ETV Bharat / sports

ଟ୍ରାକରେ ନୁହେଁ ହସ୍ପିଟାଲରେ ମାରାଥନ ଦୌଡୁଛନ୍ତି ମିଲଖା ସିଂଙ୍କ ଝିଅ - ହସ୍ପିଟାଲରେ ମାରାଥନ

ଜଣେ ଡାକ୍ତର ଭାବରେ ନ୍ୟୁୟର୍କର ମେଟ୍ରୋପୋଲିଟାନ ହସ୍ପିଟାଲ ସେଣ୍ଟରରେ କୋରୋନା ଯୋଦ୍ଧା ସାଜିଛନ୍ତି ମିଲଖା ସିଂଙ୍କ ଝିଅ ମୋନା ମିଲଖା ସିଂହ । କହିଲେ ମାରାଥନ ଦୌଡିଲା ଭଳି ଲାଗୁଛି । ଅଧିକ ପଢ଼ନ୍ତୁ...

Milkha Singh's daughter, mona singh, fights COVID-19 from front line, new york hospital,  ମିଲଖା ସିଂଙ୍କ ଝିଅ, ହସ୍ପିଟାଲରେ ମାରାଥନ, ମୋନା ମିଲଖା ସିଂହ
ଟ୍ରାକରେ ନୁହେଁ ହସ୍ପିଟାଲରେ ମାରାଥନ ଦୌଡୁଛନ୍ତି ମିଲଖା ସିଂଙ୍କ ଝିଅ
author img

By

Published : Apr 21, 2020, 1:02 AM IST

ନୂଆଦିଲ୍ଲୀ: ମହାନ ସ୍ପ୍ରିଣ୍ଟର ମିଲଖା ସିଂହଙ୍କ ଝିଅ ନ୍ୟୁୟର୍କରେ ଦୌଡୁଛନ୍ତି ମାରାଥନ । କୌଣସି ଟ୍ରାକରେ ନୁହେଁ ବଂର ଡାକ୍ତରଖାନାରେ । କୋରୋନା ମୁକାବିଲା ପାଇଁ ଆଗଧାଡିର ଯୋଦ୍ଧା ସେ । ଜଣେ ଡାକ୍ତର ଭାବରେ ନ୍ୟୁୟର୍କର ମେଟ୍ରୋପୋଲିଟାନ ହସ୍ପିଟାଲ ସେଣ୍ଟରରେ କାର୍ଯ୍ୟରତ ମୋନା ମିଲଖା ସିଂହ ।

ଆମେରିକାରେ ଏଯାବତ 40,000ରୁ ଅଧିକ ମୁଣ୍ଡ ନେଇ ସାରିଥିବା କୋରୋନା ସହ ଯୁଦ୍ଧ କରୁଛନ୍ତି ମୋନା ।

‘‘ସେ ଜଣେ ଏମରଜେନ୍ସି ରୁମ ଡାକ୍ତର । ଯେତେବେଳେ କେହି ରୋଗୀ କୋରୋନା ସଂକ୍ରମଣର ସକ୍ଷଣ ସହ ଆସେ ସେ ତାର ଚିକିତ୍ସା କରନ୍ତି’’, ବୋଲି ମୋନାଙ୍କ ଭାଇ ତଥା ଗଲ୍ଫ ଖେଳାଳି ଜୀଭ ମିଲଖା ସିଂହ କହିଛନ୍ତି ।

ସେ ଆଗକୁ କହିଛନ୍ତି ଯେ, ‘‘ସେ ରୋଗୀଙ୍କୁ ସ୍ପେସିଆଲ ୱାର୍ଡକୁ ପଠାଇବା ପୂର୍ବରୁ ଯାଞ୍ଚ କରନ୍ତି, ତାଙ୍କ ଅବସ୍ଥା ସ୍ଥିର କରନ୍ତି, ଇନଟ୍ୟୁବେସନ ( ଆର୍ଟିଫିସିଆଲ ବା ନକଲି ଭ୍ୟାଣ୍ଟିଲେଟର ରୋଗୀ ଭିତରେ ପଶାଇବା) କରନ୍ତି ।

20 ବର୍ଷ ଧରି ମୋନା ସେଠାରେ ରୋଗୀ ସେବା କରୁଛନ୍ତି । ‘‘ଆମେ ମୋନାଙ୍କୁ ନେଇ ଗର୍ବ କରୁ । ସେ କହନ୍ତି ଯେ ଏକ ମାରାଥନ ଦୌଡିଲା ଭଳି ଲାଗୁଛି ।’’ ବୋଲି ମୋନାଙ୍କ ସାନ ଭାଇ ଜୀଭ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.