳ । ଏହା ସହ ଫାଇନାଲରେ ପ୍ରବଶେ କରିଛି ଟିମ୍ । ଏହାସହ ଜାତୀୟ କ୍ରୀଡାରେ ପଦର ପକ୍କା କରିଛି ଦଳ । ଆସନ୍ତାକାଲି ( ସୋମବାର) ଫାଇନାଲରେ ମଣିପୁରକୁ ଭେଟିବ ଓଡିଶା ।

ପ୍ରଥମରୁ ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲା । ଗୋଲ୍‌ କରି ଖାତା ଖୋଲିବା ଲକ୍ଷ୍ୟରେ ଥିଲେ ଦୁଇ ଦଳ । ତାମିଲନାଡୁ ଗୋଟିଏ ବି ଗୋଲ କରି ପାରିନଥିଲା । ପେନାଲ୍ଟି ସୁଟଆଉଟରେ ଓଡିଶା 3-0 ଗୋଲରେ ତାମିଲନାଡୁକୁ ପରାସ୍ତ କରିଛି । ବିଜୟ ସହ ଓଡିଶା ଫାଇନାଲରେ ପ୍ରବେଶ କରିଛି ।

ଏହା ବି ପଢନ୍ତୁ...FIFA World Rankings: ଦୁଇଟି ସ୍ଥାନ ତଳକୁ ଖସି ୧୦୬ ସ୍ଥାନରେ ଭାରତ

କ୍ବାର୍ଟରରେ ଗୁଜୁରାଟକୁ ଗୋଲ କରିବାକୁ ସୁଯୋଗ ଦେଇ ଦେଇନଥିଲା ଓଡିଶା । ପ୍ରଥମାର୍ଦ୍ଧରେ 7ଟି ଓ ଦ୍ବିତୀୟର୍ଦ୍ଧରେ 4ଟି ଗୋଲ କରିଥିଲା ଓଡିଶା । ଖାତା ଖୋଲି ପାରିନଥିଲା ଗୁଜୁରାଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.