କଟକ: ଆସନ୍ତା ସେପ୍ଟମ୍ବରରେ କଟକ ବାରବାଟୀ ଷ୍ଟାଡ଼ିୟମରେ ଆୟୋଜିତ ହେବାକୁ ଯାଉଛି 46ତମ ଜାତୀୟ ସବ ଜୁନିୟର ବାସ୍କେଟବଲ ଚାମ୍ପିଅନସିପ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ରାଜ୍ୟ ବାସ୍କେଟବଲ ସଂଘର ସଭାପତି ଅଶୋକକୁମାର ସାହୁ ଏନେଇ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ଚାମ୍ପିଅନସିପର ଗତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ଓଡିଶା । ସେମିଫାଇନାଲରେ ଯାତ୍ରା ଶେଷ କରିଥିଲା ଓଡ଼ିଶା ।
ତେବେ ଚଳିତ ବର୍ଷ ଓଡ଼ିଶା ଚାମ୍ପିଅନସିପରେ ଭଲ ପ୍ରଦର୍ଶନ କରିବ ବୋଲି ରାଜ୍ୟ ବାସ୍କେଟ ବଲ ସଭାପତି ଆଶା ରଖିଛନ୍ତି । ସୂଚନାଯୋଗ୍ୟ ଏହି ଚାମ୍ପିଅନସିପରେ ଉଭୟ ବାଳକ ଓ ବାଳିକା ବର୍ଗରେ ସମଗ୍ର ଦେଶରୁ ମୋଟ 54ଟି ଦଳ ଅଂଶ ଗ୍ରହଣ କରିବେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ