ଦୋହା: ଫିଫା ବିଶ୍ବକପରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି ମରକ୍କୋ । ବିପକ୍ଷ ଦଳ ପର୍ତ୍ତୁଗାଲକୁ ୧-୦ ଗୋଲରେ ମାତ୍ ଦେଇ ସେମି ଟିକଟ ହାତେଇଛି ମରକ୍କୋ । ଏନ ନେସରୀ ମରକ୍କୋ ତରଫରୁ ଗୋଟିଏ ଗୋଲ ଦେଇଥିଲେ । ଯାହା ଦଳକୁ ବିଜୟୀ ଭେଟି ଦେବାରେ ସହାୟକ ହୋଇଛି । ଏହା ସହିତ ଲୋକପ୍ରିୟ ଖେଳାଳି ରୋନାଲ୍ଡଙ୍କ ଦଳ ପର୍ତ୍ତୁଗାଲର ଯାତ୍ରା ଫିଫା ବିଶ୍ବକପ ୨୦୨୨ରେ ଶେଷ ହୋଇଛି ।
-
MOROCCO ARE HEADING TO THE SEMI-FINALS! 🇲🇦@adidasfootball | #FIFAWorldCup
— FIFA World Cup (@FIFAWorldCup) December 10, 2022 " class="align-text-top noRightClick twitterSection" data="
">MOROCCO ARE HEADING TO THE SEMI-FINALS! 🇲🇦@adidasfootball | #FIFAWorldCup
— FIFA World Cup (@FIFAWorldCup) December 10, 2022MOROCCO ARE HEADING TO THE SEMI-FINALS! 🇲🇦@adidasfootball | #FIFAWorldCup
— FIFA World Cup (@FIFAWorldCup) December 10, 2022
ଆଜି ( ଶନିବାର ) କ୍ବାଟର ଫାଇନାଲରେ ମରକ୍କୋ ବନାମ ପର୍ତ୍ତୁଗାଲ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଆରମ୍ଭରୁ ମରକ୍କୋ ଆଟାର୍କିଂ ମୋଡରେ ରହିଥିଲା । ପ୍ରଥମାର୍ଦ୍ଧରେ ମରକ୍କୋ ତରଫରୁ ଏନ ନେସରୀ ଗୋଟିଏ ଗୋଲ ଦେଇଥିଲା । ଏହି ଗୋଲରେ ପରେ ଏନ ନେସରୀ ଫିଫା ବିଶ୍ବକପ ଇତିହାସରେ ମରକ୍କୋ ତରଫରୁ ସବୁଠୁ ଅଧିକ ଗୋଲ ଦେବା ଫୁଟବଲର ହୋଇଛନ୍ତି । ସେ ଏହି ଟୁର୍ଣ୍ଣାମେଣ୍ଟରେ ୩ ଟି ଗୋଲ ଦେଇଛନ୍ତି ।
-
A historic pride of Atlas Lions 🦁@EnMaroc | #FIFAWorldCup pic.twitter.com/MU9FMIRaHo
— FIFA World Cup (@FIFAWorldCup) December 10, 2022 " class="align-text-top noRightClick twitterSection" data="
">A historic pride of Atlas Lions 🦁@EnMaroc | #FIFAWorldCup pic.twitter.com/MU9FMIRaHo
— FIFA World Cup (@FIFAWorldCup) December 10, 2022A historic pride of Atlas Lions 🦁@EnMaroc | #FIFAWorldCup pic.twitter.com/MU9FMIRaHo
— FIFA World Cup (@FIFAWorldCup) December 10, 2022
ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ ହୋଇନଥିଲା । ନିର୍ଦ୍ଧାରିତ ୯୦ ମିନିଟ ଭିତରେ ମରକ୍କୋ ଗୋଟିଏ ଗୋଲ ଦେଇଥିଲା । ରୋନାଲ୍ଡଙ୍କ ଦଳ ପର୍ତ୍ତୁଗାଲ କୌଣସି ଗୋଲ ଦେଇନଥିଲା । ଶେଷରେ ମ୍ୟାଚର ଫଳାଫଳ ୧-୦ ରହିଥିଲା । ମରକ୍କୋର ଏହି ବିଜୟ ସହିତ ଦଳ ପ୍ରଥମ ଥର ପାଇଁ ଫିଫା ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିଛି । ସବୁଠୁ ବଡ କଥା ହେଲା କ୍ବାଟର ଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରୋନାଲ୍ଡଙ୍କୁ ବେଞ୍ଚରେ ବସାଇଥିଲା ଦଳ ।