ETV Bharat / sports

ସୁସ୍ଥ ହେଉଛନ୍ତି କିମ୍ବଦନ୍ତୀ ଧାବକ ମିଲଖା ସିଂହ: ହସ୍ପିଟାଲ କର୍ତ୍ତୃପକ୍ଷ - କିମ୍ବଦନ୍ତୀ ଧାବକ ମିଲଖା ସିଂହ

କିମ୍ବଦନ୍ତୀ ଧାବକଙ୍କ ଶରୀରର ଅକ୍ସିଜେନ ମାତ୍ରା କମ୍‌ ହେବାରୁ ଗୁରୁବାର PGIMER ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇ ଡାକ୍ତରୀଟିମଙ୍କ ନୀରିକ୍ଷଣରେ ରଖାଯାଇଛି । ଅଧିକ ପଢନ୍ତୁ...

Milkha Singh's health improves, parameters stable: Hospital
ସୁସ୍ଥ ହେଉଛନ୍ତି କିମ୍ବଦନ୍ତୀ ଧାବକ ମିଲଖା ସିଂହ: ହସ୍ପିଟାଲ
author img

By

Published : Jun 5, 2021, 4:17 PM IST

ଚଣ୍ଡିଗଡ: ଭାରତୀୟ ଟ୍ରାକ୍‌ ଓ ଫିଲ୍ଡ କିମ୍ବଦନ୍ତୀ ମିଲଖା ସିଂହଙ୍କୁ ନେଇ ଆଶ୍ବସ୍ଥିକର ଖବର । ମିଲଖାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସ୍ବାସ୍ଥ୍ୟରେ ଉନ୍ନତି ଘଟୁଥିବା ଇଟିଭି ଭାରତକୁ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି ।

କିମ୍ବଦନ୍ତୀ ଧାବକଙ୍କ ଶରୀରର ଅକ୍ସିଜେନ ମାତ୍ରା କମ୍‌ ହେବାରୁ ଗୁରୁବାର PGIMER ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇ ଡାକ୍ତରୀଟିମଙ୍କ ନୀରିକ୍ଷଣରେ ରଖାଯାଇଥିଲା ।

"ଫ୍ଲାଇଂ ଶିଖ୍‌ ଶ୍ରୀ ମିଲଖା ସିଂହ ଜି, କୋଭିଡ-19ରେ ସଂକ୍ରମିତ ହେବାପରେ ଅସୁସ୍ଥ ହୋଇଥିଲେ ଓ 3 ଜୁନ 2021 ଠାରୁ PGIMERର NHE ବ୍ଲକର ଆଇସିୟୁରେ ଭର୍ତ୍ତି ହୋଇଥିଲେ । 5 ଜୁନ 2021 ସୁଦ୍ଧା ତାଙ୍କର ସ୍ବାସ୍ଥ୍ୟବସ୍ଥା ଗତକାଲି ଠାରୁ ଭଲ ରହିଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ PGIMERର ତିନିଜଣିଆ ଡାକ୍ତରୀ ଟିମ ତୀକ୍ଷ୍ଣ ନଜର ରଖିଛନ୍ତି ।" PGIMERର ମୁଖପାତ୍ର ପ୍ରଫେସର ଅଶୋକ କୁମାର ଏହା କହିଛନ୍ତି ।

ପୂର୍ବତନ ଭାରତୀୟ ଧାବକ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା PGIMER ନିର୍ଦ୍ଦେଶକ ଡକ୍ଟର ଜଗତ ରାମ ମଧ୍ୟ କହିଛନ୍ତି ।

ପୂର୍ବରୁ କୋଭିଡ-19ରେ ସଂକ୍ରମିତ ହେବାପରେ କିମ୍ବଦନ୍ତୀ ଧାବକ ମୋହାଲିର ଏକ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । କିନ୍ତୁ ଘରେ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା । ମାତ୍ର ଅକ୍ସିଜେନ ମାତ୍ରା କମ ହେବାରୁ ତାଙ୍କୁ PGIMERରେ ଭର୍ତ୍ତି କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମିଲଖାଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ସୂଚନା ନେଇଥିଲେ ।

"ଫ୍ଲାଇଂ ଶିଖ୍‌" ନାମରେ ପରିଚିତ ଦେଶର ଲୋକପ୍ରିୟ ଧାବକ, ଭାରତୀୟ ଟ୍ରାକ ଓ ଫିଲ୍ଡ କିମ୍ବଦନ୍ତୀ ଏକମାତ୍ର ଆଥଲେଟ ଭାବେ ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ 400 ମିଟର ଦୌଡ ଇଭେଣ୍ଟରେ ଦେଶପାଇଁ ସ୍ବର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାବ୍ୟତୀତ 1958 ଓ 1962 ଏସୀୟ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ମଧ୍ୟ ରହିଛନ୍ତି । ଗ୍ରୀଷ୍ମକାଳୀନ ଅଲମ୍ପିକ୍ସରେ ଦେଶକୁ 3ଥର ପ୍ରତିନିଧିତ୍ବ କରିଛନ୍ତି ମିଲଖା ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.