ହାଇଦ୍ରାବାଦ: ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର କେବଳ କ୍ରିକେଟରଙ୍କ ନୁହଁନ୍ତି, ଦେଶର ଅନ୍ୟ ଆଥଲେଟଙ୍କ ମଧ୍ୟ ଆଦର୍ଶ ଓ ପ୍ରେରଣାର ଉତ୍ସ । ଭାରତର ଷ୍ଟାର ଧାବିକା ହିମା ଦାସ ଏହାର ଖୁଲାସା କରିଛନ୍ତି । ସଚିନଙ୍କୁ ତାଙ୍କର ଆଦର୍ଶ ବୋଲି କହିଛନ୍ତି ହିମା ଦାସ ।
କ୍ରିକେଟର ସୁରେଶ ରୈନାଙ୍କ ସହ ଇନଷ୍ଟାଗ୍ରାମ ଲାଇଭ ସେସନରେ ଏହା କହିଛନ୍ତି ହିମା ଦାସ । "ସଚିନଙ୍କ ସାଙ୍ଗେ ପ୍ରଥମ ଭେଟକୁ କେବେ ଭୁଲିପାରିବିନି । ଆଦର୍ଶ ମଣିଷଙ୍କୁ ପ୍ରଥମ ଥର ଦେଖିବାବେଳେ, ଆଖିରେ ଲୁହ ଆସିଯାଇଥିଲା । ଏହା ଏକ ଶ୍ରେଷ୍ଠ ମୂହୂର୍ତ୍ତ ଥିଲା" କହିଛନ୍ତି ହିମା ।
ବର୍ଷ 2019ରେ 5ଟି ବିଭିନ୍ନ ପ୍ରତିଯୋଗିତାରେ 5ଟି ସ୍ବର୍ଣ୍ଣ ପଦକ ଜିତିଥିଲେ ଦୌଡରାଣୀ ହିମା । 20 ଜୁଲାଇ 2019ରେ ନୋବେ ମେଷ୍ଟୋ ଆଥଲେଟିକ୍ସ ମିଟ୍ ରେ ଶେଷ ସ୍ବର୍ଣ୍ଣ ପଦକ ଜିତିଥିଲେ ହିମା ଦାସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ