ETV Bharat / sports

National Games: ଉଚ୍ଚ ଡିଆଁରେ ରୋଜି ମୀନା ପୋଲରାଜଙ୍କ ଜାତୀୟ ରେକର୍ଡ - ଉଚ୍ଚ ଡିଆଁରେ ରୋଜୀ ମୀନା ପୋଲରାଜଙ୍କ ଜାତୀୟ ରେକର୍ଡ

ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ଜାତୀୟ କ୍ରୀଡାରେ ( National Games in Gujarat) ରୋଜି ମୀନା ପୋଲରାଜ ଜାତୀୟ ରେକର୍ଡ କରିବାରେ ସଫଳ ହୋଇପାରିଛନ୍ତି । ଅଧିକ ପଢନ୍ତୁ

National Games : ଉଚ୍ଚ ଡିଆଁରେ ରୋଜୀ ମୀନା ପୋଲରାଜଙ୍କ ଜାତୀୟ ରେକର୍ଡ

author img

By

Published : Oct 3, 2022, 9:43 AM IST

ହାଇଦ୍ରାବାଦ: ଭାରତର ଉଚ୍ଚ ଡିଆଁ ଖେଳାଳି ରୋଜି ମୀନା ପୋଲରାଜ (Indian Pole Vaulter Rosy Meena Paulraj ) ନୂଆ ଜାତୀୟ ରେକର୍ଡ କରିଛନ୍ତି । ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ଜାତୀୟ କ୍ରୀଡାରେ (National Games in Gujarat) ମୀନା ପୋଲରାଜ ଏହି ଜାତୀୟ ରେକର୍ଡ କରିବାରେ ସଫଳ ହୋଇପାରିଛନ୍ତି । ଉଚ୍ଚ ଡିଆଁ ମହିଳା ବର୍ଗରେ ବିଏସ ସୁରେଖାଙ୍କ ( VS Surekha ) ଆଠ ବର୍ଷର ରେକର୍ଡକୁ ଭାଙ୍ଗି ରୋଜି ମୀନା ପୋଲରାଜ ଏକ ନୂଆ ଜାତୀୟ ରେକର୍ଡ କରିଛନ୍ତି ।

ଜାତୀୟ କ୍ରୀଡାରେ ରବିବାର ଖେଳାଯାଇଥିବା ଉଚ୍ଚ ଡିଆଁ ଇଭେଣ୍ଟରେ ମୀନା ପୋଲରାଜ ୪.୨୦ ମିଟରର ଉଚ୍ଚକୁ ଡେଇଁଥିଲେ । ଏହା ଉଚ୍ଚ ଡିଆଁରେ ବିଏସ ସୁରେଖା ୪.୧୫ ମିଟିର ଉଚ୍ଚକୁ ଡେଇଁ ଜାତୀୟ ରେକର୍ଡ କରିଥିଲେ । ରବିବାର ଏହି ରେକର୍ଡକୁ ଭାଙ୍ଗି ଆଉ ଏତ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ତାମିଲନାଡୁର ଉଚ୍ଚ ଡିଆଁ ଖେଳାଳି ରୋଜି ମୀନା ପୋଲରାଜ । ତେବେ ତାଙ୍କର ଏହି ରେକର୍ଡ ବାବଦରେ ସ୍ପୋଟ୍ସ ଅଥରିଟି ଅଫ ଇଣ୍ଡିଆ ସୂଚନା ଦେଇଛି ।

ସ୍ପୋଟ୍ସ ଅଥରିଟି ଅଫ ଇଣ୍ଡିଆ ତଥା SAI ମିଡିଆ ଏବାବଦରେ ଟ୍ବିଟ କରି ଲେଖିଛି "ନୂଆ ଜାତୀୟ ରେକର୍ଡଧାରୀ ରୋଜି ମୀନା ପୋଲରାଜ ଜାତୀୟ କ୍ରୀଡା ୨୦୨୨ ରେ ୪.୨୦ ମିଟର ଉଚ୍ଚକୁ ଡେଇଁବା ସହିତ ମହିଳା ଉଚ୍ଚ ଡିଆଁରେ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । ସେ ୮ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ଯାହା ବିଏସ ସୁରେଖାଙ୍କ ନାମରେ ୪.୧୫ ମିଟର ଉଚ୍ଚତା ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜାତୀୟ କ୍ରୀଡାର ୩୬ ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି । ଗୁଜୁରାଟରେ ପ୍ରଥମ ଥର ପାଇଁ ଏହି ଜାତୀୟ କ୍ରୀଡା ଖେଳର ଆୟୋଜନ ହୋଇଛି । ଏହା ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ୧୨ ଅକ୍ଟୋବରରେ ଏହା ଶେଷ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.